ଜାଣନ୍ତୁ କେଉଁ ପାପ କାରଣରୁ ସର୍ବପ୍ରଥମେ ହୋଇଥିଲା ଦ୍ରୌପଦୀଙ୍କ ମୃତ୍ୟୁ

ମହାଭାରତରେ ୧୮ ପର୍ବ ରୁ ଗୋଟେ ହେଉଛି ମହପ୍ରସ୍ତାନି ର ପର୍ବ । ଏଥିରେ ପାଣ୍ଡବ ଙ୍କ ମହାନ୍ ଯାତ୍ରା ମାନେ ମୋକ୍ଷ ଯାତ୍ରା ର ବର୍ଣ୍ଣନା କରାଯାଇଛି । ଏହା ଅନୁସାରେ ସର୍ବ ପ୍ରଥମେ ଭାରତବର୍ଷ ର ଯାତ୍ରା କରିବାପରେ, ମୋକ୍ଷ ପାଇବା ଉଦ୍ଦେଶ୍ୟରେ ପାଣ୍ଡବ ହିମାଳୟ କୋଳ କୁ ଚାଲିଯାଇଥିଲେ ସେଠି ମେରୁ ପର୍ବତ ପରେ ତାଙ୍କୁ ସ୍ୱର୍ଗକୁ ରାସ୍ତା ମିଳି ଯାଇଥିଲା ।

କିନ୍ତୁ ଏହି ରାସ୍ତାରେ ଯାତ୍ରା କରୁଥିବା ସମୟରେ ସର୍ବ ପ୍ରଥମେ ଦ୍ରୌପଦୀ ଙ୍କ ମୃତ୍ୟୁ ହୋଇଥିଲା ପରେ ଜଣେ ଜଣେ କରି ସବୁ ପାଣ୍ଡବ ମୃତ୍ୟୁ ବରଣ କରିଥିଲେ, କେବଳ ଯୁଧିଷ୍ଟିର ହିଁ ଜଣେ ପାଣ୍ଡବ ଥିଲେ ଯିଏ କି ସ୍ଵ ଶରୀର ସ୍ବର୍ଗ କୁ ଯାଇଥିଲେ । ତେବେ କାହିଁକି ସର୍ବ ପ୍ରଥମେ ଦ୍ରୌପଦୀ ଙ୍କ ମୃତ୍ୟୁ ହୋଇଥିଲା ଚାଲନ୍ତୁ ଜାଣିବା ।

ଯେତେବେଳେ ଯଦୁ ବଂଶ ର ସମାପ୍ତ ହୋଇଥିଲା ତାଙ୍କ ନାସ କଥା ଶୁଣି ଯୁଧିଷ୍ଟିର ବହୁତ ଦୁଖୀ ହୋଇଥିଲେ । ମହର୍ଷି ବେଦବ୍ୟାସ ଙ୍କ ଆଜ୍ଞା ହେତୁ ଦ୍ରୌପଦୀ ଙ୍କ ସହିତ ରାଜ ଗାଦି ତ୍ୟାଗ କରି ପାଣ୍ଡବ ମାନେ ସ୍ଵର୍ଗ ଯିବାପାଇଁ ପ୍ରସ୍ତୁତି କରିଲେ । ଯୁଧିଷ୍ଟିର ୟୁ୍ୟୁତ୍ସୁ କୁ ଡକାଇ ତାକୁ ରାଜ୍ୟ କୁ ସମ୍ଭଳିବାର ଭାର ଦେଇଥିଲେ ।

ଏବଂ ତାଙ୍କର ରଜ୍ୟାଭିସେକ କରି ନିଜ ଯାତ୍ରା ରେ ବାହାରି ପଡ଼ିଥିଲେ । ପାଣ୍ଡବ ଙ୍କ ସହିତ ଗୋଟେ କୁକୁର ମଧ୍ୟ ଚାଲିଥିଲା । ସମୁଦ୍ର, ତୀର୍ଥ, ନଦୀ ପାର କରି ପାଣ୍ଡବ ଚାଲିବାକୁ ଲାଗିଥିଲେ । ଚାଲି ଚାଲି ଲାଲ୍ ସାଗର ପର୍ଯ୍ୟନ୍ତ ପହଞ୍ଚିଗଲେ ସେତେବେଳେ ଅର୍ଜୁନ ନିଜର ଲୋଭ ଯୋଗୁ ଗଣ୍ଡବ ଏବଂ ଧନୁ ର ତ୍ୟାଗ କରିନଥିଲେ ସେତେବେଳେ ଅଗ୍ନି ଦେବତା ସେଠି ପ୍ରକଟ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ଗଣ୍ଡିବ ଧନୁ କୁ ତ୍ୟାଗ କରିବାକୁ କହିଲେ ଅର୍ଜୁନ ସେତେବେଳେ ତ୍ୟାଗ କରିଦେଲେ ।

