ଧନ ମନୁଷ୍ୟର ବଞ୍ଚିବାର ମୁଖ୍ୟ ଆଧାର ହୋଇଥାଏ । ମନୁଷ୍ୟକୁ ବଞ୍ଚିବା ପାଇଁ ଯେପରି ଖାଦ୍ୟ ଆବସ୍ୟକ ହୋଇଥାଏ ଠିକ ସେହିପରି ମନୁଷ୍ୟକୁ ଧନ ଆବଶ୍ୟକ ହୋଇଥାଏ ବଞ୍ଚିବା କୁ । ମନୁଷ୍ୟ ଧନ ବିନା କିଛି ବି କରିପାରେ ନାହିଁ । ଧନ ଦ୍ଵାରା ହିଁ ସମାଜରେ ନିଜର ପ୍ରତିଷ୍ଠା ବୃଦ୍ଧି କରିଥାଏ । ଧନ ମନୁଷ୍ୟକୁ ସମାଜରେ ଏକ ପରିଚୟ ଦେଇଥାଏ । ଏଥିପାଇଁ ମନୁଷ୍ୟକୁ ଧନ ନିହାତି ଆବଶ୍ୟକ ହୋଇଥାଏ । ଆଜି ଆସନ୍ତୁ ଜାଣିବା ମନୁଷ୍ୟକୁ ଧନ କାହିଁକି ଅଭାବ ହୋଇଥାଏ ।
୧ – ଯେଉଁ ଲୋକମାନେ କଥା କଥାରେ ରାଗି ଯାଇଥାଆନ୍ତି ଏବଂ ନିଜ ଦୋଷ ଅନ୍ୟ ଉପରେ ଲଦି ଦିଅନ୍ତି ସେମାନଙ୍କ ଘରେ ଲକ୍ଷ୍ମୀ ଠାକୁରାଣୀ ରହନ୍ତି ନାହିଁ ।
୨ – ଯେଉଁ ଘରେ ଲୋକମାନେ ଶାନ୍ତିରେ ରହିଥାଆନ୍ତି ଏବଂ ପରସ୍ପର ସହିତ ଉତ୍ତମ ସମ୍ପର୍କ ଥାଏ ସେହି ଘରେ ଲକ୍ଷ୍ମୀ ବାସ କରିଥାଆନ୍ତି ।
୩ – ଯେଉଁ ଘରେ ପଣ୍ଡିତ, ଜ୍ଞାନୀ ଏବଂ ଗୁରୁଜନମାନଙ୍କର ଅପମାନ ହେଉଥାଏ କିମ୍ବା ଅନାଦାର ହେଉଥାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୪ – ଯେଉଁ ଘରେ ସକାଳେ ସନ୍ଧ୍ୟାବେଳେ ଦୀପ ଜଳଯାଏ ନାହିଁ ସେହି ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
୫ – ଯେଉଁ ଘରର ଲୋକମାନେ ଅଳସୁଆ ହୋଇଥାଆନ୍ତି ଏବଂ ଘର ସଫାସୁତୁରା ରଖନ୍ତି ନାହିଁ ସେହି ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
୬ – ଯେଉଁ ଘରର ଲୋକମାନେ ଅନ୍ୟାୟ ଉପାୟରେ ପଇସା ରୋଜଗାର କରିଥାଆନ୍ତି କିମ୍ବା ଅନ୍ୟକୁ ଧୋକା ଦେଇଥାଆନ୍ତି ସେହି ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
୭ – ଯେଉଁ ଘରେ ପ୍ରତ୍ୟେକ ଦିନ ଗାଇକୁ ରୁଟି ଖାଇବାକୁ ଦିଆଯାଏ ସେଠାରେ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ ।
୮ -ଯେଉଁ ଘରେ ସ୍ତ୍ରୀ ଲୋକମାନଙ୍କ ଅପମାନ ହୁଏ ଏବଂ ଘରର ଲକ୍ଷ୍ମୀଙ୍କୁ ଖରାପ କଥା କୁହାଯାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୯ – ଗୁରୁବାର କିମ୍ବା ଶୁକ୍ରବାର ଦିନ କୌଣସି ମନ୍ଦିର ପରିସରେ କଦଳୀଗଛ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ଏବଂ ଲକ୍ଷ୍ମୀ କୃପା ମିଳିଥାଏ ।
୧୦ – ଶୁକ୍ରବାର କିମ୍ବା ଧନ ତେରସ ଦିନ ମୟୂର ଯେଉଁଠାରେ ନୃତ୍ୟ କରିଥାଏ ସେଠାରୁ ମାଟି ଆଣି ତାକୁ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଲାଲ କପଡାରେ ବାନ୍ଧି ଘରେ ରଖିଲେ ଧନ ବୃଦ୍ଧି ହୋଇଥାଏ ।
