କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳେ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନରେ ସୁଖ, ଶାନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତ କରିବାକୁ ହେଲେ କିଛି ମହତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ଶୁକ୍ଲପକ୍ଷ ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କୁ ସୁଗନ୍ଧିତ ଇତର ସହ ଶୃଙ୍ଗାର ସାମଗ୍ରୀ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ । ମଙ୍ଗଳବାର ଦିନ ହନୁମାନଙ୍କୁ ଚମେଳି ତୈଳ ସହ ସୁଗନ୍ଧିତ ଦ୍ରବ୍ଯ ଏବଂ ଗୋଲାପ ଫୁଲ ଅର୍ପଣ କରିବା ଦ୍ଵାରା ଅର୍ଥ ସମସ୍ଯା ଦୂର ହୋଇଥାଏ ।

ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯାଉଥିଲେ ନାଭିରେ ଚନ୍ଦନ ଲଗାଇ ଯିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସମ୍ପନ୍ନତା ଓ ବୈଭବ ବୃଦ୍ଧି ହୋଇଥାଏ । ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି, ଚତୁର୍ଦ୍ଦଶୀ, ଅଷ୍ଟମୀ, ରବିବାର, ଶ୍ରାଦ୍ଧ ଓ ବ୍ରତ ଦିନ ମାନଙ୍କରେ ତେଲ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ଲୋକଙ୍କର ଗୁରୁ ହେଉଛନ୍ତି ତାଙ୍କ ନିଜ ସ୍ଵାମୀ, ତେଣୁ ତାଙ୍କୁ ଛାଡି ଅନ୍ୟ କାହାକୁ ଗୁରୁ କରିବା ଉଚିତ ନୁହେଁ ।

ପିଲାମାନଙ୍କୁ ଖାଦ୍ଯ ପଦାର୍ଥ ଦେବାସହ ଖେଳଣା ଇତ୍ୟାଦି ପଦାର୍ଥ ପ୍ରଦାନ କରିବା ଦ୍ଵାରା ମଙ୍ଗଳକାରୀ ହେବାସହ ସୁଖ, ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଶିଶୁମାନେ କିଛି ମାଗିଲେ ତାଙ୍କୁ ଯତ୍ନ ସହକାରେ ଦେବା ଉଚିତ, ଏହା କଲ୍ୟାଣକାରୀ ହୋଇଥାଏ ଏବଂ ସ୍ଵର୍ଗାଲୋକ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଯେଉଁ ଲୋକ ନିଜର ଦୋଷ ଶୂନ୍ୟ ସୁଶୀଳା ସ୍ତ୍ରୀକୁ ଯୌବନାବସ୍ଥାରେ ଛାଡିଦିଏ ସେ ସାତ ଜନ୍ମ ପର୍ଯ୍ୟନ୍ତ ସ୍ତ୍ରୀ ଜନ୍ମ ପାଇଥାଏ ଓ ବିଧବା ମଧ୍ୟ ହୋଇଥାଏ । ସ୍କନ୍ଧ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀର ବଳାତ୍କାର କିମ୍ବା ଅପହରଣ ହୁଏ ତାକୁ ତ୍ୟାଗ କରିବା ଅନୁଚିତ । କାରଣ ସେମାନେ ମାସିକ ଧର୍ମ ପରେ ସ୍ଵତଃ ଶୁଦ୍ଧ ହୋଇଯାନ୍ତି । ଯେଉଁ ଘରେ ଅତିଥି ନିରାଶ ହୋଇ ଫେରିଯାନ୍ତି ସେମାନେ ସେହି ଘରୁ ପୂଣ୍ୟ ନେଇଯାନ୍ତି, ତେଣୁ ସର୍ବଦା ଅତିଥିଙ୍କ ଅଭ୍ୟର୍ଥନା କରିବା ଉଚିତ ।

ଶାସ୍ତ୍ର ଅନୁସାରେ ଗୃହସ୍ଥ ଲୋକମାନେ ମାତାପିତା, ଅତିଥି ଏବଂ ଧନୀଲୋକଙ୍କ ସହ ଶତ୍ରୁତା କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ସ୍କନ୍ଧ ପୁରାଣ ଅନୁସାରେ ବିନା ନିମନ୍ତ୍ରଣରେ କାହା ଘରକୁ ଯିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଦୁଃଖ ଭୋଗିବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ଯଦି ଗୋଟିଏ ଭାଇର ପୁଅ ହୁଏ ଓ ଆଉ ଏକ ଭାଇର ପୁଅ ହୁଅନାହିଁ ତେବେ ତାକୁ ଅପୁତ୍ରିକ କୁହା ଯାଇପାରିବ ନାହିଁ ।

କାରଣ ଭାଇର ପୁଅ ନିଜ ପୁଅ ସହ ସମାନ । ଯେଉଁମାନେ ନିଜ ପିତୃପୁରୁଷଙ୍କ ଶ୍ରାଦ୍ଧ କରନ୍ତିନି ଓ ଅନ୍ୟମାନଙ୍କ ଦ୍ରବ୍ଯ ଚୋରୀ କରନ୍ତି ସେମାନଙ୍କର ବଂଶ ବୃଦ୍ଧି ହୋଇ ନଥାଏ । ଶାସ୍ତ୍ର ଅନୁସାରେ ପୁରୁଷଙ୍କ ବାମପଟ ଜଙ୍ଘ ଉପରେ କେବଳ ସ୍ତ୍ରୀର ବସିବାର ଅଧିକାର ଅଛି ଏବଂ ଦକ୍ଷିଣ ପାଟ ଜଙ୍ଘ ଉପରେ ପୁତ୍ର କନ୍ୟାମାନେ ବସିପାରିବେ । ଯଦି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଚାହୁଁଥାନ୍ତି କିମ୍ବା ଏକାଗ୍ରତା ବୃଦ୍ଧି କରିବା ପାଇଁ ହେଲେ ଜଳରେ ନୀଳ ରଙ୍ଗ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ବଳି ପଡିଥିବା କିଛି ଜଳ ମସ୍ତକ, କଣ୍ଠ ଓ ଦୁଇ ହାତରେ ଲଗାଇଲେ ବହୁତ ମଙ୍ଗଳକାରୀ ହୋଇଥାଏ ଏବଂ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।