କେଉଁ ତେଲ ଶୁଙ୍ଘିବା ଦ୍ଵାରା ମନରୁ ଚିନ୍ତା ଦୂର ହୁଏ ? ଏହା ସହ ଆହୁରି 10+ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନରେ ସମସ୍ଯା ଅଛି । ତେବେ ତାହାର ସମାଧାନ ମଧ୍ୟ ଅଛି । ହେଲେ ବହୁ ଲୋକ ନିଜର ଅସୁବିଧା ସମୟରେ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଇଥାନ୍ତି । ଯାହା ଦ୍ଵାରା ତାଙ୍କ ଉପରେ ମାନସିକ ଚାପ ଅଧିକ ଭାବେ ପଡିଯାଇଥାଏ । ତେବେ ମାନସିକ ଚିନ୍ତା ମନରୁ ଦୂର କରି ସର୍ବଦା ସମସ୍ଯାକୁ ପାର କରି ସମାଧାନର ବାଟରେ ଯିବା ଉଚିତ । ପ୍ରତି ବର୍ଷରେ ୨ ଥର ଘରେ ବାସ୍ତୁପୂଜା କରିବା ଉଚିତ ।

ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇବା ସହ ପରିବାର ସଦସ୍ୟଙ୍କ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ । ଶୋଇବା ଘର ଭିତରେ ବଡ ପାତ୍ରରେ ପାଣି ଭର୍ତ୍ତି କରି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ଯାହାକି ମାନସିକ ଚିନ୍ତାର କାରଣ ହୋଇଥାଏ । ଘରେ କେବେବି ପ୍ଲାଷ୍ଟିକ ଗଛ କିମ୍ବା ଫୁଲ ଆଦି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

ପ୍ରତ୍ଯେକ ଦିନ ଘର ପୋଛା ଲଗାଇବା ବେଳେ ପାଣିରେ ଅଳ୍ପ ହଳଦୀ ମିଶାଇ ପୋଛା ଲଗାଇଲେ ଶୁଭ ହୋଇଥାଏ । ଏହା ସହିତ ମନରୁ ଅଯଥା ଚିନ୍ତା କମ୍ ହୋଇଥାଏ । ଅମାବାସ୍ୟା ଦିନ ଘର ସଫା କରି ଅଳିଆ ବାହାରେ ପକାଇ ଦେବା ଉଚିତ । ଯାହା ଦ୍ଵାରା ଘରେ ଶାନ୍ତିର ପରିବେଶ ନଜର ଆସିଥାଏ । ଘରର ପୂର୍ବ ଦିଗରେ ଅଧିକ ଜିନିଷ ରଖିବା ଉଚିତ ନୁହେଁ । ଅଧିକ ଖାଲି ସ୍ଥାନ ରହିଲେ ହିଁ ଶୁଭ ହୋଇଥାଏ ।

ଏହା ଘରର ଆର୍ଥିକ ଚିନ୍ତା ମଧ୍ୟ ଦୂର କରିଥାଏ । ଘରେ ଠାକୁର ପୂଜା ସକାଳ ୮ ଟା ଭିତରେ କରିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ । ଏହା ଘରୁ ଅଶାନ୍ତି ଦୂର କରିଥାଏ । ଘରେ କେବେବି ବୁଢିଆଣୀ ଜାଲ ହେବାକୁ ଦିଅନ୍ତୁ ନାହିଁ । କାରଣ ଏହା ଅଶୁଭ ହୋଇଥାଏ । ଘରେ ଅଶାନ୍ତିର କାରଣ ହୋଇଥାଏ । ଶୋଇବା ଘରେ କେବେବି ମାଦକ ଦ୍ରବ୍ଯ ରଖିବା ଉଚିତ ନୁହେଁ ।

କାରଣ ଏହା ମନ ଅସ୍ଥିରତାର କାରଣ ହୋଇଥାଏ । ଘରେ ଯଦି ନକରାତ୍ମକ ଶକ୍ତି ଯୋଗୁ ଅଧିକରୁ ଅଧିକ ମାନସିକ ଚିନ୍ତା ଲାଗି ରହୁଥାଏ । ତେବେ ଏହାର ପ୍ରତିକାର ନିମନ୍ତେ ସନ୍ଧ୍ୟା ସମୟରେ ବାସ୍ନା ଧୂପ ଲଗାଇଲେ, ବାତାବରଣ ତଥା ଆଖ ପାଖ ପରିବେଶ ସୁଦ୍ଧ ହୋଇଯାଇଥାଏ । ମନ ପ୍ରଫୁଲ୍ଲିତ ମଧ୍ୟ ରହିଥାଏ ।

ପାନମଧୁରୀକୁ ପାଣିରେ ପକାଇ ତାକୁ ଭଲ ଭାବେ ଫୁଟାଇ ପିଇବା ଦ୍ଵାରା ଏବଂ ମଧୁରୀ ତୈଳକୁ ସୁଙ୍ଘିବା ଦ୍ଵାରା ମନରୁ ଚିନ୍ତା ଦୂର ହୋଇଥାଏ । ଏହା ସହିତ ମନ ଓ ମସ୍ତିଷ୍କକୁ ଆରାମ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