ଜାଣନ୍ତୁ କେଉଁ କର୍ମ କଲେ – କେଉଁ ଜନ୍ମ ମିଳିଥାଏ

ଆଜି ଆମେ ଆଲୋଚନା କରିବା ପୁରୁଷ ଓ ନାରୀ କେଉଁ କର୍ମ କଲେ କେଉଁ ଜନ୍ମ ପାଇବେ । ସର୍ବଦା ଠିକ କର୍ମ କରିବା ଉଚିତ । ମଣିଷ ନିଜର କର୍ମର ଫଳ ଭୋଗ କରିଥାଏ । ମଣିଷ ଏହି ଜନ୍ମରେ କରିଥିବା କର୍ମର ଫଳ ଏହି ଜନ୍ମରେ ପାଇଥାଏ । ଗରୁଡ ପୁରାଣ ଅନୁସାରେ କେଉଁ କର୍ମ କଲେ କେଉଁ ଜନ୍ମ ମିଳିଥାଏ, ତାହା ଆମେ ଆପଣଙ୍କୁ ଜଣେଇବୁ ।

୧. ଜଣେ ବ୍ୟକ୍ତି ସନ୍ୟାସ ଗ୍ରହଣ କରିବା ପରେ ପୁନଶ୍ଚ କୌଣସି ସ୍ତ୍ରୀ ସହ ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସେହି ବ୍ୟକ୍ତି ପର ଜନ୍ମରେ କୁର୍ମି ରୂପେ ଜନ୍ମ ନେଇଥାଏ ।

୨. ଯେଉଁ ମଣିଷ ସର୍ବଦା କଳି କରେ, ସେ ପର ଜନ୍ମରେ ବିରାଡି ଜନ୍ମ ପାଇଥାଏ ।

୩. ଯେଉଁ ମଣିଷ ବିନା କଥାରେ ରାଉ ରାଉ ହୁଏ, ସେ ପର ଜନ୍ମରେ କାଉ ଜନ୍ମ ପାଇଥାଏ ।

୪. ଯେଉଁ ଲୋକମାନେ ଲୋଭୀ ପ୍ରକୃତିର ଅଟନ୍ତି । ସେମାନେ ପର ଜନ୍ମରେ ଛେଳି ରୂପେ ଜନ୍ମ ନେଇଥାନ୍ତି ।

୫. ଯେଉଁ ଲୋକମାନେ ପର ନାରୀ ଓ ପର ଧନ ହରଣ କରିଥାନ୍ତି । ସେମାନେ ପର ଜନ୍ମରେ କଙ୍କଡା ଜନ୍ମ ପାଇଥାନ୍ତି ।

୬. ଯେଉଁ ଲୋକମାନେ ଅଖାଦ୍ୟ ଭୋଜନ କରନ୍ତି, ସେମାନେ ପର ଜନ୍ମରେ ଘୁଷୁରି ଜନ୍ମ ଗ୍ରହଣ କରିଥାନ୍ତି ।

୭. ଯେଉଁମାନେ ବାକ୍ ଯୁଦ୍ଧରେ ପ୍ରବିଣ, ସବୁବେଳେ କଳି କରିବାକୁ ଭଲ ପାଆନ୍ତି ଓ ହିଂସା ଆଚରଣ କରନ୍ତି, ସେମାନେ ପର ଜନ୍ମରେ କୁକୁର ଜନ୍ମ ପାଆନ୍ତି ।

୮. ଯେଉଁମାନେ ବହୁତ ଜିଦଖୋର, ସବୁବେଳେ ମାଲି ମୋକଦମା କରିବାକୁ ଭଲ ପାଆନ୍ତି, ସେମାନେ ମେଣ୍ଢା ହୋଇ ଜନ୍ମ ଲାଭ କରିଥାନ୍ତି ।

୯. ଯିଏ ବିନା ଦୋଷରେ ଦଣ୍ଡ ଦିଏ ଓ ସର୍ବଦା ଫଁ ଫଁ ହୁଏ, ସେ ପର ଜନ୍ମରେ ସର୍ପ ରୂପେ ଜନ୍ମ ଗ୍ରହଣ କରିଥାଏ ।

୧୦. ଯିଏ ପିତା ମାତାଙ୍କୁ ଅଭାଷା କୁହେ, ସମ୍ମାନ ଦିଏ ନାହିଁ, ସେ ପର ଜନ୍ମରେ ମୁକ ହୋଇ ଜନ୍ମ ନେଇଥାଏ ।

୧୧. ଯିଏ ପର ନାରୀ, ପର ସ୍ତ୍ରୀ, ପର ଝିଅ ଓ ପର ବୋହୁ ସହ ସଙ୍ଗମ କରେ, ସେ ସାତ ଜନ୍ମ ପଯ୍ୟନ୍ତ ନର୍କ ଭୋଗ କରିଥାଏ ।

ଯଦି ଆପଣ ଏହି ସବୁ କର୍ମ କରୁଥିବେ ତେବେ ମଣିଷ ଜନ୍ମ ପାଇପାରିବେ ନାହିଁ । ତେଣୁକରି ସର୍ବଦା ସଠିକ କାମ କରନ୍ତୁ ।