କଣ 4G ନେଟୱର୍କ ଥାଇ ବି ମିଳୁନାହିଁ ଭଲ ଇଣ୍ଟର୍ନେଟ ସ୍ପୀଡ ତ ଆଜି ହିଁ କରନ୍ତୁ ଏହି ସହଜ ସେଟିଙ୍ଗ

ଶସ୍ତା ଟେକ୍ନାଲୋଜୀ ଓ ଶସ୍ତା ଇଣ୍ଟର୍ନେଟ କାରଣରୁ ଆଜି ସମସ୍ତଙ୍କ ହାତରେ ଗୋଟିଏ ସ୍ମାର୍ଟଫୋନ ଆସି ଯାଇଛି । କହିବାକୁ ଗଲେ ସ୍ମାର୍ଟଫୋନ ଏକ ଏମିତି ଜିନିଷ ଅଟେ ଯାହା ପ୍ରତି ୧୦୦ ବ୍ୟକ୍ତି ମଧ୍ୟରେ ୯୦ ଜଣ ଲୋକମାନଙ୍କ ପାଖରେ ଅଛି ଓ ଆଜି ପ୍ରାୟତଃ ସମସ୍ତଙ୍କ ପାଖରେ 4G ସ୍ମାର୍ଟଫୋନ ଅଛି । ଏମିତିରେ ଆପଣଙ୍କୁ ଫୋନରେ ଏୟାରଟେଲ, ଜିଓ, ବୋଡାଫୋନ ଓ ଆଇଡିଆ ଭଳି ଟେଲିକମ କମ୍ପାନୀ 4G ସିମ ଉପଲବ୍ଧ କରୁଛନ୍ତି । ଏହା ସହିତ ଏହା ବି କହୁଛନ୍ତି କି ତାଙ୍କର ନେଟୱର୍କ ସବୁଠୁ ଭଲ ଅଟେ ।

ଏମିତି ବଢାନ୍ତୁ ଫୋନର ଇଣ୍ଟର୍ନେଟ ସ୍ପୀଡ

କହିବାକୁ ଗଲେ ସହରରେ ତ 4G ନେଟୱର୍କର ସ୍ଥିତି ଭଲ ଅଟେ । କିନ୍ତୁ ଗ୍ରାମାଞ୍ଚଳର କଥା କହିଲେ ସେଠିକାର 4G କିମ୍ବା 3G ନେଟୱର୍କ କିଛି ବି ଏତେ ଭଲ ନୁହେଁ । 3G ହେଉ କିମ୍ବା 4G ଯଦି ନେଟୱର୍କ ଭଲ ଅଛି ତେବେ କୌଣସି ଅସୁବିଧା ନାହିଁ କିନ୍ତୁ ସମସ୍ୟା ସେତେବେଳେ ଆସିବା ଆରମ୍ଭ ହୋଇଯାଏ ଯେତେବେଳେ ଆପଣଙ୍କ ଫୋନ 4G ଓ ସିମ ବି 4G ଥିବ ତଥାପି ଆପଣଙ୍କର ଇଣ୍ଟର୍ନେଟ ସ୍ପୀଡ 3G କିମ୍ବା ତାହା ଠାରୁ କମ ଚାଲୁଥିବ । ତେବେ ଏହି ପରିସ୍ଥିତିରେ ଆପଣ ରାଗି ଯାଆନ୍ତି ।

ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କର 4G ଫୋନରେ ଇଣ୍ଟର୍ନେଟ ସ୍ଲୋ ଅଛି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ 4G ନେଟୱର୍କର ସ୍ପୀଡକୁ ବଢାଇବାର ଉପାୟ କହିବୁ । ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କ ଅଞ୍ଚଳରେ କପର କେବୁଲ ଜାଗାରେ ଫାଇବର କେବୁଲ ବ୍ୟବହାର ହୋଇଥିବ ତେବେ ନେଟୱର୍କ ଭଲ ରହିବ ଓ ସ୍ପୀଡ ବି ମିଳିବ ।

ପ୍ରଥମେ ଆପଣ ନିଜର ଫୋନର ନେଟୱର୍କ ସେଟିଙ୍ଗ କୁ ଯାଆନ୍ତୁ । ନିଜର ନେଟୱର୍କ ସେଟିଙ୍ଗକୁ ଯାଇ ନିଜର preferred type of network କୁ 4G କିମ୍ବା LTE ସିଲେକ୍ଟ  କରି ନିଅନ୍ତୁ । ଏହା ପରେ ଆପଣ Access Point Network (APN)ର ସେଟିଙ୍ଗକୁ ବି ଥରେ ଚେକ କରି ନିଅନ୍ତୁ । କାରଣ ଇଣ୍ଟର୍ନେଟ ସ୍ପୀଡ ପାଇଁ ଆପଣଙ୍କ ଫୋନରେ ସଠିକ APN ହେବା ବହୁତ ଜରୁରୀ ଅଟେ ।

କହିଦେଉଛୁ କି ଏପିଏନ ସେଟିଙ୍ଗକୁ ଯାଇ ଆପଣଙ୍କୁ ସେଟିଙ୍ଗକୁ ଡିଫଲ୍ଟ ରୂପରେ ସେଟ କରିଦେବା ଉଚିତ । ବର୍ତ୍ତମାନ ଦେଖନ୍ତୁ ଆପଣଙ୍କ ଫୋନର ଇଣ୍ଟର୍ନେଟର ସ୍ପୀଡ ପୂର୍ବ ଅପେକ୍ଷା ବହୁତ ଭଲ ହୋଇ ଯାଇଥିବ ।