ଏହି ବିଧିରେ କରନ୍ତୁ ମା’ ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବତାଙ୍କ ପୂଜା, କେବେବି ଆସିବ ନାହିଁ ଦାରିଦ୍ର୍ୟତା

ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଯେତେବେଳେ ମଣିଷ ଜୀବନରେ ଧନ ସମ୍ବନ୍ଧିତ କୌଣସି ସମସ୍ୟା ଆସିଥାଏ, ସେତେବେଳେ ଆମେ ମା’ ଲକ୍ଷ୍ମୀଙ୍କୁ ଆରଧନା କରିଥାଉ । ଅନ୍ୟ ପକ୍ଷରେ ସୂର୍ଯ୍ୟ ଦେବତାଙ୍କୁ ତେଜସ୍ଵୀ ଦେବତା କୁହାଯାଏ । ଯଦି ମଣିଷ ତାର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଚାହୁଁଥିବ ତେବେ ସେ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଉଚିତ । ସୂର୍ଯ୍ୟ ଦେବତାଙ୍କୁ ଭାଗ୍ୟ ଦେବତା ମଧ୍ୟ କୁହାଯାଏ । ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ଯଦି ଆପଣ ଏହି ଦୁଇଟି ଦେବା ଦେବୀଙ୍କୁ ସଠିକ ବିଧିରେ ପୂଜା କରିବେ ତେବେ, ଆପଣଙ୍କ ଭାଗ୍ୟ ବଦଳିବା ସହିତ ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ । ଆଜି ଆମେ ଆପଣମାନଙ୍କୁ ସେହି ବିଧି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ବିଧି ବିଷୟରେ ।


ଏହି ବିଶେଷ ପୂଜାକୁ ଆପଣ ରବିବାର ଦିନ କରିବେ । ଆପଣଙ୍କୁ ଏକ ଖୋଲା ସ୍ଥାନର ଆବଶ୍ୟକତା ଅଛି, ଯେଉଁଠି ଆପଣଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ କିରଣ ପଡ଼ିପାରିବ ଓ ଆପଣ ସୂର୍ଯ୍ୟ ଦେବତାଙ୍କୁ ଦେଖିପାରିବେ । ଆପଣ ଚାହିଁଲେ ଆପଣ ନିଜ ଘରର ଛାତ ଉପରେ ବା ବାଲ୍କୁନୀରେ କରିପାରିବେ । ଆପଣ ଯେଉଁଠି ବସିବେ ଆପଣଙ୍କୁ ଯେମିତି ସୂର୍ଯ୍ୟ ଦେବତା ସାକ୍ଷାତ ଦର୍ଶନ ହେଉଥିବେ ।


ଆପଣ ପ୍ରଥମେ ହଳଦିଆ ବା ଧଳା ରଙ୍ଗର ବସ୍ତ୍ରକୁ ଧାରଣ କରନ୍ତୁ । ଏହାପରେ ଏକ କାଠର ପିଢା ରଖନ୍ତୁ ଓ ପିଢା ଉପରେ ଏକ ଲାଲ ରଙ୍ଗର କପଡା ରଖିଦିଅନ୍ତୁ । ବର୍ତ୍ତମାନ ଏହା ଉପରେ ଲକ୍ଷ୍ମୀ ମା’ଙ୍କ ପ୍ରତିମା ରଖିଦିଅନ୍ତୁ । ଏହାପରେ ଘିଅର ଦୁଇଟି ଦୀପ ଜଳାନ୍ତୁ । ପ୍ରଥମ ଦୀପ ମା’ ଲକ୍ଷ୍ମୀଙ୍କ ପାଇଁ ଓ ଦ୍ଵିତୀୟ ଦୀପ ସୂର୍ଯ୍ୟ ଦେବତାଙ୍କ ପାଇଁ ଜଳାଇ ଦିଅନ୍ତୁ । ଏକ ଥାଳିରେ କର୍ପୂର ନିଅନ୍ତୁ ଓ ଏହା ସହିତ ଏକ ତମ୍ବାର ଲୋଟାରେ ଶୁଦ୍ଧ ଜଳ ଆଣନ୍ତୁ ।


ଏହାପରେ ମା’ ଲକ୍ଷ୍ମୀଙ୍କ ଆରତୀ କରନ୍ତୁ ଓ ଅନ୍ୟ ପୂଜା ପାଠ କରିଦିଅନ୍ତୁ । ଏହାପରେ ସେହି ଲୋଟାର ପାଣିକୁ ନେଇ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାନ୍ତୁ । ବର୍ତ୍ତମାନ କର୍ପୂର ଓ ଦୀପକୁ ନେଇ ସୂର୍ଯ୍ୟ ଦେବତାଙ୍କ ପୂଜା କରନ୍ତୁ । ଏହା ପରେ ନିଜ ସ୍ଥାନରେ ୩ ଥର ବୁଲି ସୂର୍ଯ୍ୟ ଦେବତାଙ୍କ ପରିକ୍ରମା ଲଗାନ୍ତୁ । ଶେଷରେ ଆପଣ ମା’ ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବତାଙ୍କୁ ମଥା ଟେକି ନିଜ ସମସ୍ୟା ବିଷୟରେ କୁହନ୍ତୁ । ଏହା ପରେ ଆପଣଙ୍କ ସବୁ ସମସ୍ୟାର ଅନ୍ତ ହୋଇଯିବ ଓ ଆପଣଙ୍କ ଉପରେ ମା’ ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ରହିବ ।