ଯଦି କେହି ଆପଣଙ୍କୁ ଅପମାନ ଦେଉଛି ତ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 10 + Anuchinta

ଆପଣ ମାନେ ଜାଣିଥିବେ କଥାରେ ଅଛି ମନ ପୋଡିଗଲେ କିଏ ଜାଣେ କିନ୍ତୁ ଜଙ୍ଗଲ ପୋଡିଗଲେ ସମସ୍ତେ ଜାଣନ୍ତି । ଏହି କଥାର ଯଥାର୍ଥତା ହେଲାକି ଜଙ୍ଗଲ ପୋଡିଗଲେ ତ ସମସ୍ତେ ଦେଖିକି ଜାଣି ପାରିବେ କିନ୍ତୁ ମନ ପୋଡିଗଲେ କିମ୍ବା ଖରାପ ଥିଲେ କେହି ଜାଣନ୍ତି ନାହିଁ କି କେହି କିଛି ପଚାରନ୍ତି ନାହିଁ । କିନ୍ତୁ ମନୁଷ୍ୟ ଯେତେବେଳେ ଖୁସିରେ ଥାଏ ସମସ୍ତେ ତା ସହିତ ହସ ଖୁସିରେ ମିସିଥାନ୍ତି ଓ କଥା ହୋଇଥାନ୍ତି । କିନ୍ତୁ ମନ ଖରାପ ଥିଲେ କିମ୍ବା କୌଣସି ସମସ୍ୟା ଥିଲେ କେହି କିଛି ପଚାରନ୍ତି ନାହିଁ ଓ ସମସ୍ତେ ଦୂରେଇ ଯାନ୍ତି । ଏଥି ପାଇଁ ଆସନ୍ତୁ ଜାଣିବା ମନ ଖରାପ ଥିଲେ କଣ ଜାଣିବା ଉଚିତ ।

*  ଜୀବନରେ ସେହି ଲୋକ ଏକାକୀ ରହିଥାଏ ଯିଏ ଉଚିତ ଓ ସଠିକ ରାସ୍ତାରେ ଚାଲିଥାଏ ।

*  ଯେଉଁ ଲୋକ ଆପଣଙ୍କୁ ଦୌଡି କି ହରେଈ ପାରନ୍ତି ନାହିଁ ସେମାନେ ଆପଣଙ୍କୁ କୌଶଳ କରି  ହରାଇପାରନ୍ତି ।

*  ନିଜ ଜୀବନକୁ କେବେବି ଖରାପ କହିବା ଅନୁଚିତ , କାରଣ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ଜୀବନ ବଞ୍ଚିବାକୁ ଇଛା କରିଥାନ୍ତି ।

*  ଯେଉଁ ଲୋକ ଭିତରୁ ଭାଙ୍ଗି ଯାଇଥାନ୍ତି ସେମାନେ ବାହାରୁ ବହୁତ ମଜବୁତ ଦେଖାଯାନ୍ତି ।

*   ନିଜ ଜୀବନକୁ ଏତେ ଶସ୍ତାକରିବା ଅନୁଚିତ ଯାହା ଫଳରେ ଅନ୍ୟମାନେ ଉପହାସ କରି ପାରିବେ ।

*   ନିଜ ଜୀବନକୁ କେବେ ବ୍ୟର୍ଥ ଭାବିବା ଅନୁଚିତ କାରଣ ଇଶ୍ଵର କୌଣସି ବ୍ୟର୍ଥ ଜିନିଷ ତିଆରି କରିନାହାନ୍ତି ।

*   ସଂସାରରେ ଔଷଧର ଶକ୍ତିଠାରୁ ଆଶୀର୍ବାଦର ଶକ୍ତି ଅଧିକ ହୋଇଥାଏ ।

*  ଯିଏ ଶୋଇବା ପୂର୍ବରୁ ସମସ୍ତଙ୍କୁ କ୍ଷମା କରିଥାଏ ତାକୁ ଭଗନାନ ଉଠିବା ପୂର୍ବରୁ କ୍ଷମା କରିଥାନ୍ତି ।

*  ଆପଣଙ୍କୁ ଅନ୍ୟମାନେ ସେତିକି ବେଳେ ପସନ୍ଦ କରିଥାନ୍ତି ଯେତେବେଳେ କାମ ଆପଣଙ୍କ ପାଖରେ ଥାଏ ।

*   ଜୀବନରେ ଯେଉଁ ଜିନିଷ ଆପଣଙ୍କୁ ପସନ୍ଦ ତାହା ହାସିଲକର ଆଉ ଯାହା ହାସିଲ କରିଛନ୍ତି ତାହା ପସନ୍ଦ କରିବା ଉଚିତ ।

*   ଜିନିଷର ମୂଲ୍ୟ ପାଇବା ପୂର୍ବରୁ ଜାଣିହୁଏ , ମଣିଷର ମୂଲ୍ୟ ହରାଇବା ପରେ ବୁଝିହୁଏ ।

*  ଯିଏ ଆପଣଙ୍କ ବିଶ୍ବାସକୁ ଭାଙ୍ଗେ ତାକୁ ଧନ୍ୟବାଦ ଦେବା ଉଚିତ , କାରଣ ସେ ଭାବିଚିନ୍ତି ବିଶ୍ଵାସକରିବା ଶିଖାଇଥାଏ ।

*  ଯାହାର ବିଶ୍ଵାସ ମଜବୁତ ଥାଏ ସେ ଯେତେ ଅସଫଳ ହେଲେବି ହାର ମାନିନଥାଏ ।

*  ବିଜୟ କେବଳ ଅସଫଳ ହୋଇନଥିବା ଲୋକ ପାଇନଥାଏ , ସଫଳ ସେମାନେ ହୋଇଥାନ୍ତି ଯିଏ କେବେ ହାର ମାନି ନ ଥାଆନ୍ତି ।

*  ମାଗଣାରେ କେବଳ ମା ବାପାଙ୍କ ସ୍ନେହ ମିଳିଥାଏ , ଆଉ ସମସ୍ତଙ୍କ ସ୍ନେହ ବଦଳରେ କିଛି ଦେବାକୁ ପଡିଥାଏ ।

*  ମଣିଷର ବୁଝିବା ଶକ୍ତି ହେଉଛି ପଶୁ କହିଲେ ଖରାପ ଭାବେ , କିନ୍ତୁ ଶେର କହିଲେ ଉତ୍ସାହିତ ହୁଏ ।

*  ଅପମାନ ଦେଉଥିବା ଲୋକଙ୍କୁ ଏତେ ସମ୍ମାନ ଦେବା ଦରକାର ଯାହାଦ୍ୱାରା ସେମାନଙ୍କ ମୁଣ୍ଡ ତଳକୁ ହୋଇଯିବ ।

*  ଆମ ଆଖି ସେଇମାନେ ଖୋଲି ଦେଇଥାନ୍ତି ଯେଉଁ ମାନଙ୍କୁ ଆମେ ଆଖି ବନ୍ଦକରି ବିଶ୍ଵାସ କରୁ ।

*  ଲକ୍ଷ୍ୟ ଯେତେ ଛୋଟ ହୋଇଥିଲେ ମଧ୍ୟ ପାଇବା ପାଇଁ ମନରେ ବହୁତ ଜିଦ ଥିବା ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।