ଅତି ଭୟଙ୍କର ରୂପ ଧରି ଆସୁଛି ବାତ୍ୟା ୟସ, ଦେଖନ୍ତୁ ପାରାଦ୍ଵୀପ ଠାରୁ ଅଛି ଆଉ କେତେ ଦୂରରେ ?

ବନ୍ଧୁଗଣ ବାତ୍ୟା ର ରୂପ ଧାରଣ କରିଛି ୟସ । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ବର୍ତ୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ଅଥବା ବାତ୍ୟା ରେ ପରିଣତ ହୋଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟା ର ରୂପ ନେବ । ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, ଏହି ବାତ୍ୟା ୟସ କେଉଁ ସ୍ଥାନରେ ଲ୍ୟାଣ୍ଡ ଫଲ କରିବ । ପାଣିପାଗ ବିଶେଷଜ୍ଞ ମାନଙ୍କ ଦ୍ଵାରା ଆକଳନ କରାଯାଇଥିବା ମଡେଲ ଅନୁସାରେ ଜଣାପଡୁଛି ଯେ ଏହି ବାତ୍ୟା ୟଶ ୨୬ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ ।

ଆଉ କିଛି ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ର ରୂପ ନେବ ବାତ୍ୟା ୟାସ, ଏହା ବର୍ତ୍ତମାନ 600 କିମି ଦୂର ରେ କେନ୍ଦ୍ରୀଭୁତ ହୋଇଛି । ପାରାଦ୍ୱୀପ ଠାରୁ ଦକ୍ଷିଣ, ଦକ୍ଷିଣ ପୂର୍ଵ କୁ 540କିମି ଦୂର ରେ ରହିଥିବା ବେଳେ ବାଲେଶ୍ୱର ର ଦକ୍ଷିଣ, ଦକ୍ଷିଣ ପୂର୍ଵ ରୁ 650 କିମି ଦୂର ରେ ଗଭୀର ଅବପାତ ହୋଇଛି ।

ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଦେଇ ପାରାଦ୍ୱୀପ ରୁ ସାଗର ଦ୍ବୀପ ମଧ୍ୟ ଭିତରେ ସ୍ଥଳ ଭାଗ ଅତିକ୍ରମ କରିବ ଏହି ବାତ୍ୟା ୟଶ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ଭୀ-ଷ-ଣ ରୂପ ଧାରଣ କରିଥିବ ବାତ୍ୟା । ପାଣିପାଗ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ବାତ୍ୟା ୟଶ ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ସିଭିୟର ସାଇକ୍ଲୋନ ର ରୂପ ନେଇ ସାରିଥିବ ।

ଅମ୍ଫନ ଓ ତାଉତି ଭଳି ନିଜର ତାକତ ଦେଖାଇବ ବାତ୍ୟା ୟଶ । ଲ୍ୟାଣ୍ଡଫଲ କରିବା ସମୟ ରେ ବହୁତ ବେଗ ରେ ବହିବ ପବନ । ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗ ରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ସ୍ଥଳ ବିଶେଷ ରେ ବଢି ସାରିବା ପରେ ୧୮୫ କିଲୋମିଟର ବେଗ ରେ ପବନ ବୋହିବ ବୋଲି ଅନୁମାନ କରାଯାଉଛି ।

ପରବର୍ତ୍ତୀ ୨୪ ଘଂଟା ରେ ଆହୁରି ସାଂଘାତିକ ହେବ ଏହି ବାତ୍ୟା । ୨୬ ତାରିଖ ଦିନ ସନ୍ଧ୍ୟା ସମୟ ରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ବାତ୍ୟା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ।