କେମିତି ମଲେ ଟେଲି ଅଭିନେତ୍ରୀ Rashmi Rekha ? ସତରେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାକୁ ଦିଆଯାଇଛି ଆତ୍ମହତ୍ୟାର ରୂପ ? ଜାଣନ୍ତୁ ରହସ୍ୟ…

ଅଭିନେତ୍ରୀ ସତରେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ସୁଚିନ୍ତିତ ହତ୍ୟା ? ଲିଭ-ଇନ ରିଲେସନଶିପରେ ରହିବା ତାଙ୍କ ପାଇଁ କାଳ ହେଲା କି ? ଅଭିନେତ୍ରୀ ରଶ୍ମି ରେଖା କୌଣସି ମାନସିକ ଚାପରେ ଥିଲେ ? ସେ କାହିଁକି ଆତ୍ମହତ୍ୟା କଲେ ? ଏହାର କାରଣ କଣ ଥିଲା ? ଏହା ହତ୍ୟା ନୁହେଁ ତ ? ହତ୍ୟା କରାଯାଇ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି କି ? ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ଘାଣ୍ଟି ହେଉଛି ଟେଲି ଅଭିନେତ୍ରୀ ରଶ୍ମି ରେଖା ଓଝାଙ୍କ ମୃତ୍ୟୁ ।

ରବିବାର ଦିନ ନୟାପଲ୍ଲୀ ଗଡସାହିରେ ନିଜ ଭଡାଘରୁ ରଶ୍ମି ରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଥିଲା । ରଶ୍ମି ରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ରଶ୍ମିଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି । କାରଣ ପୋଲିସ ରଶ୍ମି ରେଖାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରିଛି । ଯେଉଁଥିରେ ରଶ୍ମି ରେଖାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସ୍ପଷ୍ଟ ଲେଖିଛନ୍ତି । ଅନ୍ୟପଟେ ରଶ୍ମି ରେଖା ଦେଢ ମାସ ହେଲା ନୟାପଲ୍ଲୀର ଗଡସାହିର ଭଡାଘରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ ।

କିନ୍ତୁ ସେ ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ତାଙ୍କ ପୁରୁଷ ବନ୍ଧୁ ଅନ୍ୟତ୍ର ରହୁଥିଲେ । ଲିଭ-ଇନରେ ରହୁଥିବା ବେଳେ ସେମାନଙ୍କ ସମ୍ପର୍କରେ କଣ ତିକ୍ତତା ଆସିଥିଲା କି ? ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଅଭିନେତ୍ରୀ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

ରଶ୍ମି ରେଖା ଓଡିଆ ଟେଲିଭିଜନ ଦୁନିଆର ଜଣେ ଖୁବ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ । ସେ ଅନେକ ଟିଭି କାର୍ଯ୍ୟକ୍ରମ ଓ ସିରିଏଲରେ କାମ କରିଛନ୍ତି । ଦର୍ଶକମାନେ ମଧ୍ୟ ତାଙ୍କ କାର୍ଯ୍ୟକୁ ଖୁବ ପସନ୍ଦ କରନ୍ତି । କିନ୍ତୁ ଅଚାନକ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କୁ ମ୍ରିୟମାଣ କରିଦେଇଛି । ଦେଢ ମାସ ହେବ ନୟାପଲ୍ଲୀରେ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭ ଇନରେ ରହିବାକୁ ଆରମ୍ଭ କରିଥିବା ବେଳେ ଏତେ କମ୍ ଦିନରେ ତାଙ୍କ ପୁରୁଷ ବନ୍ଧୁ କାହିଁକି ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ?

କେଉଁ କଥାକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା କି ? ପୁରୁଷ ବନ୍ଧୁଙ୍କ ବିଚ୍ଛେଦ ସହି ନପାରି ଅଭିନେତ୍ରୀ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ତେବେ ପୋଲିସ ତଦନ୍ତ ଜାରି ରଖିଛି ଓ ଅଧିକ ତଦନ୍ତ ପରେ ସତ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।