କେଶ ଝଡ଼ିବା ସମସ୍ୟାରେ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ- Dr Manas Ranjan Puhan

କେସ ଝଡିବା ଆଜିକାଲି ସମୟରେ ସବୁଠୁ ବଡ ସମସ୍ୟା ହୋଇ ଯାଇଛି । ପ୍ରାୟତଃ ଲୋକମାନେ କେସ ଝଡିବା କାରଣରୁ ଚିନ୍ତିତ ଅଛନ୍ତି । କେସ ଆମ ଶରୀର ସବୁ ଜାଗାରେ ଅଛି । ମୁଣ୍ଡରେ ଯେଉଁ କେସ ଥାଏ ତାହା ସବୁଦିନ ବଢିଥାଏ ଓ ଝଡୁଥାଏ । କିନ୍ତୁ ଯେତେବେଳେ ଏହି ପ୍ରକ୍ରିୟା ସ୍ଲୋ ହୋଇଯାଏ ଅର୍ଥାତ ଅଧିକ ଝଡି ଥାଏ ଓ କେସ ଉଠି ନ ଥାଏ ଏହିଭଳି ସ୍ଥିତିରେ ଏହାକୁ କେସ ଝଡିବା ସମସ୍ୟା କୁହାଯାଏ । ଏହା କୌଣସି ଗୋଟିଏ କାରଣରୁ ହୋଇ ନ ଥାଏ ଓ ସବୁ ବୟସରେ ଏହି ସମସ୍ୟା ହୋଇଥାଏ ।

ଧୀରେ ଧୀରେ ବୟସ ବଢିବା କାରଣରୁ କେସ ଝଡିଥାଏ ଓ ଅନ୍ୟ କ୍ଷେତ୍ରରେ କିଛି ରୋଗ କାରଣରୁ ହୋଇଥାଏ । ଯେମିତି କି ଥାଇରଡ କିମ୍ବା ବାପା ମାଙ୍କର ଏହିଭଳି ସମସ୍ୟା ଥିଲେ ପିଲାମାନଙ୍କର ବି ହୋଇଥାଏ । ଆପଣ କେସ ଝଡିବାର ସଠିକ କାରଣ ଜାଣିଲେ ହିଁ ତାର ଚିକିତ୍ସା କରି ପାରିବେ । ଆଜିକାଲି ସମସ୍ତେ କୌଣସି ନା କୌଣସି କାରଣରୁ ଟେନସନରେ ରହୁଛନ୍ତି ।

ଏହିଭଳି ସ୍ଥିତିରେ କେସ ଅଧିକ ଝଡିଥାଏ ଓ କେସ ତିଆରି ହୁଏ ନାହିଁ । ଆଜିକାଲି ଜୀବନଶୈଳୀ କାରଣରୁ ବି କେସ ଝଡିଥାଏ । କେସ ପାଇଁ ଯେଉଁ ସବୁ ଭିଟାମିନ, ମିନରଲ୍ସ, ପୋଷକ ତତ୍ଵ ଦରକାର ସେହି ସବୁ ଖାଦ୍ୟ ଆମେ ଖାଇ ନ ଥାଉ । ଯେମିତି ଆଜିକାଲି ଲୋକମାନେ ଫଳ ଓ ପନିପରିବା ବହୁତ କମ ଖାଉଛନ୍ତି ।

ସବୁଜ ପନିପରିବା କମ ପରିମାଣରେ ଖାଇଲେ, ଶରୀରରେ କିଛି ରୋଗ ଥିଲେ, କିଛି ମେଡିସନ ପାଇଁ କେସ ଝଡିଥାଏ । ଆଉ ଜେନେଟିକ୍ସ ଓ ହର୍ମୋନାଲ ଇମବାଲାନ୍ସ କାରଣରୁ ବି ବେଳେ ବେଳେ କେସ ଝଡିଥାଏ । କହିଦେଉଛୁ କି ମୁଣ୍ଡର ଚର୍ମରୁ କିଛି ଅଂସ ବାହାରିଥାଏ ଓ ତାକୁ ହିଁ କୁହାଯାଏ ରୁପି । କିନ୍ତୁ କହିଦେଉଛୁ କି ରୁପି ଯୋଗୁ କେବେ ବି କେସ ଝଡି ନ ଥାଏ । ହର୍ମୋନାଲ ଇମବାଲାନ୍ସ ହେଲେ ହିଁ ସେମାନଙ୍କର ରୁପି ହୁଏ ଓ ସେହି କାରଣରୁ ହିଁ ସେମାନଙ୍କର କେସ ଝଡିଥାଏ ।

କିନ୍ତୁ ରୁପି ଯୋଗୁ ସିଧା ସିଧା କେସ ଝଡି ନ ଥାଏ । କହିଦେଉଛୁ କି ଶ୍ୟାମ୍ପୁ ପାଇଁ କିମ୍ବା ପାଣି ଯୋଗୁ ବି କେସ ଝଡି ନ ଥାଏ । ସାଧାରଣତଃ କେସ ସମସ୍ତଙ୍କର ସବୁଦିନ ଝଡିଥାଏ । କିନ୍ତୁ ୧୦୦ ରୁ ଅଧିକ ଓ ଲାଗାତାର କେସ ଝଡୁଛି ତେବେ ଏହା ଏକ ସମସ୍ୟା ଅଟେ । ପ୍ରଥମେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଡାକ୍ତର ଆପଣଙ୍କର କେସ ଝଡିବାର ଅସଲ କାରଣ ଜାଣିବା ପରେ ହିଁ ଚିକିତ୍ସା କରନ୍ତି । ବେଳେ ବେଳେ ଅଧିକ ଟେନସନରେ ରହିଲେ ହିଁ କେସ ଝଡିଥାଏ ।

ଏହିଭଳି କ୍ଷେତ୍ରରେ ଯଦି ଆପଣ ଟେନସନ ନେବେ ନାହିଁ ତେବେ ଆପଣଙ୍କ କେସ ବି ଝଡିବ ନାହିଁ । କିନ୍ତୁ ଅନ୍ୟ କୌଣସି କାରଣରୁ ଯଦି କେସ ଝଡୁଛି ତେବେ ସଠିକ ଚିକିତ୍ସା କରିଲେ ଆପଣଙ୍କ କେସ ପୁଣି ଥରେ ଉଠି ପାରେ ।