କୋଟିଏ ଟଙ୍କାର କରଜ ବି ସୁଝିଯିବ, କେଉଁବି ଦିନ ହନୁମାନଙ୍କ ମନ୍ଦିରରେ ଚଢେଇ ଦିଅନ୍ତୁ ଏହି ଜିନିଷ, ସବୁ କଷ୍ଟ ହେଇଯିବ ଦୂର

କରଜ ଏକ ଏପରି ଜିନିଷ ଅଟେ ଯାହା ବଞ୍ଚିଥିବା ଅବସ୍ଥାରେ ହିଁ ଆମକୁ ମାରିଦିଏ । ଆଉ ଆଧୁନିକ ଦୁନିଆରେ ବିନା କରଜରେ କିଛି କାମ ମଧ୍ୟ ହେଉନାହିଁ । ଛୋଟ ଜିନିଷ ଗୁଡିକ କିଣିବା ପାଇଁ ମଧ୍ୟ ଆମେ ଲୋନ୍ ନେଉ, କାହିଁକି ନା କିସ୍ତି ରେ ଶୁଝିବା ଆମକୁ ସହଜ ଲାଗେ । କିନ୍ତୁ ଏହା ମଧ୍ୟରେ କେବେ କେବେ ଏପରି କିଛି ଘଟେ ଯାହା ହେତୁ ଆମକୁ କରଜ ସୁଝିବାକୁ ଅସୁବିଧା ହୁଏ, ସୁଧ ବଢି ଚାଲିଥାଏ ଓ ଆମେ ବ୍ୟତିବ୍ୟସ୍ତ ହୋଇପଡୁ ।

ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାନଙ୍କରେ କରଜ ନେବା ବାରଣ କରିବା ଉଚିତ୍ ଓ କରଜ ମୁକ୍ତିର ଉପାୟ ସବୁ କଣ । ଶନିବାର ଦିନ କେବେ ବି ଭୁଲ ରେ ମଧ୍ୟ କରଜ ନିଅନ୍ତୁ ନାହିଁ କି କେଉଁ ବି ଲୋନ୍ କାଗଜପତ୍ରରେ ହସ୍ତାକ୍ଷର କରନ୍ତୁ ନାହିଁ । କାହିଁକି ନା ଶନିବାରର ଅର୍ଥ ହେଉଛି ଧୀରେ ଚାଲୁଥିବା ଦିନ । ସେଥିପାଇଁ ସେହି ଦିନ ଋଣ ନେଲେ ତାହା ମଧ୍ୟ ଧୀରେ ଧୀରେ ହିଁ ସୁଝିଥାଏ ।

ଆଉ ମଧ୍ୟ କଳା କଲମରେ କେବେ ବି ହସ୍ତାକ୍ଷର କରନ୍ତୁ ନାହିଁ । କେଉଁ ମାସ ର ୮, ୧୭ ଓ ୨୬ ତାରିଖରେ କେବେ ମଧ୍ୟ ଋଣ ନିଅନ୍ତୁ ନାହିଁ । କାରଣ ଏଇ ତାରିଖ ଗୁଡିକ ଶନିଙ୍କ ଅନ୍ତର୍ଗତ ଅଟନ୍ତି । ସେହିପରି ମଙ୍ଗଳବାର ଦିନ ମଧ୍ୟ କାହା ଠୁ କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ । ଏହି ଦିନ ନିଆ ଯାଇଥିବା ଋଣ ବା ଦିଆ ଯାଇଥିବା ଋଣ ଶୀଘ୍ର ଶେଷ ହୁଏନାହିଁ । ସବୁବେଳେ ପ୍ରୟାସ ରଖନ୍ତୁ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ହିଁ ଋଣ ନିଅନ୍ତୁ ।

