କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ ? – Dr Sanghamitra Pati

ଆମ ଦେଶରେ ଯେପରି ଭାବେ କରୋନା ମହାମାରୀ ବା ଭାଇରସ ବ୍ୟାପିବାରେ ଲାଗିଛି ଏହାର ଶେଷ କେବେ ହେବ ତାହା କହି ହେବ ନାହି । କରୋନାର ପ୍ରଥମ ଲହର ନ ଯାଇଥିଲେ ମଧ୍ୟ ପୁଣି ଥରେ କରୋନାର ଦିତୀୟ ଲହର ପୁରା ଦେଶରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଜାହ ଫଳରେ ଅନେକ ଲୋକଙ୍କର ପ୍ରା-ଣ ଯିବାରେ ଲାଗିଛି ଯାହକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେ ।

ଆଜି ଆମେ ଆପଣ ମାନଙ୍କୁ କରୋନା ରୋଗୀ ସଂସ୍ପର୍ଶରେ ଆସିଲେ କଣ କରିବାକୁ ପଡିବ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ କୌଣସି କରୋନା ରୋଗୀ ସହ କିଛି ଦିନ ସଂସ୍ପର୍ଶରେ ଆସିଛନ୍ତି ଓ ଆପଣଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଉଛି ତେବେ ପ୍ରଥମେ ନିଜର ପରୀକ୍ଷା କରାନ୍ତୁ । କୌଣସି ଲକ୍ଷଣ ଦେଖା ଯିବାର ୩ ଦିନରୁ ୫ ଦିନ ମଧ୍ୟରେ କରିବା ଉଚିତ ।

କରୋନା ଟେଷ୍ଟ କରିବା ପରେ ଯେ ପର୍ଯ୍ୟନ୍ତ ଆପଣଙ୍କର ଟେଷ୍ଟ ରିପୋର୍ଟ ଆସି ନାହି ସେ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ । ଏହା ଛଡା ସବୁବେଳେ ମାସ୍କ ପିନ୍ଧିକି ରୁହନ୍ତୁ । ଆପଣ ମାନେ କୋଭିଡ ଟୀକାର ଦୁଇଟି ଡୋଜ ନେବା ପରେ ମଧ୍ୟ ମାସ୍କ ପିନ୍ଧ୍ନ୍ତୁ ଓ ସ୍ସମାଜିକ ଦୂରତା ମଧ୍ୟ ରକ୍ଷା କରନ୍ତୁ । ଯଦି ଆପଣ ଟୀକା ନେବା ପରେ କରୋନା ସଂକ୍ରମିତ ବ୍ୟକ୍ତି ପାଖରେ ଅଛନ୍ତି ତେବେ ପୂର୍ବରୁ କୁହା ଯାଇଥିବା ସବୁ ନିୟମ ଗୁଡିକୁ ପାଳନ କରନ୍ତୁ ।

ଏପରି ବି କୁହା ଯାଇପାରେ ଯେ ଟୀକା ନେବା ପରେ ମଧ୍ୟ କରୋନା ସଂକ୍ରମଣ ହୋଇପାରେ । ଏହା ବ୍ଯତୀତ ଯଦି ଆପଣ ନିଜକୁ ଅସୁସ୍ଥ ମାନେ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ନ ହେଲେ ୧୦୨ ହେଲ୍ପ ଲାଇନ ନମ୍ବର ବା ୧୯୨୯ ନମ୍ବରେ ଫୋନ କରି ପରାମର୍ଶ ନେଇ ପାରିବେ । ସେ ପର୍ଯ୍ୟନ୍ତ ନିଜକୁ ଅନ୍ୟ ଠାରୁ ଦୂରେଇ ରଖନ୍ତୁ ।

ଯଦି ଆପଣଙ୍କୁ କରୋନା ହେଇଥାଏ ତେବେ ଆପଣ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାର ୬ ସପ୍ତାହ ପର କରୋନା ଟୀକା ନେଇ ପାରିବେ । ନଚେତ ଆପଣ କରୋନା ଚିକିତ୍ସା ପରେ ଭଲ ହେଲା ପରେ ୩ ମାସ ପରେ କରୋନା ଟୀକା ନେଇ ପାରିବେ । ଏହିଭଳି ଭାବେ ନିୟମ ଗୁଡିକୁ ପାଳନ କରନ୍ତୁ ଓ ନିଜକୁ ଓ ଅନ୍ୟ ମାନଙ୍କୁ ସୁସ୍ଥ ରଖନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।