KBC ଜିତି କୋଟିପତି ହୋଇଥିଲେ ସୁଶୀଲ କୁମାର, କିନ୍ତୁ ଏହା ପରେ ଏମିତି ହେଇ ଯାଇଥିଲେ ପୁରାପୁରି ବର୍ବାଦ

ଆମେ କେତେ ଥର ଗୋଟିଏ ମଣିଷର ସଂଘର୍ଷ ଠାରୁ ବିଜୟ ପର୍ଯ୍ୟନ୍ତ କାହାଣୀ ଶୁଣିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ବିଜେତା ହୋଇଥିବା ଗୋଟିଏ ବ୍ୟକ୍ତିର ସଂଘର୍ଷର କାହାଣୀ ବିଷୟରେ କହିବୁ । ଏହି ବ୍ୟକ୍ତି ଜଣକ ଅଟନ୍ତି ସୁଶୀଲ କୁମାର । ଯିଏ ଅମିତାଭ ବଚ୍ଚନଙ୍କ ଦ୍ଵାରା ହୋସ୍ଟ କରାଯାଇଥିବା ପ୍ରସିଦ୍ଧ ଶୋ ‘କୌନ ବନେଗା କରୋଡ଼ପତି’ ଜିତି ଥିଲେ । କେବିସିର ସିଜିନ ୫ର ବିଜେତା ସୁଶୀଲ କୁମାର ୨୦୧୧ରେ ୫ କୋଟି ଟଙ୍କା ଜିତିଥିଲେ ।

ଏହି ବିଜୟ ପରେ ତାଙ୍କୁ ପୁରା ଦେଶରୁ ପ୍ରଶଂସା ଓ ମିଡିଆର ଜବରଦସ୍ତ ଆଟେଂସନ ମିଳିଥିଲା । ଏମିତିରେ ବର୍ତ୍ତମାନ ପୁଣି ଥରେ ସୁଶୀଲ କୁମାରଙ୍କ ନାମ ଚର୍ଚାରେ ଅଛି । ଯାହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୁଶୀଲ କୁମାର କହିଲେ କି କେବିସି ଜିତିବା ପରେ ଓ ସେଲିବ୍ରିଟୀ ହେବା ପରେ ତାଙ୍କର ଜୀବନରେ ଖରାପ ସମୟ ଆରମ୍ଭ ହୋଇଯାଇଥିଲା । କହିବାକୁ ଗଲେ ସୁଶୀଲ କୁମାର ନିଜର ଫେସବୁକ ଆକାଉଣ୍ଟରେ ନିଜର ସଂଘର୍ଷର କାହାଣୀ ବିଷୟରେ କହି ଏକ ଲମ୍ବା ଚଉଡା ପୋସ୍ଟ ଶେୟାର କରିଲେ । ସେ କହିଲେ କି କେବିସି ଜିତିବା ପରେ ମୋ ଜୀବନର ଖରାପ ସମୟ ଆରମ୍ଭ ହୋଇଗଲା । ୨୦୧୫ – ୨୦୧୬ରେ ମୁଁ ବୁଝି ପାରୁ ନ ଥିଲି କି ମୁଁ କଣ କରିବି ।

ସେଲେବ୍ରିଟୀ ହେବା କାରଣରୁ ମାସର ୧୦ ରୁ ୧୫ ଦିନ ମୁଁ ପ୍ରାୟତଃ ସମସ୍ତ ପ୍ରକାରର କାର୍ଯ୍ୟକ୍ରମରେ ସାମିଲ ହେଉଥିଲି । ସେଥିପାଇଁ ମୁଁ ନିଜର ଶିକ୍ଷାରୁ ବି ଧୀରେ ଧୀରେ ଦୂରେଇ ଯାଉ ଥିଲି । ଏମିତିରେ ମିଡିଆ କିଛି କିଛି ଦିନ ପରେ କେବଳ ପ୍ରଶ୍ନ କରୁଥିଲେ କି ଆପଣ କଣ କରୁଛନ୍ତି । ଏମିତିରେ ମୁଁ କିଛି ବିଜନେସ ଆରମ୍ଭ କରିଲି ଯାହା ଦ୍ଵାରା ମିଡିଆ ସାମ୍ନାରେ ମୁଁ କିଛି କହି ପାରିବି । କିନ୍ତୁ ବିଜନେସ ବି ବୁଡି ଯାଉ ଥିଲା ।