କରଜ ଶୁଝିବାର ଉପାୟ

୧- ସପ୍ତାହର କେଉଁ ବି ଦିନ ଏକ ପାନ ପତ୍ର ନିଅନ୍ତୁ । ତାର ଚିକଣ ପଟେ ୨ଟି, ୩ଟି କିମ୍ବା ୫ଟି ଲବଙ୍ଗ ରଖି ପ୍ରେମର ସହ ଶ୍ରୀ ହନୁମାନଙ୍କୁ ଅର୍ପଣ କରି କୁହନ୍ତୁ- ହେ ପ୍ରଭୁ ସବୁ କିଛି ଆପଣଙ୍କର ଅଟେ, ଆପଣଙ୍କୁ ସମର୍ପଣ କରୁଛି, କରଜରୁ ମୋତେ ମୁକ୍ତି ଦିଅନ୍ତୁ । ଏହିପରି ମାତ୍ର ୩ଟି ମଙ୍ଗଳବାର କିମ୍ବା ୩ଟି ଶନିବାର କରନ୍ତୁ, ଦେଖିବେ ଧୀରେ ଧୀରେ ଧନ ଆସିବାକୁ ଲାଗିବ ଓ କରଜ ମୁକ୍ତି ର ବାଟ ମଧ୍ୟ ମିଳିବ ।

୨- ଏକ ପାଣି ନ ଥିବା ନଡ଼ିଆ ଟେ ନିଅନ୍ତୁ । ତାହା ଯେମିତି ଏକଦମ୍ ଗୋଟା ଥିବ, କେଉଁଠି ବି କଣା ହୋଇ ନ ଥିବ କି ଭାଙ୍ଗି ନ ଥିବ । ଶନିବାର ଦିନ ନଡ଼ିଆ ର ଉପର ଅଂଶ ଟିକେ କାଟି କରି ସେଥିରେ କିଛି ଚିନି ଭରି ଦିଅନ୍ତୁ । ତାପରେ ତା ଉପର ଅଂଶକୁ ଆଉ ଥରେ ବନ୍ଦ କରି ଦିଅନ୍ତୁ । ତା ପରେ ଏହାକୁ ମାଟି ତଳେ ପୋତି ଦିଅନ୍ତୁ । ଏହିପରି ୩ଟି ଶନିବାର ଲଗାତାର କଲେ ଲାଭବାନ ହେବେ ।

୩- ଏକ ସତେଜ ପାନ ପତ୍ର ନେଇ ତା ଡେମ୍ଫ କୁ କାଟି ଦିଅନ୍ତୁ । ପତ୍ର ଟି ଯେମିତି ଗୋଟା ଥିବ, ଟିକେ ବି ଛିଣ୍ଡି ନ ଥିବ । ସେଥିରେ ୨ଟି ଲବଙ୍ଗ ଓ ୨ଟି ଅଳେଇଚ ରଖି ପାନକୁ ଭାଙ୍ଗି ନିଅନ୍ତୁ ଓ ଏହାକୁ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଙ୍କ ପାଦ ତଳେ ଅର୍ପଣ କରନ୍ତୁ । ଯେତେବେଳେ ଆପଣ ବହୁତ କରଜରେ ଅଛନ୍ତି ଏବଂ କିଛି ବି ସମାଧାନ ମିଳୁ ନାହିଁ, ସେହିପରି ଅବସ୍ଥାରେ ଏହି ଉପାୟକୁ ୩ ମାସ ପର୍ଯ୍ୟନ୍ତ କରନ୍ତୁ ।

୪- ଯଦି ଧନ କେବେ ଆସୁଛି ତ କେବେ ଆସୁନି, ବ୍ୟାପାରରେ ବିଶେଷ ଲାଭ ହେଉନି ଏହିପରି ଅବସ୍ଥାରେ ଏକ ସଫା ଓ ସତେଜ ଗୋଟା ପାନ ପତ୍ର ନିଅନ୍ତୁ । ପତ୍ରର ଖଦଡ଼ ପଟେ ବା ପଛ ପଟେ ଲାଲ୍ ଗୋଲାପ ଫୁଲର କିଛି ପାଖୁଡା ରଖି ପ୍ରତି ଶୁକ୍ରବାର ଦିନ ଦୁଇ ହାତରେ ଶ୍ରଦ୍ଧାର ସହ ମା ଦୁର୍ଗା ଙ୍କୁ ଅର୍ପଣ କରନ୍ତୁ ଲାଭବାନ ହେବେ ।