ପାଣ୍ଡବ ପୃଥିବୀ ର ପରିକ୍ରମା ପୁରା କରିବାର ଇଚ୍ଛା ସହିତ ଉତ୍ତର ଦିଗ ଆଡୁ ଯାତ୍ରା କରିଥିଲେ । ଯାତ୍ରା କରି କରି ପାଣ୍ଡବ ହିମାଳୟ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ହିମାଳୟ ପରେ ତାଙ୍କୁ ବାଲି ର ସମୁଦ୍ର ଦେଖିବାକୁ ମିଳିଥିଲା ତାହା ପରେ ତାଙ୍କୁ ମେରୁ ପର୍ବତ ର ଦର୍ଶନ ମିଳିଲା ସେତେବେଳେ ପାଣ୍ଡବ ଦ୍ରୌପଦୀ ଏବଂ କୁକୁର ବହୁତ ଜଲ୍ଦୀ ଚାଲିବାକୁ ଲାଗିଲେ ସେତିକି ବେଳେ ଦ୍ରୌପଦୀ ଖସି ପଡ଼ିଥିଲେ ଏବଂ ମୃତ୍ୟୁ ବରଣ କରିଥିଲେ ।

ଦ୍ରୌପଦୀ ଙ୍କ ମୃତ୍ୟୁ ବରଣ ପରେ ଭୀମ ଯୁଧିଷ୍ଟିର ଙ୍କୁ ପଚାରିଲେ କୁ ଦ୍ରୌପଦୀ ତ କେବେ କିଛି ପାପ କରିନଥିଲେ ତେବେ କେଉଁ କାରଣ ପାଇଁ ସେ ତଳକୁ ଖସି ପଡ଼ିଲେ ଏବଂ ମୃତ୍ୟୁ ବରଣ କରିଲେ । ସେତେବେଳେ ଯୁଧିଷ୍ଟିର କହିଲେ କି ଦ୍ରୌପଦୀ ଆମ ସମସ୍ତଙ୍କ ମଧ୍ୟରୁ ଅର୍ଜୁନ ଙ୍କୁ ସବୁଠୁ ବେଶୀ ଭଲ ପାଉଥିଲେ ସେଥିପାଇଁ ତାଙ୍କ ସହିତ ଏମିତି ହେଲା ।

ଏମିତି କହିଲି ଯୁଧିଷ୍ଟିର ଦ୍ରୌପଦୀ ଙ୍କୁ ନା ଦେଖିକି ଆଗକୁ ବଢିଗଲେ କିଛି ସମୟ ପରେ ହିଁ ସହଦେବ ମଧ୍ୟ ପଡିଗଲେ ସେତେବେଳେ ଯୁଧିଷ୍ଟିର କହିଲେ କି ସହଦେବ ନିଯଠୁ ବଡ଼ ବିଦ୍ୱାନ ଆଊ କାହାକୁ ମାନିନଥିଲେ ସେଥିପାଇଁ ସେ ମୃତ୍ୟୁ ବରଣ କରିଲେ । କିଛି ସମୟ ପରେ ନକୁଳ ମଧ୍ୟ୍ୟ ପଡିଗଲେ ଭୀମ ଙ୍କ ପଚାରିବା ଦ୍ଵାରା ଯୁଧିଷ୍ଟିର କହିଲେ କି ନକୁଳ ନିଜର ରୂପ କୁ ନେଇ ବହୁତ୍ ଅଭିମାନ କରିଥିଲେ ସେଥିପାଇଁ ସେ ମୃତ୍ୟୁ ବରଣ କରିଲେ ।

କିଛି ସମୟ ପରେ ଅର୍ଜୁନ ମଧ୍ୟ ମୃତ୍ୟୁ ବରଣ କରିଲେ ସେତେବେଳେ ଯୁଧିଷ୍ଟିର କହିଲେ କି ଅର୍ଜୁନ ଙ୍କୁ ନିଜ ବିଦ୍ୟା ଉପରେ ବହୁତ ଗର୍ବ ଥିଲେ ସେଥିପାଇଁ ଆଜି ଅର୍ଜୁନ ଙ୍କ ଏହି ଅବସ୍ଥା ହେଲା । କିଛି ବାଟ ଆଗକୁ ଗଲା ପରେ ଭୀମ ମଧ୍ୟ ପଡିଗଲେ ସେତେବେଳେ ଯୁଧିଷ୍ଟିର ଭୀମ ଙ୍କୁ କହିଲେ ସେ ବହୁତ୍ ଖାଉଥିଲେ ଏବଂ ନିଜ ବଳର ମିଛ ପ୍ରଦର୍ଶନୀ କରୁଥିଲେ, ସେଥିପାଇଁ ତାଙ୍କୁ ଭୂମିରେ ପଡ଼ିବାକୁ ପଡ଼ିଲା ।

