Bollywood ରେ ଚାଲିଛି ଜୋରଦାର Gossip, ଡିସେମ୍ବର ରେ ଏହି Actor ଙ୍କୁ ବିବାହ କରିବେ Katrina Kaif

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଶୁଣୁବାକୁ ମିଳୁଛି କୁ ଆସନ୍ତା ଡିସେମ୍ବରରେ ସେମାନେ ବିବାହ କରିବେ । ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡରେ ତାଙ୍କୁ ନେଇ ଗପସପ ଆରମ୍ଭ ହୋଇଛି । ଭିକି ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଅନେକ ଦିନ ହେବ ସମ୍ପର୍କ ରହିଛି ବୋଲି ସମସ୍ତେ କଥା ହେଉଛନ୍ତି । ଏହାସହ ଦୁହିଁନ୍କମଧ୍ୟରେ କିଛି ଦିନ ପୂର୍ବରୁ ରୋକା ସେରିମନି ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସେଲିବ୍ରିଟି ମ୍ୟାନେଜର ରେଶମା ସେଟ୍ଟୀଙ୍କ ଘରେ ଏହି ଦୁଇଜଣ ପ୍ରଥମେ ନଜର ଆସିଥିଲେ । ଏହାସହ ଉଭୟ ପରସ୍ପରକୁ ଆକର୍ଷଣୀୟ ଗିଫ୍ଟ ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଡିସେମ୍ବରରେ ଦୁହେଁ ବିବାହ କରିବେ କି ନାହିଁ ଏନେଇ ଏବେ ଯାଏଁ ସ୍ପଷ୍ଟ କରିଥିଲେ ନାହାନ୍ତି । ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସେମାନେ ପୁଣି ଠାରେ ଚର୍ଚ୍ଚାରେ ଅଛନ୍ତି । ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଓ ଭିକି ଙ୍କର ବିବାହ ପାଇଁ ଡ୍ରେସ ମଧ୍ୟ ପ୍ରସ୍ତୁତି ସରିଛି । କ୍ୟାଟ୍ରିନା ତାଙ୍କ ବିବାହରେ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି ।

ନିକଟରେ ଭିକିଏନକେ ଫିଲ୍ମ ‘ସର୍ଦ୍ଦାର ଉଧମ’ ର ସ୍କ୍ରିନିଙ୍ଗରେ ଉଭଯଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବା କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା । ଅନେକ କହୁଛନ୍ତି କି ଏମାନେ ଆଉ ଡେରି ନକରି ଶୀଘ୍ର ବିବାହ କରିବାର ଆବଶ୍ୟକତା ରହିଛି । କାରଣ ପୂର୍ବରୁ ଭିକି ଗ-ଣ-ମା-ଧ୍ୟ-ମ ଆଗରେ ତାଙ୍କୁ କ୍ୟାଟ୍ରିନା ପସନ୍ଦ ବୋଲି ସେ କହିଥିଲେ ।

ଏହା ମଧ୍ୟରେ ଅନେକ ଇଭେଣ୍ଟ ଓ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ବର୍ତ୍ତମାନ ପ୍ରଶଂସକ ମାନେ ଖୁବ ଉତ୍ସାହର ସହ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହି ବହୁଚର୍ଚ୍ଚିତ ବିବାହ କେବେ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ । ଏହି ସବୁ ଖବର ନେଇ କ୍ୟାଟ୍ରିନା ପ୍ରତିକ୍ରିୟା ଦେଇଛନ୍ତି ଯେ, ‘ମୋ ବିବାହକୁ ନେଇ ଦୀର୍ଘ ୧୫ ବର୍ଷ ହେବ ଚର୍ଚ୍ଚା ଲାଗି ରହିଛି ।

ଏପର୍ଯ୍ୟନ୍ତ ବିବାହକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ କି କୌଣସି ତାରିଖ ମଧ୍ୟ ନିର୍ଦ୍ଧାରିତ କରା ଯାଇନାହିଁ । ଯଦି ହେବ ସମସ୍ତେ ଜାଣିବେ ।’ ସେପଟେ ଭିକି ମଧ୍ୟ ସମାନ କଥା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।