୫- ଯଦି ଆପଣଙ୍କ କେଉଁ ବଡ଼ କାମ ଅଟକ ରହିଛି ଯେତେ ଚେଷ୍ଟା କଲେ ବି ହେଉ ପାରୁ ନାହିଁ । ତାର ପ୍ରତିକାର ପାଇଁ ଏକ ସତେଜ ଗୋଟା ପାନ ପତ୍ର ନିଅନ୍ତୁ । ପତ୍ରର ପଛ ପଟେ ୨ଟି ଲବଙ୍ଗ ରଖି ତାକୁ ପ୍ରବାହିତ ହେଉଥିବା ଜଳ ରେ ଭସାଇ ଦିଅନ୍ତୁ । ଏହିପରି ୨/୩ ଥର କଲେ ୨ ରୁ ୩ ମାସ ମଧ୍ୟରେ ଫଳ ପାଇବେ ।

୬- ସ୍ଵାସ୍ଥ୍ୟ ହେଉଛି ସବୁଠୁ ବଡ଼ ଧନ । ଯଦି ଆପଣ ଅସୁସ୍ଥ ରହୁଛନ୍ତି ତେବେ ଗୋଟା ପାନ ପତ୍ର ନେଇ ତାର ପଛ ପଟେ ଅନାମିକା ଆଙ୍ଗୁଠିରେ ସିନ୍ଦୁରରେ ରାମ ଲେଖନ୍ତୁ ଏବଂ ତାକୁ ଓଲଟାଇ ଚିକଣ ପଟ ଉପରକୁ ରଖି ସନ୍ଧ୍ୟା ସମୟରେ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହିପରି ୯ଟି ମଙ୍ଗଳବାର କଲେ ସ୍ଵାସ୍ଥ୍ୟ ସମସ୍ୟା ଦୂର ହୋଇଯିବ ।

୭- ଏହି ସବୁ ଉପାୟ ସହ କେଉଁ ଜ୍ୟୋତିଷ ବା ବିଦ୍ୱାନଙ୍କ ଉପଦେଶ ନେଇ ମୋତି କିମ୍ବା ମାଳା ଧାରଣ କରନ୍ତୁ । ପ୍ରତିଦିନ ସ୍ନାନ କରିବା ପରେ ସକାଳ ଏବଂ ରେ ୩ ଥର ଲେଖାଏଁ ଶଙ୍ଖ ବଜାନ୍ତୁ ଓ ମଙ୍ଗଳ ସ୍ତୋତ୍ର ଆଦି ପାଠ କରନ୍ତୁ । କୁହାଯାଏ ଲାଲ୍ ଆସନରେ ବସି ହନୁମାନଙ୍କ ମଙ୍ଗଳ ସ୍ତୋତ୍ର ପାଠ କଲେ ଶୀଘ୍ର ଲାଭ ମିଳେ ।

ଏହିସବୁ ଖାଲି କରିଦେଲେ କରଜ ମୁକ୍ତି ହୋଇଯିବେ ତାହା ନୁହେଁ । କିନ୍ତୁ ସବୁ ପୂଜା ପାଠ ସହ କରଜ ଶୁଝିବାର ବାଟ ମଧ୍ୟ ଖୋଜନ୍ତୁ ବା ଚିନ୍ତା କରନ୍ତୁ । ଭଗବାନ ଆପଣଙ୍କ ସହ ରହିବେ, ବାଟ ଦେଖାଇବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।