କେଜୋରିୱାଲଙ୍କ ଜିତ ପରେ ହନୁମାନ ଚାଳିଶା ଉପରେ ଯୁଦ୍ଧ, ଚେତନ ଭଗତଙ୍କ ଟ୍ଵିଟ ଉପରେ ସୋନମଙ୍କ କଡା ଜବାବ

ଅରବିନ୍ଦ କେଜୋରିବାଲଙ୍କ ପାର୍ଟି ଜିତିବା ପରେ ଦେଶ ଦୁଇ ଭାଗରେ ବାଣ୍ଟି ହୋଇ ଯାଇଛି । ଏଥିପାଇଁ ଲୋକମାନଙ୍କର ପ୍ରତିକ୍ରୟା ସବୁ ସାମ୍ନାକୁ ଆସିଛି । ଏଥି ମଧ୍ୟରେ ଫେମସ ରାଇଟର ଚେତନ ଭଗତଙ୍କ ଦ୍ଵାରା ହୋଇଥିବା ଟ୍ଵିଟ ରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ରିୟାକ୍ଟ କରିଛନ୍ତି, ଯାହାଫଳରେ ହନୁମାନ ଚାଳିଶାକୁ ନେଇ ଯୁକ୍ତି ହୋଇଛି । ଚେତନ ଭଗତ ଟ୍ଵିଟରେ ଲେଖିଛନ୍ତି କି, ‘ ଆପ ପାର୍ଟି ଉଦାରବାଦୀ ହେବା ଶିଖିଛି, ହେଲେ ଏତେ ନୁହେଁ କି ସେ ଲଗାତାର ଉଦାରବାଦୀ ଅଗ୍ନିପରୀକ୍ଷା ଦେଉଥିବେ ।

ତାଙ୍କର ନେତା ହନୁମାନ ଚାଳିଶାର ପାଠ କରିଲେ । କିନ୍ତୁ ଉଦାରବାଦୀମାନେ କହିଲେ ଏହା ଭୁଲ, କିନ୍ତୁ ସେମାନେ ଜିତିଗଲେ । ଯଦି ସେ ତାଙ୍କ କଥା ଶୁଣିଥାନ୍ତେ ତେବେ ସେ କେବେ ବି ଜିତି ନଥାନ୍ତେ’ ।

ଏହାର ଉତ୍ତର ଦେଇ ସୋନମ ଟ୍ଵିଟ କରିଥିଲେ କି, ‘ଚେତନ ମୋ ପତି ସବୁବେଳେ ହନୁମାନ ଚାଳିଶା ପଢନ୍ତି, କିନ୍ତୁ ଏହା ଜରୁରୀ ନୁହେଁ କି ବିଶ୍ଵାସ ଆପଣଙ୍କ ରାଜନୀତିରେ ପ୍ରଭାବ ପକାଇବ । ମୁଁ ଆପଣଙ୍କ ଟ୍ଵିଟ ର ତର୍କ ଓ ଏହାର ଅର୍ଥ ବୁଝିପାରୁ ନାହିଁ । ମୁଁ ହେଉଛି ଏକ ଅଭ୍ୟାସଶୀଳ ହିନ୍ଦୁ ଓ ମୁଁ ନିଶ୍ଚିତ ରୂପେ ଏକ ଉଦାରବାଦୀ ଅଟେ’ ।

 

ଏହାର ଜବାବ ଦେଇ ପୁଣି ଚେତନ ଟ୍ଵିଟ କରିଥିଲେ, ‘ଏଇଟା ଭଲ କଥା ସୋନମ, ଆପଣ ନିଶ୍ଚିତ ରୂପରେ ଏକ ଉଦାରବାଦୀ, ହେଲେ କିଛି ଲୋକ ଅଛନ୍ତି ଯିଏ ରାଜନୀତିରେ କୌଣସି ଧାର୍ମିକ ପ୍ରଦର୍ଶନକୁ ଭୁଲ ମାନିଥାନ୍ତି, ଏହା ସେମାନେ ଅଟନ୍ତି ଯିଏ ଅନୁମୋଦିନ କରିବେ ନାହିଁ, ସେମାନଙ୍କ ପାଖରେ ଏକ ପଏଣ୍ଟ ମଧ୍ୟ ହୋଇପାରେ । ହେଲେ ଏହା ଏକ ଅପରିହାର୍ଯ୍ଯ ବିଷୟ ଅଟେ’ ।