Health Tips- ସାବଧାନ! କରୋନା ସମୟରେ କ୍ଷୀରରେ ହଳଦୀ ମିଶାଇ ପିଇବାରୁ ମିଳୁଥିବା ଏହି ସବୁ ଫାଇଦା ଆପଣଙ୍କୁ 1 କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ମିଳିବନି !

କରୋନାର ଦ୍ଵିତୀୟ ଲହର ଖୁବ୍ ଭୟଙ୍କର ଓ ତୀବ୍ର ଗତିରେ ବ୍ୟାପୁଛି । ବର୍ତ୍ତମାନ କରୋନା ଭାଇରସ ନିଜକୁ ପରିବର୍ତ୍ତନ କରି ପୂର୍ବଠୁ ଅଧିକ ଶକ୍ତିଶାଳୀ ହୋଇ ଯାଇଛି । ଏହା ଦ୍ବାରା ସେ ଆଗଠୁ ଅଧିକ ଘାତକ ସାଜୁଛି ।

ଏହା ସାଧାରଣ ଥଣ୍ଡା କାଶ ଠୁ ନେଇ ଗୁରୁତର ଛାତି ଯନ୍ତ୍ରଣା ପର୍ଯ୍ୟନ୍ତ ସଂକ୍ରମଣ କରିପାରେ । ତେବେ ଏହା ଠାରୁ କିପରି ଘରୋଇ ଉପାୟରେ ବଞ୍ଚି ରହି ପାରିବେ ସେ ବିଷୟରେ ଜାଣିବା । କରୋନା ଭାଇରସ ଠୁ ବଞ୍ଚିବା ପାଇଁ ଅତ୍ୟୁତ୍ତମ ପଦାର୍ଥ ଯାହା ଆମ ରୋଷେଇ ଘରେ ରହିଛି, ତାହା ହେଉଛି ହଳଦୀ । ହଳଦୀକୁ ରୋଷେଇ, ପୂଜାପାଠ ଠୁ ନେଇ ସୌନ୍ଦର୍ଯ୍ୟ ସାମଗ୍ରୀ ଓ ଔଷଧି ରୂପେ ବ୍ୟବହାର କରା ଯାଇଥାଏ ।

ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଭାଇରାଲ ଗୁଣ ନିହିତ ଥିବାରୁ ଏହା ଆମକୁ ଉଭୟ ବ୍ୟାକ୍ଟେରିଆ ଓ ଭାଇରସ ଠାରୁ ରକ୍ଷା କରେ ଓ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଆୟୁର୍ବେଦରେ ମଧ୍ୟ ହଳଦୀର ଅନେକ ଉପକାରିତା ଉଲ୍ଲେଖ ଅଛି । ତେବେ ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମୁଚରୁ ମଧ୍ୟ କମ୍ ହଳଦୀ ପକାଇ ୧୦ମିନିଟ୍ ଫୁଟାନ୍ତୁ ଓ ସେଥିରେ ଅଳ୍ପ ଗୁଡ଼ କିମ୍ବା ଚିନି ମଧ୍ୟ ପକାନ୍ତୁ ।

ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପରିବାରର ପ୍ରତ୍ୟେକ ସଦସ୍ୟ ପିଅନ୍ତୁ । ଏହା ଆପଣଙ୍କ ଶରୀରରେ ଥିବା ଭାଇରସ ଓ ବ୍ୟାକ୍ଟେରିଆକୁ ନାଶ କରିବା ଏବଂ କରୋନା ସହ ଲଢ଼ିବାକୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ । ଏହା ସହ ଡାଇବେଟିସ, ବ୍ରଣ, ଦାଗ, କୁଞ୍ଚନ ଆଦି ଭଲ ହେବ । ଶରୀରରେ ଅଙ୍ଗ ଫୁଲିଥିଲେ କିମ୍ବା ଦରଜ ଥିଲେ ତାହା ମଧ୍ୟ ଭଲ କରିବ ।

ଏହା ସହ ଥଣ୍ଡା, କାଶ ଆଦି ଭଲ ହେବ, ଭଲ ଅନୁଭବ କରିବେ ଏବଂ ହଜମ ପ୍ରକ୍ରିୟା ଠିକ୍ ରହିବ ଓ ଓଜନ ମଧ୍ୟ କମିବ । କରୋନା ଭାଇରସ କାଳରେ ଏହି ହଳଦୀ କ୍ଷୀରର ସେବନ ଅବଶ୍ୟ କରନ୍ତୁ । ଆଉ ମଧ୍ୟ କରୋନା ଭାଇରସ ଆମ ଫୁସଫୁସ୍ ଓ ଶ୍ଵାସ ପ୍ରକ୍ରିୟାକୁ ଆକ୍ରାନ୍ତ କରିବା ହେତୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ଓ ଆମର ଅମ୍ଳଜାନ ସ୍ତର ହ୍ରାସ ପାଏ ।

ସେଥିପାଇଁ କେବଳ ବନ୍ଦ ଘରେ ନ ରହି ଯେତେ ସମ୍ଭାବ୍ୟ ଖୋଲା ପବନରେ ନିଃଶ୍ୱାସ ନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଅମ୍ଳଜାନ ସ୍ତର ଠିକ୍ ରହିବ । ଏହା ସହ ସକାଳ ଓ ସନ୍ଧ୍ୟାରେ ୫ମିନିଟ୍ ଲେଖାଏଁ ନିଶ୍ଚୟ ବାମ୍ଫ ନିଅନ୍ତୁ । କରୋନା ଭାଇରସ ଆମ ଫୁସଫୁସ୍ କୁ ଆକ୍ରାନ୍ତ କରୁଥିବାରୁ, ଏହାକୁ ଫୁସଫୁସ୍ ପର୍ଯ୍ୟନ୍ତ ପହଞ୍ଚିବାରୁ ରୋକିବା ନିହାତି ଜରୁରୀ ଅଟେ ।

ବାମ୍ଫ ନେବା ଦ୍ଵାରା ଆମ ଶ୍ୱାସନଳୀ ସୁସ୍ଥ ରହେ ଓ ଭାଇରସକୁ ଆମ ଶରୀରରେ ପ୍ରବେଶ କରିବାରୁ ରୋକେ ଓ ଭିତରେ ଥିବା ଭାଇରସକୁ ନାଶ କରେ । ଆଉ ମଧ୍ୟ ଭିଟାମିନ-ସି ଜାତୀୟ ଖାଦ୍ୟ ଯଥା ଅଅଁଳା, ଲେମ୍ବୁ ଆଦି ନିୟମିତ ଖାଇବା ଆବଶ୍ୟକ । ଏହା ମଧ୍ୟ ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ସୂର୍ଯ୍ୟ କିରଣରୁ ଭିଟାମିନ-ଡି ମିଳେ । ସେଥିପାଇଁ ପ୍ରତିଦିନ ସକାଳେ ଅଳ୍ପ ସମୟ ଖରାରେ ମଧ୍ୟ ବସନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।