Interesting GK Questions: ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଅଧା ଖାଇବା ପରେ ବି ତାହା ପୁରା ରହିଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଅଛି ଯାହାକୁ ଆପଣ କେଉଁଠି ନା କେଉଁଠି ଛାଡି ଦେଇଥାନ୍ତି, କିନ୍ତୁ ତଥାପି ଏହା ଆପଣଙ୍କ ସାଙ୍ଗରେ ରୁହେ ?

ଉ: ଫିଙ୍ଗରପ୍ରିଣ୍ଟ

୨- ଏମିତି କେଉଁ ଦୁଇଟି ଜିନିଷ ଅଛି ଯାହା ସବୁବେଳେ ପରସ୍ପର ଠାରୁ ଅଲଗା ରୁହନ୍ତି, କିନ୍ତୁ ଯଦି ଗୋଟିଏ ହଜିଯାଏ ତେବେ ଅନ୍ୟଟି ମଧ୍ୟ କିଛି କାମରେ ଆସେ ନାହିଁ ?

ଉ: ତାଲା ଏବଂ ଚାବି

୩- କେଉଁ ପ୍ରାଣୀ ଶରୀରରୁ ଗୋଲାପି ରଙ୍ଗର ଝାଳ ବୋହିଥାଏ ?

ଉ: ସାମୁଦ୍ରିକ ଘୋଡା

୪- ଦୁନିଆର ସବୁଠୁ ଶୀଘ୍ର ବଢୁଥିବା ଗଛ କିଏ ?

ଉ: ବାଉଁଶ

୫- ଏମିତି କେଉଁ କାମ ଅଛି ଯାହା ପୁରୁଷ ଜୀବନରେ କେବଳ ଥରେ କରିଥାଏ, କିନ୍ତୁ ସ୍ତ୍ରୀକୁ ବାରମ୍ବାର କରିବାକୁ ପଡିଥାଏ ?

ଉ: ମଥାରେ ସିନ୍ଦୂର ଲଗାଇବା

୬- ଏମିତି କଣ ଅଛି ଯାହା କେବଳ ଆପଣ ଦେଖିପାରିବେ, ଆପଣଙ୍କ ବ୍ଯତୀତ ଅନ୍ୟ କେହି ମଧ୍ୟ ଦେଖିପାରିବେ ନାହିଁ ?

ଉ: ଆପଣଙ୍କ ସ୍ଵପ୍ନ

୭- ଏମିତି କେଉଁ ଜିନିଷ ଅଛି ଯାହା ପ୍ରତ୍ଯେକ ଜିନିଷକୁ ନିଜ ଆଡକୁ ଟାଣି ଥାଏ, କିନ୍ତୁ ଆଖିକୁ ଦିଶେ ନାହିଁ ?

ଉ: ମାଧ୍ୟାକର୍ଷଣ

୮- ଏମିତି କେଉଁ ଦୋକାନୀ ଅଛି ଯିଏ ଆପଣଙ୍କ ଜିନିଷ ନେଇଥାଏ ଓ ତା’ର ମୂଲ୍ୟ ମଧ୍ୟ ଆପଣଙ୍କ ଠାରୁ ନେଇଥାଏ ?

ଉ: ବାରିକ (ଯିଏ ଚୁଟି କାଟନ୍ତି)

୯- ପିଇବା ପାଣିରେ କେଉଁ ଗ୍ଯାସ ମିଶା ଯାଇଥାଏ ?

ଉ: କ୍ଳୋରିନ ଗ୍ଯାସ

୧୦- ଏମିତି କେଉଁ ଜିନିଷ ଅଛି ଯାହା ଆଗପଟୁ ଭଗବାନ ବନେଇଛନ୍ତି ଓ ପଛପଟୁ ମଣିଷ ?

ଉ: ଶଗଡ ଗାଡି (ଆଗରେ ବଳଦ ଭଗବାନ ବନେଇଛନ୍ତି, ପଛରେ ବଳଦଗାଡି ମଣିଷ ବନେଇଛି)

୧୧- ରାତିରେ ଜନ୍ମ ହେଲା, ସକାଳେ ଯବାନ ହେଲା କିନ୍ତୁ ସନ୍ଧ୍ୟା ହେବା ମାତ୍ରେ ତା’ ଜୀବନକାଳ ସରି ସରି ଆସେ । କହିଲେ ଦେଖି କଣ ?

ଉ: ଖବରକାଗଜ

୧୨- କେଉଁ ଫସଲ ବୁଣିବା ପାଇଁ ବୀଜର ଆବଶ୍ୟକତା ହୋଇ ନଥାଏ ?

ଉ: ଆଖୁ

୧୩- ଲୋକେ ମୋତେ ବହୁତ ଦରକାର କରନ୍ତୁ କିନ୍ତୁ ୟାକୁ ତାକୁ ଦେଇଥାନ୍ତି, କୁହ ମୁଁ କିଏ ?

ଉ: ପଇସା

୧୪- ପାଣି ଅଛି କିନ୍ତୁ ଝରଣା ନୁହେଁ, ଲାଞ୍ଜ ଅଛି କିନ୍ତୁ ମାଙ୍କଡ ନୁହେଁ, ଦାଢି ଅଛି କିନ୍ତୁ ନାହିଁ, ଆଖି ଅଛି କିନ୍ତୁ ଜିଭ ନାହିଁ, କୁହନ୍ତୁ ସେ କିଏ ?

ଉ: ନଡିଆ

୧୫- କେଉଁ ଜୀବ ସବୁବେଳେ ଖାଇବାକୁ ପସନ୍ଦ କରିଥାଏ ?

ଉ: ହରିଣ

୧୬- ଏମିତି କେଉଁ ଜିନିଷ ଅଛି ଯାହା ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ ?

ଉ: ଅଣ୍ଡା

୧୭- କେଉଁ ଜିନିଷକୁ ଯେତେ ଟାଣିଲେ ତାହା ସେତିକି ଛୋଟ ହୋଇଥାଏ ?

ଉ: ସିଗାରେଟ

୧୮- ଯଦି ନାକରେ ଚଢି ଯିବି ତ କାନ ଧରି ବହୁତ ପଢେଇବି, ମୁଁ କିଏ ?

ଉ: ଚଷମା

୧୯- ମୃତ୍ୟୁ ପରେ ମଣିଷ ଶରୀରର ଓଜନ କେତେ କମିଯାଏ ?

ଉ: ୨୧ ଗ୍ରାମ

୨୦- ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଅଧା ଖାଇବା ପରେ ମଧ୍ୟ ପୁରି ହିଁ ରୁହେ ?

ଉ: ପୁରୀ