ସେ ଆଗକୁ କହିଲେ କି କେବିସି ଜିତିବା ପରେ ପ୍ରାୟତଃ ସବୁ ମାସରେ ମୁଁ କୌଣସି ନା କୌଣସି କାମ ନିମନ୍ତେ ୫୦ ହଜାର ଟଙ୍କା ଦାନ କରୁଥିଲି । ଏମିତିରେ କେତେକ ଲୋକମାନେ ମୋତେ ଠକିବାକୁ ଆରମ୍ଭ କରିଲେ । ଏହା ପରେ ସେ କହିଲେ କି ମୋର ସ୍ତ୍ରୀ ସହିତ ବି ମୋର ସମ୍ପର୍କ ଖରାପ ହୋଇଗଲା । ଛୋଟ ଛୋଟ କଥାରେ ଆମର ଝଗଡା ବି ହେଉଥିଲା । ଏହା ସହିତ ଏହି ସମୟରେ ମୁଁ କେତେକ ଯୁବକମାନଙ୍କର ସମ୍ପର୍କରେ ଆସି ତାଙ୍କ ସହ ମଦ ଓ ସିଗାରେଟ ସେବନର ଖରାପ ଅଭ୍ୟାସରେ ବି ପଡିଗଲି ।

ସୁଶୀଲ କୁମାର ଆଗକୁ କହିଲେ କି ଦିନେ ତାଙ୍କର ପତ୍ନୀଙ୍କ ସହ ଅଧିକ ଝଗଡା ହୋଇଗଲା ଓ ସେ ତାହାର ବାପଘରକୁ ଚାଲିଗଲେ ଓ ଏହା ପରେ ଏହି ଝଗଡା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚି ଗଲା । ଏହା ପରେ ମୁଁ ନିଜର ବୈବାହିକ ସମ୍ପର୍କକୁ ଠିକ କରିବା ପାଇଁ ଏକ ସ୍ଵପ୍ନ ନେଇ ମୁମ୍ବାଇ ଚାଲି ଆସିଲି । ଏହା ପରେ ମୁଁ ବହୁତ ସଂଘର୍ଷ କରିଲି କିନ୍ତୁ କେଉଁ କାମରେ ବି ମୁଁ ସଫଳ ହୋଇ ପାରିଲି ନାହିଁ । କିନ୍ତୁ ଏହି ସବୁ ମଧ୍ୟରେ ମୁଁ ତିନୋଟି କାହାଣୀ ଲେଖି ଥିଲି ଯେଉଁଥିରୁ ଗୋଟିଏ କାହାଣୀ ଗୋଟିଏ ପ୍ରଡକ୍ଶନ ହାଉସକୁ ପସନ୍ଦ ବି ଆସିଲା ଓ ଏହି କାହାଣୀ ପାଇଁ ମୋତେ ୨୦ ହଜାର ଟଙ୍କା ବି ମିଳିଗଲା ।

ଏହା ପରେ କିଛି ଦିନ ପରେ ମୁଁ ନିଜର ଘରକୁ ଚାଲି ଆସିଲି । ବର୍ତ୍ତମାନ ମୁଁ ନିଜର ଜୀବନକୁ ଏକ ନୂତନ ରୂପ ଦେଇଛି । କହିବାକୁ ଗଲେ ମାର୍ଚ ୨୦୧୬ରେ ମୁଁ ଶେଷ ଥର ମଦ ସେବନ କରିଥିଲି ଓ ସିଗାରେଟର ଅଭ୍ୟାସ ବି ଛାଡି ଯାଇଛି । ମୁଁ ବର୍ତ୍ତମାନ ପରିବେଶ ସମ୍ବନ୍ଧିତ ବିଭିନ୍ନ କାମ କରୁଛି । ଯେଉଁଥିରେ ମୋତେ ଏକ ଭିନ୍ନ ପ୍ରକାରର ଖୁସି ମିଳୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।