ଭଗବାନ କୃଷ୍ଣଙ୍କ ଅନୁସାରେ, ମଣିଷକୁ ଭୁଲେରେ ବି କରିବା ଉଚିତ ନୁହେଁ ଏହି ୬ଜଣଙ୍କର ଅପମାନ

ଶ୍ଲୋକ-

ୟଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ।

ଧର୍ମୋ ମୟି ଚ ବିଦ୍ୱେଷ ସ ବା ଆଶୁ ବିନଶ୍ଵିତ ।

ଶ୍ରୀମଦ ଭାଗବତର ଏହି ଶ୍ଳୋକରେ ଭଗବାନ କୃଷ୍ଣ ଏମିତି ୬ଟି ଜିନିଷ ବିଷୟରେ କହିଛନ୍ତି ଯାହାର ଅପମାନ କରିବା ଦ୍ଵାରା ମଣିଷର ଦୁର୍ଭାଗ୍ୟ ଆରମ୍ଭ ହୋଇଯାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ମଣିଷକୁ କେବେ ବି ଦେବୀ ଦେବତା, ବେଦ, ଗାଈ, ସାଧୁ, ଧର୍ମ ଓ ବ୍ରାହ୍ମଣଙ୍କୁ ଅପମାନ କରିବା ଉଚିତ ନୁହେଁ । ଯଦି କୌଣସି ବି ମଣିଷ ଏମାନଙ୍କ ବିଷୟରେ ଖରାପ ଚିନ୍ତା ରଖିଥାଏ କିମ୍ବା ଏମାନଙ୍କୁ ଅପମାନ କରିଥାଏ ତେବେ ତାକୁ ଦୁଷ୍ପରିଣାମର ସାମ୍ନା କରିବାକୁ ପଡିଥାଏ ।

ଭୁଲରେ ବି କରନ୍ତୁ ନାହିଁ ଏହି ୬ଟି ଜିନିଷର ଅପମାନ –

ଦେବୀ – ଦେବତା

ଯେଉଁ ଲୋକମାନେ ଭଗବାନଙ୍କୁ ଅପମାନ କରନ୍ତି ତାଙ୍କର ବିନାଶ ଜଲ୍ଦି ହୋଇଯାଏ । ମଣିଷକୁ କେବେ ବି ଭଗବାନ ବା ଦେବୀ ଦେବତାଙ୍କର ଅପମାନ କରିବା ଉଚିତ ନୁହେଁ ଓ ସବୁବେଳେ ଭଗବାନଙ୍କୁ ଆଦର କରିବା ଉଚିତ ।

ବେଦ

ଆମର ବେଦ ଜରିଆରେ ଆମକୁ ନିଜର ଧର୍ମ ସୂଚନା ମିଳିଥାଏ ଏବଂ ବେଦ ମଧ୍ୟରେ ଭଗବାନଙ୍କ ବିଷୟରେ କୁହାଯାଇଛି । ଭଗବାନ କୃଷ୍ଣଙ୍କ ଅନୁସାରେ ମଣିଷକୁ ସବୁବେଳେ ବେଦକୁ ସମ୍ମାନ କରିବା ଉଚିତ । ଯଦି କେହି ବ୍ୟକ୍ତି ବେଦକୁ ଅପମାନ କରିଥାଏ ତେବେ ଭଗବାନ ତାହାକୁ ନିଶ୍ଚିତ ଦଣ୍ଡ ଦେଇଥାନ୍ତି ।

ଗାଈ

ଆମ ଧର୍ମ ଅନୁସାରେ ଗାଈକୁ ପବିତ୍ର ବୋଲି କୁହଯାଏ । ଗାଈଙ୍କୁ ପୂଜା କରିବା ଦ୍ଵାରା ବିଭିନ୍ନ ପାପରୁ ବି ମୁକ୍ତି ମିଳିଥାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ଯେଉଁମାନେ ଗାଈଙ୍କୁ ଅପମାନ କରନ୍ତି କିମ୍ବା ଗାଈଙ୍କୁ କଷ୍ଟ ଦେଇଥାନ୍ତି ସେହି ଲୋକମାନଙ୍କୁ ନିଜ ଜୀବନରେ କେବେ ବି ଶାନ୍ତି ମିଳି ନଥାଏ ଏବଂ ସେ ସବୁବେଳେ ଦୁଃଖୀ ରହିଥାନ୍ତି ।

ବ୍ରାହ୍ମଣ

ଆମର ବେଦରେ ବ୍ରାହ୍ମଣମାନଙ୍କୁ ସବୁଠୁ ଉଚ୍ଚ ସ୍ଥାନ ଦିଆ ଯାଇଛି । ଏମିତି କୁହାଯାଏ କି ବ୍ରାହ୍ମଣମାନଙ୍କର ସେବା କରିବା ଦ୍ଵାରା ମଣିଷକୁ ତାହାର ଖରାପ କର୍ମରୁ ମୁକ୍ତି ମିଳିଥାଏ । ବ୍ରାହ୍ମଣମାନଙ୍କୁ ସର୍ବଦା ଆଦର କରିବା ଉଚିତ ଓ ନିଜ ସାମର୍ଥ୍ୟ ଅନୁସାରେ ବ୍ରାହ୍ମଣମାନଙ୍କୁ ଦାନ ଦିଅନ୍ତୁ ।

ସାଧୁ

ସାଧୁମାନଙ୍କୁ ଅପମାନ କରିବା ଦ୍ଵାରା କିମ୍ବା ତାଙ୍କ ବିଷୟରେ କିଛି ଖରାପ କହିବା ଦ୍ଵାରା ଆପଣଙ୍କୁ ବିଭିନ୍ନ ପ୍ରକାର ହାନିର ସାମ୍ନା କରିବାକୁ ପଡିଥାଏ । ଗ୍ରନ୍ଥ ଅନୁସାରେ ଯେଉଁମାନେ ବି ସାଧୁଙ୍କୁ ଅପମାନ କରିଛନ୍ତି ତାଙ୍କର ଜୀବନ ସବୁବେଳେ କଷ୍ଟଭରା ରହିଛି ।

ଧର୍ମ

କୌଣସି ବି ମଣିଷର ପରିଚୟ ତାହାର ଧର୍ମ ଆଧାରରେ ହୋଇଥାଏ ଓ ଦୁନିଆରେ ବିଭିନ୍ନ ଧର୍ମ ଅଛି । ଭଗବାନ କୃଷ୍ଣଙ୍କ ଅନୁସାରେ ଯେଉଁ ଲୋକମାନେ ଧର୍ମକୁ ଅପମାନ କରନ୍ତି କିମ୍ବା ଧର୍ମକୁ ନିନ୍ଦା କରନ୍ତି । ତାଙ୍କୁ ଭଗବାନ କେବେ ବି କ୍ଷମା କରନ୍ତି ନାହିଁ । ସେଥିପାଇଁ ମଣିଷକୁ ସବୁବେଳେ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ ।