କେଉଁ କର୍ମ କରିଲେ କେଉଁ ଜନ୍ମ ପାଇବେ ? Garuda Purana

ବନ୍ଧୁଗଣ ଆଜିର ଦିନରେ ଯଦି ଆପଣ କର୍ମ କରୁଛନ୍ତି ତା ହେଲେ କର୍ମ କୁ ଠିକ ରଖିବା ଉଚିତ । ନ ହେଲେ ଆପଣଙ୍କୁ ଏମିତି ପରିସ୍ଥିତି ଭୋଗିବାକୁ ପଡିବ କି ଏହି ଜନ୍ମ ରେ ଆପଣଙ୍କୁ ଆପଣଙ୍କର କର୍ମ ର ଫଳ ଭୋଗିବାକୁ ପଡିବ । ଆପଣ ମାନେ ଯଦି ଭାବୁଛନ୍ତି ଏହି ଜନ୍ମର କର୍ମର ଫଳ ଆପଣ ଆର ଜନ୍ମରେ ଭୋଗିବେ ତେବେ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ଏହି ଜନ୍ମର କର୍ମର ଫଳ ଆପଣ ଏହି ଜନ୍ମରେ ଭୋଗୀ କି ଯିବେ । ତେଣୁ ଚେଷ୍ଟା କରନ୍ତୁ ନିଜ କର୍ମ ଠିକ ରଖିବାକୁ । ଆଜି ଆମେ ଆପଣଙ୍କୁ କେଉଁ କର୍ମ କରିଲେ କେଉଁ ଜନ୍ମ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମଣିଷ ସନ୍ୟାସୀ ଗ୍ରହଣ କରିବା ପରେ ଯଦି ପୁନଶ୍ଚ ସ୍ତ୍ରୀ ସହ ସମ୍ପର୍କ ସ୍ଥାପନ କରେ ବା ଆହା ସହ ସଂଭୋଗ କରେ ତେବେ ସେହି ପୁରୁଷ ବିଷ୍ଠା ରେ କୃମି ଜନ୍ମ ହୋଇଥାଏ । ତେଣୁ ସନ୍ୟାସୀ ନେଇଛନ୍ତି ତେବେ ସ୍ତ୍ରୀ ସହ ସମ୍ପର୍କ ରଖନ୍ତୁ ନାହି ।

୨- ଯିଏ ସର୍ବଦା ଝଗଡା କରିବାକୁ ଆଗେଇ ଆସିଥାଏ ବା କାହା ସହ ଝଗଡା କରିଲେ ତାହା ସହ ଜମା ଛାଡେ ନାହି ତେବେ ପର ଜନ୍ମରେ ବିଲେଇ ଜନ୍ମ ହୋଇଥାଏ । ସେଥିପାଇଁ ସର୍ବଦା ରାଉ ରାଉ ହେବା ବନ୍ଦ କରନ୍ତୁ ।

୩- ଯିଏ ବୀନା କାରଣରେ ସବୁବେଳେ ରାଉ ରାଉ ବା ଆଡ ବାୟା ପରି ହୁଏ ସେ ପର ଜନ୍ମରେ କାଉ ଜନ୍ମ ପାଇଥାଏ ।

୪- ଯେଉଁ ଲୋକ ମାନେ ଅତ୍ୟନ୍ତ ଲୋହି ପ୍ରକୃତିର ହୋଇଥାନ୍ତି ସେମାନେ ପର ଜନ୍ମରେ ଛେଳି ଜନ୍ମ ନେଇଥାନ୍ତି ।

୫- ଯେଉଁମାନେ ପର ନାରୀ ଓ ପର ଧନ ହରଣ କରିଥାନ୍ତି ସେମାନେ ଆର ଜନ୍ମରେ କଙ୍କଡା ଜନ୍ମ ନେଇଥାନ୍ତି ।

୬- ଯେଉଁମାନେ ଅଖାଦ୍ୟକୁ ଭୋଜନ କରନ୍ତି ସେମାନେ ଆର ଜନ୍ମରେ ଘୁଷୁରୀ ହୋଇ ଜନ୍ମଗ୍ରହଣ କରିଥାନ୍ତି ।

୭- ଯେଉଁମାନେ ବାକ ଯୁଦ୍ଧରେ ପ୍ରବୀଣ, ସବୁବେଳେ ଝଗଡା କରିବାକୁ ଭଲ ପାଆନ୍ତି, ହିଂସା ଆଚରଣ କରିଥାନ୍ତି ସେମାନେ ଆର ଜନ୍ମରେ କୁକୁର ଜନ୍ମ ଏଇଥାନ୍ତି ।

୮- ଯେଉଁମାନେ ଅତି ଜିଦ ଖୋର, ସବୁବେଳେ ମାଲି ମୋକଦ୍ଦମା କରିବାକୁ ଭଲ ପାଆନ୍ତି ସେମାନେ ମୃତ୍ୟୁ ପରେ ମେଣ୍ଢା ଜନ୍ମ ନେଇଥାନ୍ତି ।

୯- ଯିଏ ବିନା ଦୋଷ ରେ ଅନ୍ୟକୁ ଦଣ୍ଡ ଦିଏ ବା ଫଁ ଫଁ ହୁଏ ସେ ପର ଜନ୍ମରେ ସାପ ଜନ୍ମ ନେଇଥାଏ ।

୧୦- ଯିଏ ପିତା ମାତାଙ୍କୁ ଅଭାଷା କୁହେ, ସମାନ ଦିଏ ନାହି ସେ ପର ଜନ୍ମରେ ମୁକ ହୋଇ ଜନ୍ମ ହୋଇଥାଏ ।

୧୧- ଯିଏ ପର ନାରୀ, ସ୍ତ୍ରୀ, ଝିଅ ଓ ବୋହୁ ସହ ବହୁତ ବାର ସଙ୍ଗମ କରେ ସେ ସାତ ଜନ୍ମ ଯାଏଁ ନର୍କ ଭୋଗ କରିଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରି ଦିଅନ୍ତୁ ।