ଖୋଦାଈ ସମୟରେ ମିଳିଲା ୪୦୦୦ ବର୍ଷ ପୁରୁଣା ପ୍ରାଚୀନ ଜିନିଷ, ଯାହା କି ମହାଭାରତ କାଳର ଅବଶେଷ ସହିତ ଜଡିତ, ଦେଖନ୍ତୁ

ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ଦ୍ୱାରା ବାଗପତର ସିନୌଲୀରେ ଖୋଦାଈ କରାଯାଇଥିଲା ଓ ଖୋଦାଈ ସମୟରେ ପୁରାତତ୍ୱମାନଙ୍କୁ ଏଠି ବିଭିନ୍ନ ଜିନିଷ ମିଳିଛି । ଯାହାକି ମହାଭାରତ କାଳ ସହ ସମ୍ବନ୍ଧିତ ହୋଇପାରେ । ଏହି ଜିନିଷ ଗୁଡିକ ଆଧାରରେ ଜାଣିହେବ କି ମହାଭାରତ କାଳରେ ଲୋକମାନେ କେମିତି ରହୁଥିଲେ ଏବଂ ସେ କେଉଁ ଭଳି କପଡା ପିନ୍ଧୁଥିଲେ ।

କଣ କଣ ମିଳିଛି ଖୋଦାଈରେ

ଉତ୍ତର ପ୍ରଦେଶର ରାଜ୍ୟର ସିନୌଲୀରେ କରାଯାଇଥିବା ଖୋଦାଈରେ ପୁରାତତ୍ୱମାନଙ୍କୁ ରାଜ ଶବ ପେଟିକା, ରଥ, କଙ୍କାଳ ଏବଂ ଆଭୂଷଣ ଭଳି ଜିନିଷ ହାତରେ ଲାଗିଛି । ଯୁବତୀର ଏକ ଶବ ପେଟିକା ଭିତରେ ତାଙ୍କୁ କଙ୍କାଳ ମିଳିଛି ଯାହାକି ଦୁଇ ଜଣ ମହିଳାଙ୍କର ଅଟେ । ଏହି କଙ୍କାଳକୁ ଦେଖି ଅନୁମାନ କରାଯାଉଛି କି ଏମାନଙ୍କର ଆୟୁ ୩୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ । ଗୋଟିଏ ମହିଳାର କଙ୍କାଳରୁ ବାଜୂବଂଦ ଏବଂ ଏକ ସୁନାର ଖଣ୍ଡ ମିଳିଛି ।

ଭାରତୀଯ ପୁରାତତ୍ୱ ସର୍ବେକ୍ଷଣଙ୍କର କହିବା ଅଟେ କି ଏହି ମହିଳାମାନଙ୍କର ମରିବା ପରେ ଏମାନଙ୍କର ଭଲ ଭାବରେ ଶ୍ରୃଂଗାର ଏବଂ ପୂଜା କରାଯାଇଥିବ । ଶବ ପେଟିକାରୁ ପୁରାତତ୍ୱମାନଙ୍କୁ ଦର୍ପଣ, ଏକ ପାନିଆ ଏବଂ ଏକ ବକ୍ସ ବି ମିଳିଛି । ଯାହାକି ଶ୍ରୃଂଗାରଦାନ ଲାଗୁଛି । ଏହି ଶ୍ରୃଂଗାରଦାନ ଉପରେ ବହୁତ ସୁନ୍ଦର ଚିତ୍ରକାରୀ କରାଯାଇଛି । ଦର୍ପଣଟି ଏକ ତମ୍ଭାର ଫ୍ରେମର ଅଟେ । ଏବଂ ପାନିଆଟି କୁ କୌଣସି ପଶୁର ସିଙ୍ଘରୁ ପ୍ରସ୍ତୁତ କରାଯାଇଛି ।

ଏହିଭଳି ଚ୍ୟାମ୍ବର ଆଜି ପର୍ଯ୍ୟନ୍ତ ମିଳି ନାହିଁ

ଏହି ଖୋଦାଈର କାର୍ଯ୍ୟକୁ ଦେଖୁଥିବା ଡା. ସଞ୍ଜୟ ମଂଜୁଲ କହିଛନ୍ତି କି ଏହିଭଳି ଜିନିଷ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଖୋଦାଈରୁ ମିଳି ନାହିଁ । ଏହି ଖୋଦାଈରେ ତମ୍ବାକୁ ତରଳ କରିବା ପାଇଁ ଚାରୋଟି ଭଟ୍ଟି ମଧ୍ୟ ମିଳିଛି । ଏହି ଭଟ୍ଟି ଗୁଡିକ ଖୋଦାଈରୁ ୨୦୦ ମିଟର ଦୂରରେ ଅବସ୍ଥିତ । ଭାରତୀୟ ପୁରାତତ୍ୱ ସର୍ବେକ୍ଷଣଙ୍କର କହିବା ଅଟେ କି ଏହି ଜିନିଷ ଗୁଡିକ ମହାଭାରତ କାଳ ସହ ସମ୍ବନ୍ଧିତ ଅଛି ।

ତୃତୀୟ ଥର କରାଯାଇଛି ଏହି ଜାଗାର ଖୋଦାଈ

ସିନୌଲୀ ଜାଗା ଉପରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ଟିମ ତରଫରୁ ତିନି ଥର ଖୋଦାଈ କରାଯାଇସାରିଛି । ପ୍ରଥମେ ୨୦୦୫ରେ, ଏହା ପରେ ୨୦୧୮ରେ ଏବଂ ବର୍ତ୍ତମାନ ୨୦୧୯ରେ ପୁଣି ଥରେ କରାଯାଇଛି । ଗତ ବର୍ଷ ଏହି ସ୍ଥାନ ଉପରେ ଖୋଦାଈ ସମୟରେ ୮ଟି ରାଜ ଶବ ପେଟିକା, ତିନୋଟି ରଥ, ଯୁଧ୍ୟ ସବନ୍ଧିତ ବସ୍ତୁ ମିଳିଥିଲା । ଏହା ପରେ କୁହାଯାଉଥିଲା କି ଏହି ସମସ୍ତ ଜିନିଷ ମହାଭାରତ ସମୟର ଅଟେ ।

କହିବାକୁ ଗଲେ ମହାଭାରତ ଗ୍ରନ୍ଥରେ ଉତ୍ତର ଭାରତର ବିଭିନ୍ନ ରାଜ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ସେଥିପାଇଁ ଖୋଦାଈରେ ମିଳିଥିବା ଜିନିଷକୁ ମହାଭାରତ ସମୟ ସହିତ ଯୋଡା ଯାଇ ଦେଖା ଯାଉଛି ।