କ୍ଷୀର ବିକ୍ରି କରୁଥିବା ବାପାର ଝିଅ ୧୦ମରେ ଆଣିଲେ ୯୯.୧୭ % ମାର୍କ, କହିଲେ କେମିତି ମିଳିଲା ପ୍ରେରଣା

ଆମମାନଙ୍କ ମଧ୍ୟରେ କେତେକ ଲୋକମାନଙ୍କର ମାତା ପିତା ସକ୍ଷମ ଅଟନ୍ତି ଓ ସେମାନେ ସମସ୍ତେ ସୁଖ ସୁବିଧା ସହ ଆମକୁ ଶିକ୍ଷା ଦେଇଥାନ୍ତି । କିନ୍ତୁ ଏହା ସତ୍ବେ ବି କେତେକ ଛାତ୍ରମାନେ କିଛି ଖାସ ପ୍ରଦର୍ଶନ କରି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଛାତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏକି ଗରିବ ହେବା ସତ୍ବେ ବି ନିଜର ଶିକ୍ଷା ସହ ବୁଝାମଣା କରି ନାହିଁ ।

ସେହି ଛାତ୍ରୀର ସ୍ଵପ୍ନ ଏତେ ବଡ ଅଟେ କି ଯାହାକୁ ପୁରା କରି ସେ ନିଜର ଦରିଦ୍ରତାକୁ ଦୂର କରିବାକୁ ଚାହୁଁଛି । କହିବାକୁ ଗଲେ ଆମେ କଥାବାର୍ତ୍ତା କରୁଛୁ ରାଜସ୍ଥାନ ବୋର୍ଡରେ ୯୯.୧୭ % ମାର୍କ ଆଣିଥିବା ଓ ନିଜର ମାତା ପିତାଙ୍କର ନାମକୁ ରୋଶନ କରିଥିବା ଶିଳା ଜାଟର ।

କୁହାଯାଏ କି ଗତ ସମୋବାର ଦିନ ରାଜସ୍ଥାନ ବୋର୍ଡର ୧୦ ମ ପରୀକ୍ଷାର ରେଜଲ୍ଟ ଆସିଥିଲା । ଏମିତିରେ ଜୟପୁରରେ କ୍ଷୀର ବିକ୍ରି କରୁଥିବା ଏକ ବ୍ୟକ୍ତିର ଝିଅ ଶିଳା ଜାଟ ଭଲ ମାର୍କ ଆଣି ସେହି ଅଞ୍ଚଳର ନାମ ଉଞ୍ଛା କରିଦେଇଛି । ଶିଳା ଜାଟକୁ ପରୀକ୍ଷାରେ ୬୦୦ରୁ ୫୯୫ ମାର୍କ ହାସଲ ହୋଇଛି । ଏଥିରେ ଶିଳା ଗଣିତ ଓ ବିଜ୍ଞାନରେ ୧୦୦ ରୁ ୧୦୦ ନମ୍ବର ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଅନ୍ୟ ପଟେ ହିନ୍ଦୀ, ଇଂଗ୍ଲିଶ ଓ ସାମାଜିକ ବିଜ୍ଞାନରେ ଶିଳାକୁ ୯୯ ନମ୍ବର ମିଳିଛି । ଏହା ସହିତ ସଂସ୍କୃତରେ ତାକୁ ୯୮ ନମ୍ବର ମିଳିଛି ।

ଆପଣଙ୍କୁ କହିଦେଉଛୁ ଯେ ଶିଳା ଏକ ବହୁତ ଗରିବ ପରିବାରର ଅଟେ । ତାର ମାତା ପିତା ଅଶିକ୍ଷିତ ଅଟନ୍ତି । ଶିଳାର ପିତା ମୋହନଲାଲ ଜାଟ କ୍ଷୀର ବିକ୍ରିକରି ନିଜର ଜୀବନ ଜାପାନ କରନ୍ତି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଦରିଦ୍ରତା ଓ ଅଶିକ୍ଷିତ ହେବା ସତ୍ବେ ବି ସେ ନିଜର ଝିଅର ଶିକ୍ଷାରେ କୌଣସି ଅସୁବିଧା ରଖି ନାହାନ୍ତି ।

ପରୀକ୍ଷାରେ ମିଳିଥିବା ଭଲ ମାର୍କର ଶ୍ରେୟ ଶିଳା ନିଜର ପରିବାର ଓ ଶିକ୍ଷକମାନଙ୍କୁ ଦେଇଛି । ଶିଳାର କହିବା ଅଟେ କି ତାର ଘର ଲୋକ ସବୁବେଳେ ତାର ସାଥ ଦେଇଛନ୍ତି । ଅନ୍ୟ ପଟେ ପଢିବାରେ ଯଦି କିଛି ଅସୁବିଧା ହୁଏ ତେବେ ଶିକ୍ଷକମାନେ ବି ତାର ପୁରା ସହଯୋଗ କରନ୍ତି । ସେ ନିଜ ଭବିଷ୍ୟତ ବିଷୟରେ କହିଲେ କି ସେ ମେଡିକାଲ ଫୀଲ୍ଡରେ ଆଗକୁ ପଢିବାକୁ ଚାହୁଁଛନ୍ତି । ସେ ଆଗକୁ କହିଲେ କି ମୋର ମାତା ପିତାଙ୍କର ଆର୍ଥିକ ସ୍ଥିତି କମଜୋର ହେବା ସତ୍ବେ ବି ସେ ମୋତେ ପଢାଇଛନ୍ତି । ଯାହାର ଫଳ ଆଜି ମୋତେ ମିଳିଛି ।

ଆଶାକରୁଛୁ ଶିଳାର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।