Astrology: କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କଣ ସବୁ ଲକ୍ଷଣ ଥାଏ ? ଜାଣନ୍ତୁ ମାସ ଅନୁସାରେ ବ୍ୟକ୍ତିଙ୍କ ସ୍ଵଭାବ, ଆପଣ କେଉଁ ମାସରେ ଜନ୍ମ ହୋଇଛନ୍ତି ?

ମନୁଷ୍ୟର ଜନ୍ମ ମାସଟି ତାଙ୍କର ବ୍ୟକ୍ତିତ୍ବ ଓ ସ୍ଵଭାବ କିପରି ରହିବ ତାହା କହି ଦେଇଥାଏ । ଜନ୍ମ ତାରିଖ ଭଳି ଜ୍ଯୋତିଷ ଶାସ୍ତ୍ରରେ ଜନ୍ମ ମାସର ମଧ୍ୟ ବିଶେଷ ମହତ୍ଵ ରହିଛି । ଜନ୍ମ ମାସରୁ ମଧ୍ୟ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ବିଷୟ ନେଇ ଆସିଛୁ ଯାହାଦ୍ୱାରା ଆପଣ ନିଜ ଜନ୍ମ ମାସ ବାଛି ସେହି ଅନୁସାରେ ନିଜର ବା ନିଜ ପ୍ରିୟଜନଙ୍କର ପ୍ରକୃତି ଏବଂ ସ୍ଵଭାବ କିପରି ତାହା ଜାଣିପାରିବେ ।

ଜାନୁୟାରୀ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଉଦାର ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରଜାପତି ଭଳି ସୁନ୍ଦର ହେବା ସହ ଖୋଲା ଆକାଶରେ ମୁକ୍ତ ହୋଇ ଉଡି ବୁଲିବାକୁ ଇଚ୍ଛା ରଖନ୍ତି । ଏମାନେ ସମସ୍ତଙ୍କ ସହ ମିତ୍ରତା କରିବା ପସନ୍ଦ କରନ୍ତି ଏବଂ ସକାରାତ୍ମକତାରେ ପରିପୂର୍ଣ୍ଣ ହୋଇ ରହିଥାନ୍ତି ।

ଫେବୃୟାରୀ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ଏହାସହ ଏମାନଙ୍କ ଆତ୍ମବିଶ୍ଵାସ ମଧ୍ୟ ଖୁବ ଆକର୍ଷଣୀୟ ଥାଏ । ଅନ୍ୟ ବ୍ୟକ୍ତି କେତେବେଳେ ଏମାନଙ୍କ ପାଖକୁ ଟାଣି ହୋଇ ଆସନ୍ତି ଏମାନେ ନିଜେ ବି ଜାଣି ନଥାନ୍ତି ।

ମାର୍ଚ୍ଚ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦୃଢ ବ୍ୟକ୍ତିତ୍ବର ମାଲିକ ଅଟନ୍ତି ଓ ଏମାନେ କେବେ ହେଲେ ହାର୍ ମାନନ୍ତି ନାହିଁ । ଏମାନେ ଭାବିଚିନ୍ତି ସବୁ କାମ କରନ୍ତି ଓ ଯାହା ଥରେ ଆରମ୍ଭ କରନ୍ତି ତାହା ପୂର୍ଣ୍ଣ କରିବା ପାଇଁ ଲାଗି ରହିଥାନ୍ତି ।

ଏପ୍ରିଲ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେବେ କାହା ବିଶ୍ବାସ ଭାଙ୍ଗନ୍ତିନି କି ଯାହାକୁ ଭଲ ପାଇଥାନ୍ତି ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ । ଏମାନେ ଅତ୍ୟନ୍ତ ସ୍ବଚ୍ଛ ହୃଦୟର ବ୍ୟକ୍ତି ହୋଇଥାନ୍ତି ।

