ପିଲା ମାନଙ୍କ ମଥାରେ କେଶର ଟୀକା ଲଗାଇଲେ ମିଳେ ଏହି ଲାଭ, ଏହା ସହ ଆହୁରି 10+ Ajira Anuchinta

ନମସ୍କାର ବନ୍ଧୁଗଣ, ପିଲାମାନେ ଯଦି ବାପା ମାଙ୍କ କଥା ନ ମାନନ୍ତି ତେବେ ସେମାନେ ଖରାପ ଦିଗ ଆଡକୁ ଗତି କରନ୍ତି ଏବଂ ସେମାନେ ଖରାପ ହେବା ସହ ନିଜ ଭବିଷ୍ୟତକୁ ମଧ୍ୟ ନିଜ ହାତରେ ନଷ୍ଟ କରିଦେଇଥାନ୍ତି । ଏହା ବାପା ମାଙ୍କ ପାଇଁ ଏକ ବଡ ଚିନ୍ତା ଅଟେ କିଭଳି ପିଲାମାନେ ସେମାନଙ୍କ ଆୟତ୍ତରେ ରହିବା ସହ ଭୁଲ ଠିକ ବିଚାର ମଧ୍ୟ କାରିପାରିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଉପାୟ କରିବା ଦ୍ଵାରା ଆପଣଙ୍କ ପିଲା ଆପଣଙ୍କ କଥା ମାନିଥାନ୍ତି ।

ପ୍ରଥମ: ଯଦି ପିଲାମାନେ ଘରେ ଖରାପ ବ୍ୟବହାର କରିବା ସହ ପିତାମାତାଙ୍କ କଥା ମଧ୍ୟ ମାନୁ ନଥାନ୍ତି ତେବେ ତାଙ୍କ ମଥାରେ ପ୍ରତ୍ୟକ ଦିନ କେଶର କିମ୍ବା ହଳଦୀ ତିଳକ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।  ଦିତୀୟ: କେବେ ମଧ୍ୟ ବୃଦ୍ଧ ପିତା ମାତା ଏବଂ ଶିଶୁ ପୁତ୍ର କନ୍ୟାଙ୍କ ପ୍ରତିପୋଷଣରେ ଅଶାନ୍ତି ସୃଷ୍ଟି କରିବା ଉଚିତ ନୁହେଁ । ଏହାଦ୍ୱାରା ଅହିନର୍କ ଯୋଗ ପ୍ରାପ୍ତ ହୋଇଥାଏ ।

ତୃତୀୟ: କେବେ ମଧ୍ୟ କୌଣସି ପରିସ୍ଥିତିରେ ଲୁହା, ସୁନା, ଉସୁନା ଧାନ ଏବଂ ରନ୍ଧା ଅର୍ଣ ଚୋରୀ କରିବା ଉଚିତ ନୁହେଁ ଏହାଦ୍ୱାରା ବହୁତ ଜନ୍ମ ପର୍ଯ୍ୟନ୍ତ ନିକୃଷ୍ଠ ଜାତିରେ ଜନ୍ମ ହେବାକୁ ପଡିଥାଏ । ଚତୁର୍ଥ: ଘରେ କଳହ ଦୂର କରିବା ପାଇଁ କେଶରର ତିଳକ ଲଗାଇବା ଉଚିତ । ସେହିପରି କ୍ଷୀରରେ କେଶର ପକାଇ ପିଇବା ଦ୍ଵାରା ଘରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ ।

ପଞ୍ଚମ: ଘର ସମ୍ମୁଖରୁ ସର୍ବଦା ଅଳିଆ ସଫା କରିବା ଆବଶ୍ୟକ । ନଚେତ ଏହା କଳି ଝଗଡାର କାରଣ ହୋଇପାରେ । ଷଷ୍ଠ: ଘରେ ସପ୍ତାହକୁ ଥରେ କର୍ପୁର ଜଳାଇ ଏହାର ଧୂଆଁ ଦେବା ଦ୍ଵାରା  ଘରୁ କଳି ଝଗଡା ଦୂର ହୋଇଥାଏ । ଷଷ୍ଠ: ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ପଞ୍ଚମୁଖି ଦୀପ ଜଳାଇବା ଦ୍ଵାରା ଏବଂ ଘରେ ଅଷ୍ଟ ଗନ୍ଧର ଧୂଆଁ ଦେବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ସପ୍ତମ: ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥାଏ କଳା କିମ୍ବା ଲାଲ ରଙ୍ଗର ଗାଇକୁ ପୂଜା କରିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ  ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ । ଅଷ୍ଟମ: ଯଦି ଘରେ ପିତା ଏବଂ ପୁତ୍ର ଭିତରେ ଭଲ ପଡୁନଥାଏ  ତେବେ ମନ୍ଦିରରେ ଗୁଡ ଏବଂ ଗହମ ଦାନ କରିବା ଦ୍ଵାରା ଶୁଭ ପ୍ରଦ ହୋଇଥାଏ ଏବଂ ଭଲ ସମ୍ପର୍କ ପ୍ରତିଷ୍ଠା ହୋଇଥାଏ ।

ନବମ: ଶାଶୁ ବୋହୁ ଏବଂ ନଣନ୍ଦ ମଧ୍ୟରେ ପଡୁନଥିଲେ ଅଟାର ଚକି ମନ୍ଦିରରେ ଦାନ କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ  । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।