କାଶ୍ମୀର କୁ ନେଇ ସରକାରଙ୍କର ନିଷ୍ପତି ଉପରେ ଗଦଗଦ ହେଲେ ଅନୁପମ ଖେର, କହିଲେ – ‘୩୭୦ ଏକ କ୍ୟାନ୍ସର ଥିଲା, ଯାହାର ଚିକିସ୍ଛା ମୋଦୀ…’

ରାଷ୍ଟ୍ରପତିଙ୍କ ଆଦେଶ ପରେ କେନ୍ଦ୍ର ସରକାର ଜାମ୍ମୁ – କାଶ୍ମୀରରେ ଲାଗୁଥିବା ଧାରା ୩୭୦କୁ ଉଠାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ନିଷ୍ପତି ପରେ ଜାମ୍ମୁ – କାଶ୍ମୀର ଠାରୁ ଲଦାଖ ଅଲଗା ହୋଇ ଯାଇଛି ଓ ସେମାନେ ବର୍ତ୍ତମାନ କେନ୍ଦ୍ରଶାସିତ ପ୍ରଦେଶ ହୋଇଯାଇଛନ୍ତି । ସରକାରଙ୍କର ଏହି ନିଷ୍ପତିର ସ୍ଵାଗତ ପୁରା ଦେଶ କରୁଛି, କିନ୍ତୁ ବିପକ୍ଷ ଦଳର କିଛି ନେତାମାନେ ଏହାକୁ ବିରୋଧ କରୁଛନ୍ତି । ଏହା ମଧ୍ୟରେ ବଲିଉଡର ଅଭିନେତା ଅନୁମପ ଖେର ଧାରା ୩୭୦କୁ ଉଠାଇବା ଉପରେ ଏକ ଇମୋଶନଲ ମେସେଜ ଲେଖିଛନ୍ତି । ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ବଲିଉଡର ଅଭିନେତା ଅନୁପମ ଖେର ପ୍ରାୟତଃ ରାଜନୈତିକ ମୁଦ୍ଦା ଉପରେ ନିଜର ରାୟ ରଖିଥାନ୍ତି । ଯେଉଁ କାରଣରୁ ସେ ଧାରା ୩୭୦ ଉଠାଇବା ଉପରେ ନିଜର ଖୁସି ଜାହିର କରିଛନ୍ତି ଓ ସେ ଏକ ଇଣ୍ଟରଭ୍ୟୁ ବି ଦେଇଛନ୍ତି । ଇଣ୍ଟରଭ୍ୟୁ ଦେବା ପୂର୍ବରୁ ଅନୁପମ ଖେର ଟ୍ୱୀଟ କରି ନିଜର ଖୁସିକୁ ଜାହିର କରିଛନ୍ତି ।

କ୍ୟାନ୍ସର ଥିଲା ଧାରା – ୩୭୦ ଅନୁପମ ଖେର

ବଲିଉଡ ଅଭିନେତା ଅନୁପମ ଖେର ଧାରା ୩୭୦ ଉଠାଇବା ଉପରେ କହିଲେ କି ଜଣେ କାଶ୍ମିରୀ ହିସାବରେ ଏହି ସବୁ ନିଜ ଆଖିରେ ଦେଖିବା ମୋ ପାଇଁ ବହୁତ ଇମୋଶନଲ ଓ ପାୱରଫୁଲ ଅଟେ । ଏମିତିରେ ମୁଁ ନିଜର ଖୁସିକୁ ଦର୍ଶାଇ ପାରୁ ନାହିଁ । ଏହା ସହିତ ଅନୁପମ ଖେର କହିଲେ କି ଧାରା ୩୭୦ ଏକ କ୍ୟାନ୍ସର ଥିଲା, ଯାହାର ଚିକିଶ୍ଚା ବର୍ତ୍ତମାନ ହୋଇଛି । ଯାହା ଦ୍ଵାରା ପୁରା ଦେଶ ଖୁସି ପାଳନ କରୁଛି ।

ମୋଦୀ ସରକାରଙ୍କୁ ଦେଲେ ଶୁଭେଚ୍ଛା

ଅନୁପମ ଖେର ନିଜର ଇଣ୍ଟରଭ୍ୟୁରେ ପ୍ରଥମେ ମୋଦୀ ସରକାରଙ୍କୁ ଏହି ଐତିହାସିକ ପଦକ୍ଷେପ ପାଇଁ ଶୁଭେଚ୍ଛା ଦେଲେ ଓ ଏହା ପରେ ନିଜର କଥା ରଖିଲେ । ଅନୁମପ ଖେର କହିଲେ କି ଧାରା ୩୭୦କୁ ହଟାଇ ସରକାର ଏହି ସୋମବାର ଦିନକୁ ଭାରତର ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲେଖି ଦେଇଛନ୍ତି ।

କହିଦେଉଛୁ କି ମୋଦୀ ସରକାର ଧାରା ୩୭୦କୁ ହଟାଇବା ପାଇଁ ଗତ ବର୍ଷରୁ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ, ତାହାକୁ ଆଖି ଆଗରେ ରଖି ଅମିତ ଶାହଙ୍କୁ ଏଥର ଗୃହମନ୍ତ୍ରୀ ପଦ ଦିଆ ଯାଇଥିଲା ଓ ସେ ନିଜର ଦାୟିତ୍ଵକୁ ଭଲ ଭାବରେ ପାଳନ କରିଛନ୍ତି ।

କାଶ୍ମୀର ସମାଧାନ ହେଲା ଆରମ୍ଭ

ସୋମବାର ଦିନ ଧାରା ୩୭୦କୁ ହଟାଇବା ପରେ ଘାଟିରେ ବହୁତ ହଲଚଲ ଦେଖା ଯାଇଛି, ଯାହାକୁ ନେଇ ଅନୁପମ ଖେର ସକାଳୁ ହିଁ ଟ୍ୱୀଟ କରିଥିଲେ କି ବର୍ତ୍ତମାନ କାଶ୍ମୀରର ସମାଧାନ ଆରମ୍ଭ ହୋଇଯାଇଛି ।