କେହି କେତେବି ମାଗିଲେ ଏହି ୧ଟି ଜିନିଷ କାହାକୁ ଭୁଲରେ ବି ଦେବେ ନାହିଁ, ବର୍ବାଦ ହେଇଯିବେ

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜ ନୀତି କାରଣରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ଯଙ୍କୁ ରାଜା କରିଥିଲେ । ସେ କିଛି ଏମିତି ଜିନିଷ ବିଷୟରେ କହିଥିଲେ ଯାହାକୁ କେବେ କାହାକୁ ଉଧାର ଦେବା ଉଚିତ ନୁହେଁ । ଆମର ଶାସ୍ତ୍ର ଓ ଧର୍ମ ପୁରାଣରେ ମଧ୍ୟ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହାକୁ କେବେ ବି କାହାକୁ ଦାନ କରିବା ଉଚିତ ନୁହେଁ । ଯଦି ଏହି ଜିନିଷକୁ ଦାନ କରାଯାଏ ତେବେ ଘରେ ଦରିଦ୍ରତା ଆସିଥାଏ ।

ଆମର ଧର୍ମ ପୁରାଣରେ କିଛି ଏମିତି କଥା କୁହା ଯାଇଛି ଯାହାକୁ ସାଂସାରିକ ଲୋକ ଜାଣିବା ବହୁତ ଜରୁରୀ ଅଟେ । କିଛି ଏମିତି ଜିନିଷ ଅଛି ଯାହାକୁ ଆପଣ ବ୍ୟବହାର କରିଥାନ୍ତି ତାହାକୁ ଦାନ ଦେବା ର ଅର୍ଥ ଘରେ ଦରିଦ୍ରତାକୁ ଆମନ୍ତ୍ରଣ କରିବା ସହ ସମାନ ଅଟେ । ତେବେ ଚାଳନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କୁ ଭୁଲରେ ବି କାହାକୁ ଦେବା କଥା ନୁହେଁ ।

୧. ଘଡି

ଘଡି ସମୟ କହିଥାଏ । ସମୟ ଭଲ ବା ଖରାପ ଏହା ଆପଣଙ୍କ ପରିସ୍ଥିତି ନିଶ୍ଚୟ କରିଥାଏ । କିନ୍ତୁ ଘଡି ଯେଉଁ ବ୍ଯକ୍ତିର ଅଟେ ତାହା ତା’ ଉପରେ ପ୍ରଭାବ ପକାଇଥାଏ । ଅନ୍ୟ କାହାର ଘଡିକୁ ବାନ୍ଧିବା ଦ୍ଵାରା ଆପଣଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ ଓ ଯଦି ଆପଣ ନିଜ ଘଡିକୁ ଅନ୍ୟ କାହାକୁ ଉଧାର ଦେଇଥାନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

୨. ଟଙ୍କା ଉଧାର ଦେବା

ଶାସ୍ତ୍ର ରେ ଧନକୁ ମଣିଷର ସବୁଠୁ ବଡ ଶତ୍ରୁ ବୋଲି କୁହାଯାଇଛି କାରଣ ଧନ ସବୁବେଳେ କଳହର କାରଣ ହୋଇଥାଏ । ଧନ ପରସ୍ପର ମଧ୍ୟରେ ଥିବା ପ୍ରେମ ଭାବନା ଶେଷ କରିଦେଇଥାଏ । କିଛି ଘରେ ସବୁ ସମସ୍ୟାର କାରଣ ଧନ ହିଁ ହୋଇଥାଏ । ଏଥିପାଇଁ ଆପଣଙ୍କୁ କାହାକୁ ଧନ ଉଧାର ଦେବା କଥା ନୁହେଁ ।

୩. ନିର୍ବନ୍ଧ ମୁଦି

ଏହା ଏକ ଏମିତି ଜିନିଷ ଅଟେ ଯାହାକୁ ପ୍ରତ୍ଯେକ ଝିଅ ନିଜର ହେବାକୁ ଥିବା ସ୍ଵାମୀ ବା ପ୍ରେମୀ ଠାରୁ ଆଶା କରିଥାଏ । ପ୍ରେମ ର ଏହି ଉପହାର ତା’ ପାଇଁ ବହୁତ ଖାସ ହୋଇଥାଏ । ତେଣୁ ନିଜର ନିର୍ବନ୍ଧ ମୁଦି କାହାକୁ ବି ଦେବା ଉଚିତ ନୁହେଁ । ଏହା ଦ୍ଵାରା ସମ୍ପର୍କରେ ଫାଟ ଆସିପାରେ ।

୪. ପେନ, ପେନ୍ସିଲ ବା କଲମ

ଜୀବନରେ ପେନ ବା କଲମର ବହୁତ ମହତ୍ତ୍ଵ ରହିଥାଏ । ନିଜର କଲମ କାହା ସହିତ ବାଣ୍ଟିବା ବା କାହାକୁ ଉଧାର ଦେବା ଆର୍ଥିକ ସମସ୍ୟାକୁ ଆମନ୍ତ୍ରଣ କରିବା ସହ ସମାନ ଅଟେ । ଏଥିପାଇଁ କେବେ ବି କାହା ଠାରୁ ପେନ ନିଅନ୍ତୁ ନାହିଁ ବା କାହାକୁ ନିଜର ପେନ ଦିଅନ୍ତୁ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।