ଏହା କାହିଁକି ଯୁଧିଷ୍ଟିର ଆଗକୁ ବଢ଼ିଲେ । କେବଳ ସେହି କୁକୁର ହିଁ ତାଙ୍କ ସହିତ ଚାଲିଥିଲା । ଯୁଧିଷ୍ଟିର କିଛି ବାଟ ଚାଲିବା ପରେ ତାଙ୍କୁ ଦେବରାଜ ଇନ୍ଦ୍ର ନିଜର ବାହନ ସହିତ ନେବାକୁ ଆସିଲେ । ଯୁଧିଷ୍ଟିର କହିଲେ ମୋ ଭାଇ ମାନେ ଏବଂ ଦ୍ରୌପଦୀ ରାସ୍ତାରେ ପଡି ମୃତ୍ୟୁ ବରଣ କରିଛନ୍ତି ସେମାନେ ମଧ୍ୟ ଆମ ସହିତ ଯିବେ ସେମିତି କିଛି ବ୍ୟବସ୍ଥା କରନ୍ତୁ ।

ସେତେବେଳେ ଇନ୍ଦ୍ର ଦେବତା କହିଲେ କି ସେ ସମସ୍ତେ ପ୍ରଥମରୁ ହିଁ ସ୍ବର୍ଗ ରେ ପହଞ୍ଚିସରିଚନ୍ତି, ସେମାନେ ଶରୀର ତ୍ୟାଗ କରି ସ୍ଵର୍ଗରେ ପହଞ୍ଚିଛନ୍ତି କିନ୍ତୁ ତୁମେ ସ୍ଵଦେହ ରେ ସ୍ବର୍ଗ କୁ ଯିବ । ଇନ୍ଦ୍ର ଙ୍କ କଥା ଶୁଣି ଯୁଧିଷ୍ଟିର କହିଲେ ମୋ ସହିତ ଏହି କୁକୁର ମଧ୍ୟ ଯିବ କିନ୍ତୁ ଇନ୍ଦ୍ର ଏମିତି କରିବାକୁ ମନା କରିଦେଲେ । କିଛି ସମୟ ବୁଝାଇବା ଦ୍ଵାରା ମଧ୍ୟ ଯୁଧିଷ୍ଟିର ବିନା କୁକୁର କୁ ନେଇ ସ୍ବର୍ଗ କୁ ଯିବାକୁ ମନା କରିଲେ ସେତେବେଳେ କୁକୁର ରୂପ ରେ ଯମରାଜ ନିଜ ରୂପ ରେ ଆସିଲେ, ସେହି କୁକୁର ବାସ୍ତବ ରେ ଯମରାଜ ଥିଲେ ସେ ଯୁଧିଷ୍ଟିର ଙ୍କୁ ପରୀକ୍ଷା କରୁଥିଲେ, ଏବଂ ଯୁଧିଷ୍ଟିର ସେହି ପରୀକ୍ଷା ରେ ସଫଳ ହୋଇଥିଲେ ଏହା ପରେ ଇନ୍ଦ୍ର ନିଜ ରଥ ରେ ଯୁଧିଷ୍ଟିର ଙ୍କୁ ନିଜ ସହିତ ସ୍ବର୍ଗ କୁ ନେଇଥିଲେ ।

ସ୍ବର୍ଗ ରେ ପହଞ୍ଚିଲେ ଯୁଧିଷ୍ଟିର ଦେଖିଲେ ଦୁର୍ଯ୍ୟୋଧନ ଗୋଟେ ଦିବ୍ୟ ସିଂହାସନ ରେ ବସିଥିଲେ ଏବଂ ସେଠାରେ ଆଊ କେହି ନଥିଲେ । ଯୁଧିଷ୍ଟିର କହିଲେ ମୁଁ ନିଜ ଭାଇ ଏବଂ ପତ୍ନୀ ଙ୍କ ସହିତ ସେହି ଲୋକ ରେ ରହିବାକୁ ଚାହେଁ ଯେଉଁଠି ସେମାନେ ଅଛନ୍ତି । ଯୁଧିଷ୍ଟିର ଏକ ଦୂତ ସହିତ ଚାଲିବାକୁ ଲାଗିଲେ ରାସ୍ତାରେ ବହୁତ୍ ଅନ୍ଧକାର ଥିଲା, ଚାରି ଆଡୁ ଦୁର୍ଗନ୍ଧ ଆସୁଥିଲା, ସବୁ ଆଡେ ମୃତ ଶରୀର ଦେଖିବାକୁ ମିଳିଥିଲା ସେଠିକାର ଦୁର୍ଗନ୍ଧ ସଜ୍ୟ ନ କରିପାରି ଯୁଧିଷ୍ଟିର ଦେବଦତ୍ତ ଙ୍କୁ ପଚାରିଲେ ଆମକୁ ଏହି ମାର୍ଗ ରେ ଆଊ କେତେ ସମୟ ଚାଲିବାକୁ ପଡ଼ିବ ସେତେବେଳେ ଦେବଦୂତ କହିଲେ କି ଦେବତା ମାନେ କହିଥିଲେ କି ଯେତେବେଳେ ଆପଣ ଥକି ଯିବେ ସେତେବେଳେ ଆପଣଙ୍କୁ ଫେରାଇନେବକୁ ।

