ଖରାପ ସମୟ ଚାଲୁଥିଲେ ତୁରନ୍ତ ଘରୁ ହଟେଇ ଦିଅନ୍ତୁ ଏହି ୧ ଜିନିଷ- Chanakya Niti

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କର ରଚିତ ଏକ ମହାନ ଗ୍ରନ୍ଥ ଅଟେ । ଏହି ନୀତି ବାଣୀରେ କିଛି ନିୟମ ରହିଛି ଯାହା ପୁରା ମାନବ ସମାଜ ପାଇଁ ହିତକାରକ ଅଟେ । ମାନବ ସମାଜକୁ ଏକ ନୂଆ ରାସ୍ତା ଦେଖାଇବା ହେଉଛି ଏହି ଗ୍ରନ୍ଥର ମୂଳ ଲକ୍ଷ ଅଟେ । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନକୁ ଏହି ଗ୍ରନ୍ଥର କିଛି ବିଶେଷ ନିୟମ କହିବାକୁ ଯାଉଛୁ ଯାହା ଆମ ଜୀବନରେ ବହୁତ ଦରକାରୀ ହୋଇଥାଏ ।

ଚାଣକ୍ୟ ନୀତି ଅନୁସାରେ ଘରେ ନିର୍ଜୀବ ବସ୍ତୁ ରହିଲେ ନାକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହା ଫଳରେ ଘର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭଙ୍ଗା ଜିନିଷ ରହିଲେ ମା ଲକ୍ଷ୍ମୀଙ୍କର କୃପା ମିଳି ନ ଥାଏ । ଏହା ଫଳରେ ଘରେ ଅଶାନ୍ତି ସୃଷ୍ଟି ହୁଏ ଓ ଦାରିଦ୍ରତା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଚାଣକ୍ୟ ନୀତି ଅନୁସାରେ କିଛି ନିୟମ ରହିଛି ଯାହା ନିମ୍ନରେ ଦିଆଗଲା ।

୧- ଚାଣକ୍ୟ ନୀତି ଅନୁସାରେ ପଇସା ରଖିବା ସ୍ଥାନରେ  କେବେ ବି ନୀଳ ରଙ୍ଗର କୌଣସି ଜିନିଷ ବା ଚିତ୍ର ରଖିବା ଅଶୁଭ ବୋଲି କୁହାଯାଏ । କାରଣ ନୀଳ ରଙ୍ଗକୁ ପାଣିର ପ୍ରତୀକ ବୋଲି ମାନାଯାଏ । ପାଣିର ସ୍ରୋତ  ଯେପରି ଧାରାରେ ବୋହିଯାଏ ସେହି ପରି ପଇସା ମଧ୍ୟ ସରିଯାଏ । ତେଣୁ କୌଣସି ମୂଲ୍ଯବାନ ଜିନିଷ ବା ପଇସା ଥିବା ଜାଗାରେ ନୀଳ ରଙ୍ଗର କିଛି ବସ୍ତୁ ରଖିବା ଉଚିତ ନୁହେ ।

୨- କୌଣସି ମୂଲ୍ଯବାନ ଜିନିଷକୁ ଉତ୍ତର ବା ପଶ୍ଚିମ ଦିଗର କୋଣରେ ରଖିବା ଉଚିତ ନୁହେ । କିଛି ଜିନିଷ ରଖିବା ପୂର୍ବରୁ ଧ୍ୟାନ ରଖିବା ଉଚିତ ଯେ କୂଉନସି ଭଙ୍ଗା ଆଲମାରୀ ବା ଚିରି ଯାଇଥିବା ପର୍ସରେ ପଇସା ରଖିବା ଠିକ ନୁହେ । କାରଣ ଯେଉଁଠି ଭଙ୍ଗା ଜିନିଷ ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ରହି ନ ଥାଏ ।ସେଥି ପାଇଁ ଆଲମାରୀରେ ମା ଲକ୍ଷ୍ମୀଙ୍କର ଫୋଟୋ, କୁବେର ଯନ୍ତ୍ର ରଖିବା ଫଳରେ ଧନ ଲାଭ ହୋଇଥାଏ ।

୩- ଘରେ ଭଙ୍ଗା ଜିନିଷ ରଖିଲେ ଘରେ ଉନ୍ନତି ହୋଇନଥାଏ । ଏହାର ଫଳ ସ୍ୱରୂପ ଘର ଲୋକଙ୍କର ସ୍ଵାସ୍ଥ୍ୟରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଘରେ କିଛି ଜିନିଷ ଭାଙ୍ଗି ଗଲେ ତୁରନ୍ତ ଠିକ କରିଦେବା ଉଚିତ ।

୪-  ବାସ୍ତୁ ଶାସ୍ତ୍ର ଅନୁସାରେ ଡ୍ରଇଙ୍ଗ ରୁମରେ ରକ୍ଷା ଯାଇଥିବା ସୋଫା କିମ୍ବା ଚାଦର କେବେ ବି ମଇଳା ହେବା ଉଛି ନୁହେ । ଯଦି ଏପରି ହୋଇଥାଏ ତେବେ ତୁରନ୍ତ ଏହାକୁ ଉଠାଇ ଅନ୍ୟ ଏକ ନୂଆ ଚାଦର ପକାଇବା ଉଚିତ । ନଚେତ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

୫- ଘରର ଛାତ ଉପରେ କେବେ ବି ଅଦରକାରୀ ଜିନିଷ ରଖିବା ଉଚିତ ନୁହେ । କାରଣ ଏହା କରିବା ଫଳରେ ଘରେ ଅଶାନ୍ତି ଲାଗି ରହିବା ସହ ଘର ଉନ୍ନତି ହୋଇନଥାଏ । ଘରେ କେବେ ବି ଭଙ୍ଗା କାଚ ଜିନିଷ ରଖିବା ଠିକ ନୁହେ । କାରଣ ଏହା ଦ୍ଵାରା ଘରେ ଅଭାବ ଲାଗି ରହେ ଓ ମା ଲକ୍ଷ୍ମୀଙ୍କର କୃପା ମିଳିନ ଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।