କାହାକୁ ସାପ କାମୁଡିଲେ କେମିତି ଦେବେ ପ୍ରାଥମିକ ଚିକିତ୍ସା ? Dr Srikant Dhar

ଯଦି କାହାକୁ ସାପ କାମୁଡିଛି ତେବେ ପ୍ରଥମେ ଆପଣ ସେହି ବ୍ୟକ୍ତିକୁ ଆଶ୍ଵାସନା ଦିଅନ୍ତୁ । କାରଣ ପ୍ରାୟତଃ ୭୦ ରୁ ୮୦ ପ୍ରତିଶତ ସାପ ଚୋଟ ମାରିଥାନ୍ତି କିନ୍ତୁ ସେମାନଙ୍କ ବିଷ ମଣିଷ ଶରୀରକୁ ବିଶେଷ କିଛି କ୍ଷତି ପହଞ୍ଚାଇ ନ ଥାଏ । ଏହିଭଳି ସ୍ଥିତିରେ କୌଣସି ବି ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଧ୍ୟାନ ରଖିବେ କି ଯଦି ସାପ କାମୁଡିଛି ତେବେ ସେହି ସ୍ଥାନକୁ ଅଧିକ ହଲଚଲ କରିବେ ନାହିଁ ।

କାରଣ ଅଧିକ ହଲଚଲ କରିଲେ ରକ୍ତ ସଂଚାଳନ ଅଧିକ ହେବ ଓ ବିଷ ଆପଣଙ୍କ ଶରୀରରେ ଅଧିକ ବ୍ୟାପିବ । ଯଦି ହାତରେ ସାପ କାମୁଡିଛି ତେବେ ଆପଣ ସେହି ସ୍ଥାନକୁ ଭଲ ଭାବରେ ବାରମ୍ବାର ସାବୁନରେ ଧୋଇ ଦିଅନ୍ତୁ । ଯଦି ଗୋଡରେ ସାପ କାମୁଡିଛି ତେବେ ତେବେ ଆପଣ ଚାଲିବା ପାଇଁ ଚେଷ୍ଟା ନ କରି ଅନ୍ୟର ସାହାର୍ଯ୍ୟରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

ଯଦି ହାତ କିମ୍ବା ଗୋଡରେ ସାପ କାମୁଡିଛି ତେବେ କୌଣସି ଗାମୁଛା କିମ୍ବା ଅନ୍ୟ କୌଣସି କପଡା ସାହାର୍ଯ୍ୟରେ କାମୁଡିଥିବା ସ୍ଥାନରୁ ୨ – ୪ ଇଞ୍ଚ ଉପରକୁ ଧୀରେ କରି ବାନ୍ଧି ଦିଅନ୍ତୁ । ଏହା ମଧ୍ୟରେ ଯଦି ଆପଣ ସାପର ଫଟୋ ଉଠାଇ ପାରନ୍ତି ତେବେ ଉଠାଇ ନେବେ, କାରଣ ଡାକ୍ତର ସେହି ସାପକୁ ଦେଖି ଜାଣି ପାରିବେ କି ତାହା ବିଷଧର ନା ନାହିଁ । ଯାହା ଅନୁଯାୟୀ ଚିକିତ୍ସା କରିବା ଆହୁରି ସହଜ ହୋଇଯିବ । କହିଦେଉଛୁ କି ସାପ କାମୁଡାର ଚିକିତ୍ସା ସମ୍ଭବ ।

ଯଦି ଆସୁ ଚିକିତ୍ସା ଓ ପ୍ରାରମ୍ଭିକ ଚିକିତ୍ସା ସଠିକ ସମୟରେ କରାଯାଉଛି ତେବେ ହୋଇପାରେ ବ୍ୟକ୍ତି ଜଣକ ବଞ୍ଚି ଯାଇପାରେ । କହିବାକୁ ଗଲେ ସାପ କାମୁଡିବା ପରେ ସାପର ବିଷ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଏହା ଧୀରେ ଧୀରେ ହାର୍ଟ, କିଡନୀ ଓ ଅନ୍ୟ ଅଙ୍ଗ ଉପରେ ଆଟାକ କରିଥାନ୍ତି । ଯାହାକି ଜୀବନ ପ୍ରତି ବି ଭୟ ସୃଷ୍ଟି କରିଥାଏ । କେତେକ କ୍ଷେତ୍ରରେ ଲୋକମାନଙ୍କୁ ପାରାଳିଶିଷ ମଧ୍ୟ ହୋଇପାରେ । କିନ୍ତୁ ଯଦି ସଠିକ ସମୟରେ ବ୍ୟକ୍ତିର ଚିକିତ୍ସା କରାଯାଏ ତେବେ ଏହି ସବୁ ସମସ୍ୟାକୁ ଦୂର କରାଯାଇ ପାରେ ।

ସାପ କାମୁଡିବା ଦ୍ଵାରା ଭୟଭୀତ ହେବା ପରିବର୍ତ୍ତେ ଆପଣ କେତେ ଜଲ୍ଦି ତାର ଚିକିତ୍ସା କରିବେ ଏହା ବିଷୟରେ ଚିନ୍ତା କରନ୍ତୁ । ବିଶେଷ କରି ଅନ୍ଧବିଶ୍ଵାସରେ ପଡନ୍ତୁ ନାହିଁ । ଦେଖାଯାଇଛି କି ଯେତେବେଳେ କାହାକୁ ସାପ କାମୁଡି ଥାଏ ତେବେ ଲୋକମାନେ ସେହି ଜାଗାକୁ ବ୍ଲେଡରେ କାଟିବାକୁ ଚେଷ୍ଟା କରନ୍ତି । ରକ୍ତ ବାହାର କରିବାକୁ ଚେଷ୍ଟା କରନ୍ତି । ଯାହାକି ଉଚିତ ନୁହେଁ । କେତେକ ଲୋକମାନେ ମନ୍ଦିର ଯାଇ ବହୁତ ସମୟ ନଷ୍ଟ କରନ୍ତି । ଯେଉଁ କାରଣରୁ ବିଷ ଶରୀର ଭିତରକୁ ସ୍ପ୍ରେଡ କରିବାର ଚାନ୍ସ ଅଧିକ ଥାଏ ।

ଅନ୍ୟ କେତେକ ଲୋକମାନେ ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତି । କେତେକ ଲୋକମାନେ ଆୟୁର୍ବେଦିକ ଚିକିତ୍ସା ଓ ଗୁଣିଆ ପାଖକୁ ନେଇ ଯାଆନ୍ତି । ଏହିଭଳି ସମୟ ନଷ୍ଟ କରିଲେ ଆପଣଙ୍କ ଜୀବନ ଉପରେ କ୍ଷତି ହୋଇପାରେ । ସେଥିପାଇଁ ଯେତେ ଶୀଘ୍ର ରୋଗୀକୁ ଡାକ୍ତରଖାନା ନେଇ ଯାଆନ୍ତୁ ।