ଯୁଧିଷ୍ଟିର ଫେରିବାକୁ ନିଷ୍ପତି ନେଲେ । ଯେତେବେଳେ ଯୁଧିଷ୍ଟିର ଫେରିବାକୁ ଲାଗିଲେ ସେତେବେଳେ ତାଙ୍କୁ ଦୁଃଖୀ ଲୋକଙ୍କର ପାଟି ଶୁଣିବାକୁ ମିଳିଲା । ସେହି ଦୁଃଖୀ ଲୋକ ଯୁଧିଷ୍ଟିର ଙ୍କୁ କିଛି ସମୟ ସେଠି ରହିବାକୁ କହୁଥିଲେ, ଯୁଧିଷ୍ଟିର ତାଙ୍କୁ ତାଙ୍କର ପରିଚୟ ପଚାରିଲେ ଏବଂ ଜାଣିଲେ କି ସେମାନେ କର୍ଣ୍ଣ, ଭୀମ, ସହଦେବ, ନକୁଳ, ଅର୍ଜୁନ ଏବଂ ଦ୍ରୌପଦୀ ଥିଲେ ।

ସେତେବେଳେ ଯୁଧିଷ୍ଟିର ଦେବଦତ୍ତ ଙ୍କୁ କହିଲେ କି ତୁମେ ଏଠୁ ପଲାଇ ଯାଅ କାରଣ ଯଦି ମୋ ଭାଇ ଏବଂ ସ୍ତ୍ରୀ ଙ୍କୁ ମୋର ଏଠି ରହିବ ଦ୍ଵାରା ସୁଖ ମିଳୁଛି ତେବେ ମୁଁ ଏହି ଠାରେ ରହିବି । ଦେବଦତ୍ତ ଏହି କଥା ଯାଇକି ଇନ୍ଦ୍ର ଦେବତା ଙ୍କୁ କହିଲେ । ସବୁ ଦେବତା ସେହି ଜାଗାରେ ପହଞ୍ଚିଲେ, ଦେବତା ଙ୍କ ସେଠି ଆସିବ କ୍ଷଣି ହିଁ ସେହି ସ୍ଥାନ ସୁଗନ୍ଧରେ ମହକି ଉଠିଲା ।

ସେତେବେଳେ ଦେବରାଜ ଯୁଧିଷ୍ଟିର ଙ୍କୁ କହିଲେ କି ତୁମେ ଅସ୍ଵସ୍ଥମା ଙ୍କ ମରିବା ର ମିଛ କହିକି ଦ୍ରୋଣାଚାର୍ଯ୍ୟ ଙ୍କୁ ନିଜର ପୁତ୍ର ର ମୃତ୍ୟୁ କଥା ର ବିଶ୍ୱାସ ଦେଇଥିଲ ସେଥିପାଇଁ ଏହି ଦୋଷ କାରଣରୁ ତୁମକୁ ମଧ୍ୟ ମିଛାରେ କିଛି ସମୟ ନର୍କ ର ଦର୍ଶନ ଦେଖାଯାଇଥିଲା ଏବଂ ତୁମକୁ ଦେଖିବାକୁ ମିଳିଲା ଏବେ ତୁମେ ମୋ ସହିତ ସ୍ବର୍ଗ ଚଳ ସେଠି ତୁମର ଭାଇ ଏବଂ ଦ୍ରୌପଦୀ ପ୍ରଥମ ରୁ ହିଁ ପହଞ୍ଚି ସାରିଛନ୍ତି । ଯୁଧିଷ୍ଟିର ସ୍ବର୍ଗ ରେ ପହଞ୍ଚି ନିଜ ଭାଇ ଏବଂ ପତ୍ନୀ ଙ୍କ ଦେଖି ଖୁସି ହୋଇଥିଲେ । ତେବେ ଏହି ପରି ପାଣ୍ଡବ ନିଜ ସ୍ଵର୍ଗାରୋହଣ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।