୧୧ – ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରି ତାଙ୍କୁ ଲବଙ୍ଗ ଅର୍ପଣ କରିବା ଦ୍ଵାରା ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ହୋଇଥାଏ ।
୧୨ – କୌଣସି କନ୍ୟା ବିବାହ କିମ୍ବା ବିଅଦ୍ୟ ଅଧୟନରେ ଆର୍ଥିକ ସାହାଯ୍ୟ କରିବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
୧୩ – କୌଣସି ନିର୍ଧନ ବ୍ୟକ୍ତି , ରୋଗୀ କିମ୍ବା ଅଭାବଗ୍ରସ୍ତ ଲୋକଙ୍କୁ ଅର୍ଥଦାନ କରିବା ଦ୍ଵାରା ସବୁବେଳେ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
୧୪ – ଯେ କୌଣସି ଶୁଭ ଦିନରେ ବାଦୁଡି ରହୁଥିବା ଗଛରୁ ଡାଳ ଖଣ୍ଡେ ଆଣି ଘରେ ଲୁଚାଇ କରି ରଖିଲେ ଧନ ବୃଦ୍ଧି ହୋଇଥାଏ ।
୧୫ – ଘରେ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଦକ୍ଷିଣାବର୍ତି ଶଙ୍ଖରେ ଚାଉଳ ଏବଂ ଗୋଲାପ ପାଖୁଡା ରଖିବା ଦ୍ଵାରା ଧନ ପ୍ରାପ୍ତି ଯୋଗ ସୃଷ୍ଟି ହୋଇଥାଏ ।
୧୬ – କୌଣସୀ ଶୁଭଦିନରେ ଅଭାବଗ୍ରସ୍ତ ଲୋକଙ୍କୁ ଅଟା , ଚାଉଳ କିମ୍ବା ଧଳାବସ୍ତ୍ର ଦାନ କରିବାଦ୍ବାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୭ – ଏଗାରଟି ଗୁଆକୁ ହଳଦିଆ କପଡାରେ ବାନ୍ଧି ରୋଷେଇ ଘରର ପୁର୍ବ କୋଣରେ ରଖିଲେ ଘରେ କେବେ ନ୍ନ ଏବଂ ଧନର ଅଭାବ ହୁଏ ନାହିଁ ।
୧୮ – ଯଦି ଅମୃତ ବେଳାରେ ପଶ୍ଚିମକୁ ମୁହଁ କରି ଖୋଲା ଜାଗାରେ ହାତ ଆକାଶକୁ ଉଠାଇ ଲକ୍ଷ୍ମୀଙ୍କୁ ସ୍ମରଣ କଲେ ଏବଂ ହାତକୁ ମୁହଁରେ ଲଗାଇଲେ କିଛି ଦିନ ମଧ୍ୟରେ ଧନପ୍ରାପ୍ତି ହୋଇଥାଏ ।
୧୯ – ରବିବାର ଦିନ କୁଶମୂଳ ଆଣି ଟାଉପରେ ଗଙ୍ଗାଜଳ ଛିଞ୍ଚି ପୂଜାକରି ତାକୁ ନାଲି କପଡାରେ ଗୁଡାଇ ପଇସା ରଖୁଥିବା ସ୍ଥାନରେ ରଖିଲେ ଧନପ୍ରାପ୍ତି ହୋଇଥାଏ ।
୨୦ – ଶନିବାର ଦିନ ଘରଦୁଆର ମୁହଁରେ ସୋରିଷ ତେଲରେ ଦୀପ ଜଳାଇଲେ ଏବଂ ଦୀପ ଲିଭିଲାପରେ ବଳିଥିବା ତେଲକୁ ଅସ୍ଵସ୍ଥ ଗଛ ମୂଳରେ ଢାଳିଲେ ଧନବୃଦ୍ଧି ହୋଇଥାଏ ।
୨୧ – ଯଦି ପ୍ରତ୍ୟେକ ଦିନ ଘରବାହାରେ କିଛି ଦାନ କରିବାଦ୍ବାରା ଲକ୍ଷ୍ମୀ କୃପା ମିଳିଥାଏ ଏବଂ ଧନବୃଦ୍ଧି ହୋଇଥାଏ ।
୨୨ – ଗୁରୁବାର ଦିନ ଗୋଟିଏ ହଳଦିଆ କପଡାରେ , ଚାଉଳ , ନଡିଆ , ଗୁଆ , ପଇସା ଏବଂ ହଳଦିକୁ ବାନ୍ଧି ପ୍ରତ୍ୟେକ ଦିନ ପୂଜାକଲେ ଧନପ୍ରାପ୍ତି ହୋଇଥାଏ ।
୨୩ – ଗୋଟିଏ ନଡିଆକୁ ହଳଦିଆ କପଡାରେ ବାନ୍ଧି ଠାକୁର ଘରେ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଲେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।