ଏହି କାରଣରୁ ଶିରାରେ ହୋଇଥାଏ ବ୍ଲକେଜ, ଲକ୍ଷଣ ନଜର ଆସିବା ପରେ ତୁରନ୍ତ କରନ୍ତୁ ଉପଚାର

ଶିରାରେ ବ୍ଲକେଜ ହେବା ଏକ ପ୍ରକାରର ରୋଗ ହୋଇଥାଏ ଯେଉଁ କାରଣରୁ ରକ୍ତର ପ୍ରବାହ ଠିକ ଭାବରେ ହୋଇ ନ ଥାଏ । ଶିରାରେ ବ୍ଲକେଜ ହେବାର ସମସ୍ୟା କାହାକୁ ବି ହୋଇପାରେ । ଶିରାରେ ବ୍ଲକେଜ ହେବା ପରେ ବହୁତ କଷ୍ଟ ବି ହୋଇଥାଏ ଓ ଯେଉଁ ଜାଗାରେ ଶିରା ବ୍ଲକ ହୋଇଯାଏ, ସେହି ଜାଗା ନୀଳ ବି ପଡିଯାଏ । ଗୋଟିଏ ରିସର୍ଚ ଅନୁସାରେ ଏହା ଜଣା ପଡିଛି କି ଶିରାରେ ବ୍ଲକେଜ ହେବାର ସମସ୍ୟା ଭାରତର ଯୁବକମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ ଓ ପାଖପାଖି ୪୦ – ୬୦ % ଭାରତୀୟ ଯୁବକ ଶିରାରେ ବ୍ଲକେଜ ର ରୋଗରେ ଗ୍ରସ୍ତ ଅଛନ୍ତି ।

ମହିଳାମାନଙ୍କ ମଧ୍ୟରେ ଏହି ସମସ୍ୟା ବି ବହୁତ ଅଧିକ ମିଳିଥାଏ ଓ ପ୍ରାୟତଃ ମହିଳାମାନଙ୍କୁ ଗର୍ଭାବସ୍ଥା ପରେ ଏହି ରୋଗ ହୋଇଥାଏ । ରିସର୍ଚ ଅନୁସାରେ ପାଖାପାଖି ୨୦ % ମହିଳାମାନେ ଏହି ସମସ୍ୟାର ଶିକାର ଅଟନ୍ତି ।

ଶିରାରେ ବ୍ଲକେଜ ହେବା ପଛରେ ବିଭିନ୍ନ ପ୍ରକାରର କାରଣ ରହିଥାଏ, ଯାହା କିଛି ଏହି ପ୍ରକାରର ଅଟେ

୧. ଯଦି ଆପଣଙ୍କ ରକ୍ତ ଗାଢା ହୋଇଥାଏ ତେବେ ଶିରାରେ ରକ୍ତର ପ୍ରବାହ ସଠିକ ଭାବରେ ହୋଇ ନ ଥାଏ ।

୨. କେତେ ଥର ଆଘାତ ଲାଗିବା କାରଣରୁ ବି ବ୍ଲକେଜ ହୋଇଥାଏ ।

୩. ଶରୀରରେ ଖରାପ ବ୍ଲଡ ସର୍କୁଲେଶନ ହେବା ବି ଶିରାରେ ବ୍ଲକର କାରଣ ହୋଇଥାଏ ।

୪. ଯେଉଁ ଲୋକମାନେ ଅଧିକ ତେଲଯୁକ୍ତ ଖାଦ୍ୟ କିମ୍ବା ବାହାର ଖାଦ୍ୟ ଖାଆନ୍ତି ତେବେ ତାଙ୍କ ଶିରାରେ ବି ବ୍ଲକେଜ ହୋଇଯାଏ ।

୫. ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବସିବା ଓ ଶାରୀରିକ ଗତିବିଧି ନ କରିବା ଦ୍ଵାରା ବି ସହଜରେ ଶିରାରେ ବ୍ଲକେଜ ହୋଇଥାଏ ।

୬. ଯେଉଁ ଲୋକମାନଙ୍କର ଓଜନ ଅଧିକ ହୋଇଥାଏ ସେମାନଙ୍କୁ ବି ଶିରାରେ ବ୍ଲକେଜ ହେବାର ସମ୍ଭାବନା ଅଧିକ ରହିଥାଏ ।

୭. ଶରୀରରେ ପୋଷକ ତତ୍ଵ କମ ହେବା ଦ୍ଵାରା ବି କେତେକ ଲୋକଙ୍କ ଶିରାରେ ବ୍ଲକେଜ ହୋଇଥାଏ ।

ଶିରାରେ ବ୍ଲକେଜ ହେବାର ଲକ୍ଷଣ

·    ଶିରା ନୀଳ ପଡିଯିବା ।

·    ଯେଉଁ ଜାଗାରେ ଶିରା ବ୍ଲକ ହୋଇଥାଏ ସେହି ସ୍ଥାନଟି ଭାରି ଭାରି ଲାଗିବା ।

·    ମାଂସପେଶୀ ଟାଣି ହୋଇଯିବା ।

·    ଗୋଡର ତଳ ଅଂଶରେ କଷ୍ଟ ହେବା ।

·    ଶିରାର ଆଖପାଖରେ କୁଣ୍ଡାଇ ହେବା ।

ଏହିଭଳି ଭାବରେ ନିଜକୁ ବଞ୍ଚାନ୍ତୁ

କହିବାକୁ ଗଲେ ଶିରାରେ ବ୍ଲକେଜ ନ ହେବା ପାଇଁ ନିଜର ଶରୀର ଓ ଜୀବନଶୈଳୀ ଉପରେ ପୁରା ଧ୍ୟାନ ଦିଅନ୍ତୁ । ଭଲ ଖାଦ୍ୟ ସେବନ କରନ୍ତୁ । ନିଜର ଓଜନ ପ୍ରତି ବି ଧ୍ୟାନ ଦିଅନ୍ତୁ । ସବୁଦିନ ଏକ୍ସରସାଇଜ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ପୁରା ଶରୀରରେ ରକ୍ତର ପ୍ରବାହ ସଠିକ ରୂପରେ ହୋଇ ପାରିବ ।

ରଖନ୍ତୁ ଏହି କଥାର ଧ୍ୟାନ

·    ଯଦି ଆପଣଙ୍କୁ ନିଜ ଶରୀରର କୌଣସି ଅଂଶରେ ଶିରା ବ୍ଲକେଜ ହେବାର ଅନୁଭବ ହେଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ବିଳମ୍ବ କରିଲେ ଏହି ରୋଗ ଗମ୍ଭୀର ରୂପ ଧାରଣ କରିପାରେ ।

·    ଶିରାରେ ବ୍ଲକେଜ ହେଲେ ତେଲଯୁକ୍ତ ଖାଦ୍ୟ ଓ ଘିଅର ସେବନ କରନ୍ତୁ ନାହିଁ । କାରଣ ଏହିଭଳି ପ୍ରକାରର ଖାଦ୍ୟ ଖାଇବା ଦ୍ଵାରା ରକ୍ତ ଗାଢା ହୋଇଯାଏ ।

·    ଏହି ରୋଗ ଦ୍ଵାରା ଗ୍ରସ୍ତ ଲୋକମାନେ କେବଳ ସିଝା ପନିପରିବାର ସେବନ କରନ୍ତୁ ।