କେଉଁ ବାରରେ ଜନ୍ମିତ ପିଲା ହୋଇଥାନ୍ତି ଭାଗ୍ୟଶାଳୀ ? ଦେଖନ୍ତୁ ଆପଣଙ୍କ ଜନ୍ମ ବାର ଅନୁସାରେ ଆପଣ ଭାଗ୍ୟଶାଳୀ କି ନୁହେଁ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜନ୍ମିତ ପିଲାର ରାଶି, କୁଣ୍ଡଳୀ ତଥା ନକ୍ଷତ୍ର ଆଦିଲ୍କୁ ଅନୁଧ୍ୟାନ କରି ପିଲାର ଭାଗ୍ୟ ଭବିଷ୍ୟ ବିଷୟରେ ପତ୍ତା କରି ହୋଇଥାଏ । ତେବେ ଆପଣ କଣ ଜାଣିଛନ୍ତି କି ଜନ୍ମିତ ପିଲା କେଉଁ ବାରରେ ଜନ୍ମ ହୋଇଛି ତାହାକୁ ଅନୁଧ୍ୟାନ କରି ପିଲା ଉପରତେ ବହୁତ କିଛି କଥା ଜାଣି ହୋଇଯାଇଥାଏ । ତେବେ ଆସନ୍ତୁ ସେହି ସମ୍ପର୍କରେ ଆଲୋଚନା କରି କେଉଁ ବାରର ଜନ୍ମ କିପରି ସ୍ଵଭାବର ହୋଇଥାନ୍ତି ଜାଣିବା ।

ଯେଉଁ ପିଲା ଷୋମବାର ଜନ୍ମ ଗ୍ରହଣ କରିଥାନ୍ତି । ଏହି ଦିନରେ ଜନ୍ମିତ ପିଲା ମାନେ ବୁଦ୍ଧିମାନ ଓ ମିଶାଣିଆ ସ୍ଵଭାବର ହୋଇଥାନ୍ତି । ହେଲେ ଏମାନଙ୍କ ପାରିବାରିକ ସମ୍ପର୍କ ଏତେ ମାତ୍ରାରେ ଭଲ ରହିନଥାଏ ।ଏମାନେ କଳା ପ୍ରେମୀ ହୋଇଥାନ୍ତି । ଧର୍ଯ୍ୟ ଶକ୍ତି ବହୁତ କମ୍ ରହିଥାଏ । ମଙ୍ଗଲ ବାରରେ ଜନ୍ମିତ ପିଲା ମାନେ କ୍ରୋଧୀ, ପରାକ୍ରମୀ ଓ ଊର୍ଜାରେ ଭରପୁର ହୋଇଥାନ୍ତି । ଏମାନଙ୍କର ଦାମ୍ପତ୍ୟ ଜୀବନରେ ସମଏ ସମଏ କଳହ ଦେଖା ଦେଇଥାଏ ।

ସଫଳତା ପାଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ।ରାଗୀ ସ୍ଵଭାବ କାରଣରୁ କିଛି ଲୋକଙ୍କ ସହ ବହୁ ସମୟରେ ପଡିନଥାଏ । ବୁଧବାରରେ ଜନ୍ମିତ ପିଲା ମାନେ ବୁଦ୍ଧିମାନ ସହ କଥାବାର୍ତ୍ତା କରିବାରେ ମାହିର ହୋଇଥାନ୍ତି । ଏମାନେ ନିଜ ପରିବାରକୁ ବହୁତ ହିଁ ଭଲ ପାଇଥାନ୍ତି । ବଡ ବଡ ସମସ୍ଯାକୁ ସାମ୍ନା କରିବା ପାଇଁ ଭୟ କରିନଥାନ୍ତି । ଗୁରୁବାରରେ ଜନ୍ମିତ ପିଲା ମାନେ ଗମ୍ଭୀର ସ୍ଵଭାବର ଓ ବହୁତ ଇଛା ମନରେ ରଖିଥାନ୍ତି ।

ନିଜର ମନର ଭାବନାକୁ ବହୁ ଶୀଘ୍ର ଅନ୍ୟ ମାନଙ୍କ ସହିତ ଶେୟାର କରିଦେଇଥାନ୍ତି । ଏହି ବାରରେ ଜନ୍ମିତ ପିଲା ସଫା, ଡେଙ୍ଗା ଓ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଶୁକ୍ରବାର ଦିନ ଜନ୍ମିତ ପିଲା ମାନଙ୍କ କଥାରେ ବହୁତ ମଧୁରତା ରହିଥାନ୍ତି । ଏମାନେ ନିଜର ମନୋରଞ୍ଜନ ପାଇ ଅଧିକ ଟଙ୍କା ଖରଚ କରିଦେଇଥାନ୍ତି । ପ୍ରେମ ଜୀବନରେ ଯଦିଓ ସ୍ଥିରତା ନଥାଏ କିନ୍ତୁ ବୈବାହିକ ଜୀବନରେ ସଫଳତା ମିଳିଥାଏ । ଏମାନେ ଖରଚୀ ସହିତ ଦାନୀ ପ୍ରକୃତିର ମଧ୍ୟ ହୋଇଥାନ୍ତି ।

ଶନିବାରରେ ଜନ୍ମିତ ପିଲା ମାନେ ଅଳସୁଆ ଓ ସଂକୋଚନ ଭାବ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ଯୋଜନା କରିଥିବା କାର୍ଯ୍ୟକୁ ପୂରଣ କରିବାରେ ବହୁ ବିଳମ୍ବ ଲଗାଇଥାନ୍ତି । ଏମାନେ କଥା କଥାରେ ରାଗିଯାଇଥାନ୍ତି । ଏମାନଙ୍କର ସାଙ୍ଗସାଥି କମ୍ ରହିଥାନ୍ତି ସତ କିନ୍ତୁ ଯେତିକି ମଧ୍ୟ ଥାନ୍ତି ସେମାନଙ୍କ ସମ୍ମୁଖରେ ଏମାନେ ବହୁତ ହିଁ ବିଶ୍ଵସ୍ତ ସ୍ଵଭାବର ହୋଇଥାନ୍ତି ।

ରବିବାରରେ ଜନ୍ମିତ ପିଲା ମାନେ କାହାରି ଅଧୀନରେ ରହି କାର୍ଯ୍ୟ କରିବାକୁ ପସନ୍ଦ କରିନଥାନ୍ତି । ଏହି ବାରରେ ଜନ୍ମିତ ପିଲା ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ପରିବାର ତଥା ସାଙ୍ଗସାଥିଙ୍କ ସହ ସର୍ବଦା ଉତ୍ତମ ସମ୍ପର୍କ ରଖିଥାନ୍ତି । କମ୍ କଥା କହିବା ସହ ବୁଝି ବିଚାରୀ କହିଥାନ୍ତି । ଯାହା ଦ୍ଵାରା ଏହି ଲୋକମାନଙ୍କର ସମାଜରେ ମାନ ସମ୍ମାନ ବହୁତ ଅଧିକ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