ଜୀବନରେ ବାରମ୍ବାର ଅସଫଳତାର ସାମ୍ନା କରୁଛନ୍ତି କି ? ଦେଖନ୍ତୁ ଶାସ୍ତ୍ର ଅନୁସାରେ କେଉଁ ସବୁ କର୍ମ କଲେ ମିଳିଥାଏ ସଫଳତା !

ଅନେକ ଲୋକ ଜୀବନରେ ସଫଳତା ପାଇବା ପାଇଁ ଦିନରାତି ଏକ କରି ପରିଶ୍ରମ କଲେ ମଧ୍ୟ ସେମାନଙ୍କ ଭାଗ୍ୟରେ ଖାଲି ଅସଫଳତା ଆସିଥାଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିବା କଷ୍ଟ ହୋଇଥାଏ । କିନ୍ତୁ ଏହାର ଉପଚାର ଆମ ଶାସ୍ତ୍ରରେ ରହିଛି ।ଶାସ୍ତ୍ରରେ ଏମିତି କିଛି କର୍ମର ବର୍ଣ୍ଣନା କରାଯାଇଛି ଯାହା କରିବା ଦ୍ଵାରା ଦୁର୍ଭାଗ୍ୟରୁ ମୁକ୍ତି ମିଳିବା ସହ ସଫଳତା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇବା ପାଇଁ ଶାସ୍ତ୍ର ଅନୁସାରେ ଆପଣଙ୍କୁ କେଉଁ ସବୁ କର୍ମ କରିବାକୁ ହେବ ।

ଜୀବନରେ ସଫଳତା ପାଇବାକୁ ବା ଦୁର୍ଭାଗ୍ୟରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ର ଅନୁସାରେ ଆପଣ ସକାଳୁ ଉଠି ସ୍ନାନ କରିବା ପରେ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ କିଛି ଦାନ ଦେବା ଉଚିତ । ଏହାସହ ହିନ୍ଦୁଧର୍ମରେ ତୁଳସୀ ଗଛର ବିଶେଷ ମାନ୍ୟତା ରହିଛି । ତେଣୁ ସ୍ନାନ କରିବା ପରେ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଲଗାଇବା ଦ୍ଵାରା ଆପଣଙ୍କ ଗୃହରେ ସୁଖ ଓ ଶାନ୍ତି ବାସ କରିଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସର୍ବଦା ରହିଥାଏ ।

ଯେଉଁ ଗୃହରେ ପ୍ରତ୍ଯେକ ଦିନ ଗାୟତ୍ରୀ ମନ୍ତ୍ର ଜପ ହୋଇଥାଏ ସେଠାରେ ନକରାତ୍ମକ ଶକ୍ତିର ବାସ ହୋଇ ନଥାଏ । ତେଣୁ ପ୍ରତ୍ଯେକ ଦିନ ସ୍ନାନ ପରେ ଗାୟତ୍ରୀ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ତେବେ ଏହି ସବୁ ଥିଲା କିଛି ଛୋଟ କର୍ମ ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦିଏ । କିନ୍ତୁ ଏହାଛଡା ସଫଳତାର ଅନ୍ୟ ଏକ ମନ୍ତ୍ର ହେଉଛି ଆପଣଙ୍କ ଅଭ୍ଯାସ । ଯାହା ଆପଣଙ୍କ ଦୁର୍ଭାଗ୍ୟକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥାଏ ।

ଧ୍ୟାନ କରିବା ଯେକୌଣସି ବ୍ୟକ୍ତିଙ୍କ ଜୀବନ ପାଇଁ ରାମବାଣ ସଦୃଶ କାର୍ଯ୍ୟ କରିଥାଏ । କାରଣ ଏହା ଆପଣଙ୍କ ଚିନ୍ତା ଦୂର କରିବାରେ ସକ୍ଷମ ହୋଇଥାଏ । ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଲାଭଦାୟକ ହୋଇଥାଏ । ତେଣୁ ଏହି ଅଭ୍ଯାସକୁ ଆପଣେଇବା ଦ୍ଵାରା ଆପଣଙ୍କ ଜୀବନରେ ଉନ୍ନତି ହୋଇପାରେ । ଯେପର୍ଯ୍ୟନ୍ତ ଆପଣ ନିଜ କମଫର୍ଟ ଜୋନରେ ରହୁଛନ୍ତି ସେପର୍ଯ୍ୟନ୍ତ ଆପଣ କୌଣସି ପରିସ୍ଥିତିକୁ ସାମ୍ନାକୁ କରିବାକୁ ଭୟ କରନ୍ତି ।

କିନ୍ତୁ ଏଥିପାଇଁ ସବୁବେଳେ ଶାରୀରିକ ଏବଂ ମାନସିକ ଭାବେ ପ୍ରସ୍ତୁତ ରହିବା ଉଚିତ । ସଫଳତା ପାଇବାକୁ ଚାହୁଁଥିଲେ ନିଜକୁ ନିଜେ ମୁକାବିଲା କରିବା ପାଇଁ ଶିଖନ୍ତୁ । ଏହାସହ କୌଣସି ବ୍ୟକ୍ତିଙ୍କ ପାଇଁ ଯଥେଷ୍ଟ ଶୋଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ନଚେତ ଏହା ଆପଣଙ୍କ ଉନ୍ନତି ପଥରେ ବାଧାର କାରଣ ହୋଇପାରେ ।

ଶୀଘ୍ର ଶୁଅନ୍ତୁ ଓ ଶୀଘ୍ର ଉଠନ୍ତୁ ଦେଖିବେ ଆପଣଙ୍କ ଜୀବନରେ ସଫଳତା ଆପେ ଆପେ ଆସିବ । ସବୁଠାରୁ ବଡ କଥା ହେଲା ଚୟନ । ଆପଣ ନିଜ ପାଇଁ ଯଥୋଚିତ ଦିଗ ଚୟନ କରନ୍ତୁ, ଦେଖିବେ ଜୀବନରେ ନିଶ୍ଚୟ ସଫଳ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।