Kapil Sharma ମୁମ୍ବାଇ ପୋଲିସ ପାଖରେ ପହଞ୍ଚି ଏହି ଲୋକ ବିରୁଦ୍ଧରେ କଲେ ବୟାନ ଦର୍ଜ, ଜାଣନ୍ତୁ ପୁରା ଘଟଣା

ଗତ କିଛି ଦିନ ତଳେ ପ୍ରସିଦ୍ଧ ହାସ୍ୟ କଳାକାର ଓ କମେଡିୟାନ କପିଲ ଶର୍ମା ମୁମ୍ବାଇ ପୋଲିସ ପାଖକୁ ଯାଇ ଏକ ଏଫଆଇଆର ଦର୍ଜ କରିଛନ୍ତି, ଯେଉଁଥିରେ ସେ କହିଥିଲେ କି ତାଙ୍କୁ ପ୍ରସିଦ୍ଧ କାର ଡିଜାଇନର ଦିଲୀପ ଛବରିଆ ଧୋଖା ଦେଇଛନ୍ତି । ଏହି ମାମଲାରେ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଦିଲୀପ ଛବରିଆଙ୍କୁ ସମନ ପଠାଇ ଜେରା କରିବା ପାଇଁ କ୍ରାଇମ ବ୍ରାଞ୍ଚ ଅଫିସକୁ ଡ଼ାକିଥିଲେ । କହିଦେଉଛୁ କି ଏହା ପୂର୍ବରୁ ମୁମ୍ବାଇ ପୋଲିସ ଧୋଖା ଦେବା ମାମଲାରେ ଦିଲୀପ ଛବରିଆଙ୍କୁ ଗିରଫତାର କରିସାରିଛି ।

ଏହି କ୍ରମରେ କପିଲ ଶର୍ମାଙ୍କୁ ବି ଏହି ମାମଲାରେ ବୟାନ ଦେବା ପାଇଁ ଡକା ଯାଇଥିଲା । କପିଲ ଶର୍ମାଙ୍କ ଅନୁସାରେ ସେ ଦିଲୀପ ଛବରିଆଙ୍କୁ ତାଙ୍କର ଭ୍ୟାନିଟି ଭ୍ୟାନ ଡିଜାଇନ କରିବା ପାଇଁ ଟଙ୍କା ଦେଇଥିଲେ ।

କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ଭ୍ୟାନ ମିଳି ନାହିଁ । ରିପୋର୍ଟ ଅନୁସାରେ କପିଲ ଶର୍ମା ୫.୫ କୋଟି ଟଙ୍କା ଭ୍ୟାନିଟି ଭ୍ୟାନ ତିଆରି ପାଇଁ ଦିଲୀପ ଛବରିଆଙ୍କୁ ଦେଇଥିଲେ । ଏହା ପରେ ଯେତେବେଳେ କପିଲ ଦିଲୀପ ଛବରିଆଙ୍କ ଗିରଫତାର ହେବାର ଖବର ଶୁଣିଲେ ତେବେ ସେ ମୁମ୍ବାଇର କମିଶନର ସହ କଥାବାର୍ତ୍ତା କରିଲେ । ବୟାନ ଦର୍ଜ କରିବା ପରେ କପିଲ କହିଲେ କି ମୁଁ ଦିଲୀପ ଛବରିଆଙ୍କୁ ଓ ତାଙ୍କର ଧୋଖା ଦେବା ବିଷୟରେ ଖବର କାଗଜରେ ପଢିଲି ଏହା ପରେ ମୁଁ ମୁମ୍ବାଇ ପୋଲିସ ସହ ଦେଖା କରିଲି ।

ମୁଁ ବି ଦିଲୀପ ଛବରିଆଙ୍କୁ ମୋର ଭ୍ୟାନିଟି ଭ୍ୟାନ ଡିଜାଇନ କରିବା ପାଇଁ କହିଥିଲି ଯେଉଁଥିପାଇଁ ମୁଁ ତାଙ୍କୁ ପୁରା ଟଙ୍କା ବି ଦେଇ ସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ମୋତେ ଭ୍ୟାନିଟି ଭ୍ୟାନ ମିଳି ନାହିଁ । ଆମେ କିଛି ଦିନ ପୂର୍ବରୁ euwରେ କମ୍ପ୍ଲେନ କରିଥିଲୁ । ମୁଁ ବର୍ତ୍ତମାନ ଖୁସି ଅଛି କି ଦିଲୀପ ଛବରିଆ ଭଳି ଲୋକ ଗିରଫତାର ହୋଇଛି । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସମାଜରେ ଭଦ୍ର ବ୍ୟକ୍ତି ଦେଖେଇ ଥାନ୍ତି କିନ୍ତୁ ପଛରେ କ୍ରାଇମ କରିଥାନ୍ତି ।

ଯଦି ଦିଲୀପ ଛବରିଆଙ୍କ ବିଷୟରେ କହିବା ତେବେ ସେ ଭାରତର ଜଣେ ଜଣା ଶୁଣା ଓ ପ୍ରସିଦ୍ଧ କାର ଡିଜାଇନରମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ପ୍ରଥମ ବ୍ୟକ୍ତି ଅଟନ୍ତି ଯିଏ ସ୍ପୋର୍ଟ କାରକୁ ଡିଜାଇନ କରିଥିଲେ । ଅମିତାଭ ବଚ୍ଚନଙ୍କ ଠାରୁ ନେଇ ଶାହରୁଖ ପର୍ଯ୍ୟନ୍ତ ବହୁତ ଫିଲ୍ମି ଷ୍ଟାରଙ୍କ କାର ଦିଲୀପ ଛବରିଆ ଡିଜାଇନ କରିଛନ୍ତି । କାର ସହିତ ସେ ଭ୍ୟାନିଟି ଭ୍ୟାନ ବି ଡିଜାଇନ କରିଛନ୍ତି । ଦିଲୀପ ଛବରିଆଙ୍କୁ ଗତବର୍ଷ ୨୮ ଡିସେମ୍ବର ୨୦୨୦କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗିରଫତାର କରିଥିଲା ।

ଦିଲୀପ ଛବରିଆ ବିରୁଦ୍ଧରେ ଧୋଖା ଦେବା ମାମଲା ଦର୍ଜ କରାଯାଇଛି । ତାଙ୍କ ଉପରେ ବହୁତ ଧାରା ବି ଲଗାଯାଇଛି । ରିପୋର୍ଟ ଅନୁସାରେ ପୋଲିସ ଦିଲୀପ ଛବରିଆଙ୍କ ଗୋଟିଏ ଲକଜରୀ କାର ବି ବରାମତ କରିଛନ୍ତି । ଏହା ସହିତ କହିଦେଉଛୁ କି ଦିଲୀପ ଛବରିଆଙ୍କ ଉପରେ ମଲ୍ଟିପୁଲ କାର ରେଜିଷ୍ଟର ରାକେଟ ଚଲାଇବାର ଆରୋପ ବି ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।