ମେ/ମଇ: ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କୁ ସାଧାରଣତଃ ସମସ୍ତେ ଗମ୍ଭୀର ସ୍ଵଭାବର ଭାବିଥାନ୍ତି । କିନ୍ତୁ ଯେଉଁମାନେ ଏମାନଙ୍କୁ ବୁଝିଥାନ୍ତି ସେମାନେ ଖୁବ ଭଲଥାନ୍ତି । ଏମାନେ ଖୁବ ସୁନ୍ଦର ହୃଦୟର ବ୍ୟକ୍ତି ହୋଇଥାନ୍ତି ।

ଜୁନ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ପାର୍ଟନର ହୋଇଥାନ୍ତି । ସେଥିପାଇଁ ସମସ୍ତେ ଏମାନଙ୍କ ନିକଟତର ହେବାକୁ ଚାହିଁଥାନ୍ତି । ଏମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି ଓ ଏହି କାରଣରୁ ଅନେକ ଲୋକ ଏମାନଙ୍କ ଫାଇଦା ମଧ୍ୟ ଉଠାଇଥାନ୍ତି ।

ଜୁଲାଇ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ସହ ମିଶି ରହିବାକୁ ଭଲ ପାଇଥାନ୍ତି । ଏମାନଙ୍କ ସାହାସୀ ବ୍ୟକ୍ତିତ୍ବ ଏମାନଙ୍କ ବିଶେଷତ୍ଵକୁ ଦର୍ଶାଇ ଥାଏ ଓ ଏମାନେ ଅନ୍ୟମାନଙ୍କ ସହ ବହୁତ ଶୀଘ୍ର ମିଶି ଯାଇଥାନ୍ତି ।

ଅଗଷ୍ଟ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଖୋଲା ମନ ସ୍ଵଭାବର ହୋଇଥାନ୍ତି ଓ ଏମାନେ ମଧ୍ୟ ଅନ୍ୟମାନଙ୍କ ସହ ବହୁତ ଶୀଘ୍ର ମିଶି ଯାଇଥାନ୍ତି ଏବଂ ସମସ୍ତଙ୍କ ସହ ମିଳିମିଶି ରହିବାକୁ ଭଲ ପାଇଥାନ୍ତି ।

ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ସରଳ ସ୍ଵଭାବର ହେବା ସହ ସାମାନ୍ଯ ଜିଦଖୋର ମଧ୍ୟ ହୋଇଥାନ୍ତି । ଏମାନେ ଟିକେ ଟିକେ କଥାରେ ରାଗିଯାନ୍ତି ହେଲେ ଏମାନଙ୍କ ହୃଦୟ ବହୁତ ଭଲ ହୋଇଥାଏ ।

ଅକ୍ଟୋବର: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଖୋଲା ଆଖିରେ ସ୍ଵପ୍ନା ଦେଖିବାକୁ ପସନ୍ଦ କରିଥାନ୍ତି । ଏମାନେ ଖୁବ ଭଲ ନେତୃତ୍ଵ ମଧ୍ୟ ନେଇପାରନ୍ତି ଅର୍ଥାତ ଅକ୍ଟୋବର ମାସରେ ଜନ୍ମିତ ବ୍ୟକ୍ତି ବହୁତ ଭଲ ଲିଡର ସାବ୍ୟସ୍ତ ହୁଅନ୍ତି ।

ନଭେମ୍ବର: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସହଯୋଗକାରୀ ତଥା ସଚ୍ଚୋଟ ନାଗରିକ ହୋଇଥାନ୍ତି । ଏମାନଙ୍କୁ କେହି ସହଜରେ ବୋକା ବନେଇ ପାରନ୍ତି ନାହିଁ । କାରଣ ଏମାନେ ବହୁତ ଚାଲାଖ ହୋଇଥାନ୍ତି ।

ଡିସେମ୍ବର: ଏହି ମାସରେ ଜଣ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ଏମାନଙ୍କୁ ସଫଳତାର ଶୀର୍ଷ ଆଡକୁ ନେଇ ଯାଇଥାଏ । ଏହାଛଡା ଏମାନେ ଜୀବନରେ କାହାକୁ କଷ୍ଟ ଦେଇ ନଥାନ୍ତି o ସବୁବେଳେ ନିଜ ଲୋକଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।