ଖଟ ତଳେ ମହୁ ଲୁଚାଇ ରଖିଲେ କେଉଁ ଲାଭ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20ଟି Anuchinta

ଆଜି ଆମେ ଆପଣଙ୍କୁ ଘରର ବାସ୍ତୁ ସହ ଜଡିତ କିଛି ଟିପ୍ସ ଦବୁ । ଯାହାକି ବହୁତ ହିଁ ସାଧାରଣ କଥା ଅଟେ । କିନ୍ତୁ ଯଦି ଆପଣ ଏହି ସାଧାରଣ କଥା ଗୁଡିକ ମାନିବେ ତେବେ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆସିଯିବ । କହିବାକୁ ଗଲେ କେତେକ ଲୋକମାନେ ଘରର ସୁଖ ଶାନ୍ତି ପାଇଁ କିଛି ଉପାୟ କରିଥାନ୍ତି । କିନ୍ତୁ ଏହି ଉପାୟ ସହ ସେମାନେ ଏମିତି ବି କିଛି ଭୁଲ କରି ଦିଅନ୍ତି ଯେଉଁ କାରଣରୁ ତାଙ୍କୁ କୌଣସି ପ୍ରକାରର ଫଳ ମିଳି ନ ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଯେଉଁ ସବୁ ବାସ୍ତୁ ଟିପ୍ସ ଦବୁ ତାକୁ ଯଦି ଆପଣ କରିବେ ତେବେ ଆପଣଙ୍କ ଜୀବନଶୈଳୀ ବଦଳିଯିବ ।

ଘରେ କେବେ ବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ଓ ଅମଙ୍ଗଳ ହୋଇଥାଏ ।

ଆପଣଙ୍କ ଶରୀରରେ ଯଦି କୌଣସି ପ୍ରଜାପତି ବସୁଛି ତେବେ ଆପଣଙ୍କୁ ସୁଖ ପ୍ରାପ୍ତ ହେବ ଓ ସେହିଭଳି ଯଦି ମୁଣ୍ଡରେ ବୁଢିଆଣୀର ଜାଲ ଲାଗୁଛି ତେବେ ଆପଣ ନୂତନ ବସ୍ତ୍ର ପିନ୍ଧିବେ ।

ଅମାବାସ୍ୟା ଦିନ ଅଦରକାରୀ ଜିନିଷ ଘରୁ ବାହାରକୁ ଫୋପାଡି ଦେବା ଉଚିତ ଓ ସେହି ଦିନ ଘର ସଫା କରିଲେ ବି ଶୁଭ ପରିଣାମ ମିଳିଥାଏ ।

ରାତିରେ ଯଦି ଘର ପାଖରେ ପେଚା ଚିତ୍କାର ଶୁଣିବାକୁ ମିଳୁଛି ଓ କୁକୁର କାନ୍ଦୁଛନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହି ସମୟରେ ଆପଣ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

ଯଦି କୌଣସି ପକ୍ଷୀ ରାତ୍ରି ସମୟରେ ଘରେ ଅଧା ଖାଇଥିବା ଫଳ ଫୋପାଡି ଥାଏ ତେବେ ଏହା ଶୁଭ ସମୟ ଆସିବାର ସୂଚନା ଦେଇଥାଏ ।

ସୂର୍ଯ୍ୟ ଉଦୟ ସମୟରେ ଯଦି କୌଣସି କାଉ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ କା କା ରାବି ଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଶୁଭ ସମାଚାର ମିଳିବ । କିନ୍ତୁ ଯଦି ସେହି ସମୟରେ ଉତ୍ତର କିମ୍ବା ଦକ୍ଷିଣ ଦିଗରେ ରାବି ଥାଏ ତେବେ ଏହା ଅଶୁଭ ହୋଇଥାଏ ।

ଶୋଇବା ଘରର ଖଟ ତଳେ ଗୋଟିଏ ଛୋଟ କାଚ ପାତ୍ରରେ ମହୁ ଲୁଚାଇ ରଖିବା ଉଚିତ । ଏହା ଶୁଭ ହୋଇଥାଏ ଓ ଦାଂପତ୍ଯ ଜୀବନ ମଧୁମୟ ହୋଇଥାଏ ।

କୌଣସି ପୁଅ ଓ ଝିଅର ଜନ୍ମ ମାସ, ଜନ୍ମ ଦିନ କିମ୍ବା ଜନ୍ମ ନକ୍ଷତ୍ରରେ ବାହାଘର କରିବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳ ହୋଇଥାଏ ।

ମଙ୍ଗଳବାର ଦିନ କେବେ ବି ଟଙ୍କା ଧାର ଆଣନ୍ତୁ ନାହିଁ । କାରଣ ଟଙ୍କା ଫେରସ୍ତ କରିବା ବହୁତ କଷ୍ଟକର ହୋଇଥାଏ ।

ସୂର୍ଯ୍ୟଦେବଙ୍କ ପୂଜା କରିବା ସମୟରେ ବେଳ ପତ୍ର ଓ ଟଗର ଫୁଲ ବ୍ୟବହାର କରନ୍ତୁ ନାହିଁ ।

ରାତି ୪ ରୁ ୫ ମଧ୍ୟରେ ସ୍ନାନ କରିଲେ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ରୋଗ, ଶୋକ ଓ କଷ୍ଟ ଦୂର ହୋଇଯିବ ।

ସୋମବାର ଦିନ ପିଲାମାନଙ୍କ ବହି ଖାତା କିଣିବା ଶୁଭ ହୋଇଥାଏ ।