କେଉଁ ଗଛ ଦୁଆର ମୁହଁରେ ଲଗାଇଲେ ଘରେ ଉନ୍ନତି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ଆମକୁ ସବୁ କଥାର ଜ୍ଞାନ ତ ଜନ୍ମ ସମୟରୁ ହୋଇନଥାଏ । କିଛି କଥା ଆମକୁ ପରେ ମଧ୍ୟ ଜଣା ପଡିଥାଏ । ସେହିଭଳି ଆଜି ଆମେ ଆପଣ ଜଣାଇବା ପାଇଁ ଯାଉଛୁ କିଛି ମହତ୍ଵପୂର୍ଣ କଥା ଯାହା ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ସମ୍ପର୍କରେ ଯାହାକୁ ଜାଣିବା ଫଳରେ ଏବଂ ମାନିବା ଫଳରେ ଜୀବନରେ ସୁଖ ସମୃଦ୍ଧିର ରାସ୍ତା ଖୋଲିଥାଏ ।

1- ମନ୍ଦିରରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ନଅଟି ବତୀ ଥିବା ଘିଅ ଦୀପ ଲଗାଇବା ଦ୍ଵାରା ଶୁଭଫଳ ମିଳିଥାଏ । ଜଳାଇବା ଦିନ ଠାରୁ ଧନ ଲାଭର ମାର୍ଗ ଖୋଲିଥାଏ ଆପଣଙ୍କ ପାଇଁ । 2- ଶୁକ୍ଲପକ୍ଷ ବୁଧବାର ଦିନ ଓସ୍ତ ଗଛରେ  ଧଳା କପଡାର ପତାକା ବାନ୍ଧନ୍ତୁ । ଏହାଫଳରେ  ଧନହାନୀ ହୋଇନଥାଏ ।

3- ଗୋପୀ ଚନ୍ଦନର ନଅ ଖଣ୍ଡ ଡାଳକୁ କଦଳୀ ଗଛରେ ହଳଦିଆ ସୂତାରେ ବାନ୍ଧିବା ଦ୍ଵାରା ଆପଣଙ୍କର ଶୁଭ ହୋଇଥାଏ । 4- ଗୋଟିଏ ମାଟି ପାତ୍ରରେ ସୁନା କିମ୍ବା ଚନ୍ଦିର ଜିନିଷ ରଖି ସେଥିରେ କିଛି ଚାଉଳ ଭର୍ତ୍ତି କରି ଘରର ଉତ୍ତର ପଶ୍ଚିମ କୋଣରେ ରଖିବା ଉଚିତ । ଏହାଦ୍ୱାରା ଆପଣଙ୍କ ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

5- ଗୋଟିଏ ଚାନ୍ଦିର ଡବା ଭିତରେ ଜଳ ରଖି ଆପଣ ଧନ ରଖୁଥିବା ଆଲମାରି ଭିତରେ ରଖି ଦିଅନ୍ତୁ । ଆପଣ ଏହା କରିବା ଫଳରେ ଆପଣଙ୍କ ଘରେ କେବେ ଧନର ଅଭାବ ହୋଇନଥାଏ । 6- ଶନିବାର ଦିନ କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦିଅନ୍ତୁ । ଆପଣ ଏହା କରିବାଦ୍ଵାରା ଆପଣଙ୍କ ଅଟକି ରହିଥିବା ଧନ ପ୍ରାପ୍ତି ହୋଇଥାଏ । 7- ଘରେ ପାହାଚ କିମ୍ବା ସିଢି ଯଦି ଭୁଲ ଦିଗରେ ରହିଥାଏ ତେବେ ବସ୍ତୁ ଦୋଷ ଦୂର କରିବା ପାଇଁ ସେଠାରେ କର୍ପୁର ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

8- ପ୍ରତ୍ୟକ ଦିନ ହଳଦୀ ଏବଂ କେଶର ତିଳକ ମଥାରେ ଲଗାଇବା ଉଚିତ । ଏହା ସହିତ ଏକାଦଶୀ ଏବଂ ଗୁରୁବାର ବ୍ରତ କରିବା ଆବଶ୍ୟକ । ଆପଣ କରିବା ଫଳରେ ଧନ ଲାଭ ହୋଇଥାଏ । 9- ପ୍ରତ୍ୟକ ମଙ୍ଗବାର, ଗୁରୁବାର ଏବଂ ଶନିବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଫଳରେ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । 10- ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଫଳରେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ପରିବାର ଲୋକଙ୍କ ଉନ୍ନତି ହୋଇଥାଏ ।

11- ଘରର ମୁଖ୍ୟ ଦ୍ଵାରର ଦୁଇ ପାଖରେ ଅଶୋକ ଗଛ ଲଗାଇବା ଉଚିତ ଏହାଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ ଏବଂ ଘର ଉନ୍ନତି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।