କେବେଠୁ ଓ କେମିତି Prerana ପଡିଲେ Ashwinଙ୍କ ପ୍ରେମରେ, ସବୁ ସତ ମିଡିଆ ଆଗରେ ବଖାଣିଲେ Prerana

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ନିହାତି ଜାଣିଥିବେ ପ୍ରେମ ବିବାହ କରିସାରିଛନ୍ତି ଆମ ଓଡିଆ ସିନେ ଜଗତର ନାମି ଦାମୀ ଆଙ୍କର ଅଶ୍ଵିନୀ ଓ ପ୍ରେରଣା । ବିବାହ ପରେ ସମସ୍ତେ ନିହାତି ଭାବରେ ତାଙ୍କର ପ୍ରେମ ଆରମ୍ଭ ହେବାର ମଜାଦାର କାହାଣୀକୁ ଜାଣିବା ପାଇଁ ଆଗ୍ରହର ସହ ଅପେକ୍ଷା କରିଥିବେ । ତେଣୁ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ତାଙ୍କ ପ୍ରେମ ସମ୍ବନ୍ଧୀୟ ସମସ୍ତ କଥା ସମ୍ପର୍କରେ ।

ପ୍ରଥମେ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା ଶୁଟିଙ୍ଗ ସେଟରେ । ପରେ ବାରମ୍ବାର ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଏହାପରେ ସେମାନେ ଏକାଠି ମିଶି ଅନେକ କାମ କରିବା ପାଇଁ ଲାଗିଲେ । ଉଭୟଙ୍କ ଯୋଡିକୁ ଦର୍ଶକ ମାନେ ଭଲ ପାଇବା ଦେବାକୁ ଲାଗିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଯୋଡି ଚର୍ଚ୍ଚାର ବିଷୟ ପାଲଟିଲା । ଏହି ଯୋଡି ଦର୍ଶକଙ୍କ ଆଖିକୁ ସୁନ୍ଦର ଲାଗିଲା । ଯାହା ଫଳରେ ସେମାନେ ନିଜ ପସନ୍ଦର ମତ ଦେବାକୁ ଲାଗିଲେ ସୋସିଆଲ ମିଡିଆ କମେଣ୍ଟ ମାଧ୍ୟମରେ ।

ଏହିସବୁ କୁ ଦେଖି ଉଭୟଙ୍କ ମୁଣ୍ଡରେ କିଛି ଅଲଗା ଭାବନା ସୃଷ୍ଟି ହେବାକୁ ଲାଗିଲା ବୋଲି ପ୍ରେରଣା କହିଛନ୍ତି । ପରେ ସେମାନେ ବନ୍ଧୁତା ଭିତରେ ରହିଥିବା ଅନ୍ୟ ଏକ ସମ୍ପର୍କ ବିଷୟରେ ଧୀରେ ଧୀରେ ଅବଗତ ହେବାକୁ ଲାଗିଲେ । ଏହାପରେ ସେମାନେ ନିଜର ସଂପର୍କକୁ ଆଗକୁ ବଢାଇବା କଥା ଭାବିଥିଲେ । ଉଭୟଙ୍କ ହାତ ଧରି ଆଗକୁ ବଢିବାର ଭାବନା ଆଣିଥିଲେ ମନରେ ।

ତେଣୁ ତାଙ୍କର ବନ୍ଧୁତା କେତେବେଳେ ଯେ ଭଲ ପାଇବାରେ ପରିଣତ ହେଲା ତାହାର ସଠିକ ସମୟକୁ ସେ ମନେ ରଖିନାହାନ୍ତି କିନ୍ତୁ ସେହି ଭଲ ପାଇବାକୁ ଗ୍ରହଣ କରିବାର ସମୟ ବହୁତ ସ୍ପେଶିଆଲ ଥିଲା ବୋଲି ସେ କ୍ୟାମରେ ସମ୍ମୁଖରେ କହିଛନ୍ତି । ପ୍ରେମ ବିବାହ କରି ଅଶ୍ଵନୀଙ୍କୁ ସାରା ଜୀବନ ପାଇଁ ନିଜ ପାଖରେ ପାଇ ଖୁସି ଥିବା ବେଳେ ଅନ୍ୟ ପଟେ ନିଜ ଘର ଲୋକଙ୍କୁ ପର କରିବାର ଭାବନା ତାଙ୍କ ମନରେ କଷ୍ଟ ଆଣୁଅଛି ଏହା ମଧ୍ୟ ସେ କହିଛନ୍ତି ।

ବେଦିରେ କଉଡି ଖେଳ ସମୟରେ ଉଭୟଙ୍କ ଭିତରେ କେହି ଜିତି ନଥିବା କଥା କହିଛନ୍ତି । କାରଣ ସେମାନେ କେହି ବି ହାର ମାନିବାକୁ ହିଁ ଚାହିଲେନି । ଶେଷରେ ଉଭୟ ହାରିଗଲେ । ବହୁତ ଖୁସିର ସହ କହିଛନ୍ତି କି ଉଭୟ ଉଭୟ ହରେଇବା ପରେ ମଧ୍ୟ ଜିତିଯାଇଛନ୍ତି । ଉଭୟଙ୍କ ବୁଝା ବଣା ବହୁତ ସମାନ ବୋଲି ପ୍ରେରଣା କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।