କନ୍ୟାର ପିତା ବରକୁ ଦେଲେ ୨.୫୧ ଲକ୍ଷ ଟଙ୍କା, କିନ୍ତୁ ବର ହାତ ଯୋଡି କହିଲା ‘ମୋତେ ଏତିକି ନୁହେଁ….’

ଭାରତୀୟ ସମାଜରେ ଆଜି ବି ଝିଅମାନଙ୍କର ବାହାଘରରେ ଯୌତୁକ ଦେବା ପ୍ରଚଳନ ଜାରି ଅଛି । ଝିଅବାଲାଙ୍କ ତରଫରୁ ପୁଅବାଲାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆ ଯାଏ, ଯାହା ଆଇନ ଅନୁସାରେ ଦଣ୍ଡନୀୟ ଅଟେ । କିନ୍ତୁ ତଥାପି ଲୋକମାନେ ଯୌତୁକ ନେବା ଦେବା କରୁଛନ୍ତି । ଏମିତି ହିଁ କିଛି ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ରାଜପୁତ ସମାଜର ବାହାଘରରେ ହେଉଥିଲା । ବାହାଘରରେ କନ୍ୟାର ପିତା ବରକୁ ଟଙ୍କା ଭର୍ତି ଥାଳି ଦେଲେ, କିନ୍ତୁ ଏହା ପରେ ଯାହା ହେଲା, ସମସ୍ତେ ବରର ପ୍ରଶଂସା କରୁଛନ୍ତି ।

ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ରାଜପୁତର ବାହାଘର ହେଉଥିଲା ଏବଂ ସେହି ସମୟରେ ଝିଅର ବାପା ବର ସାମନାରେ ଟଙ୍କା ଭର୍ତି ଥାଳି ଦେଲେ, ଯାହାକୁ ଟିକାର ପରମ୍ପରା କୁହାଯାଏ । ଏହା ପରେ ଯାହା ହେଲା ତାହା ପୁରା ଇଣ୍ଡିଆରେ ଫେମସ ହୋଇଯାଇଛି ।

ଟୀକାର ପରମ୍ପରା ପରେ ୨.୫୧ ଲକ୍ଷ ଟଙ୍କା ଦେଲେ

ଯେତେବେଳେ ବରକୁ ଟୀକା କରାଯାଉଥିଲା ସେତେବେଳେ ତାହାର ଶଶୁର ବର ସାମନାରେ ଟଙ୍କା ଭର୍ତି ଥାଳି ରଖିଲେ, ଯେଉଁଥିରେ ୨.୫୧ ଲକ୍ଷ ଟଙ୍କା ଅଛି । କହିଦେଉଛୁ କି ବରର ନାମ ହରେନ୍ଦ୍ର ସିଂହ ଅଟେ । ଯେତେବେଳେ ହରେନ୍ଦ୍ର ସାମନାରେ ଥାଳି ଆସିଲା ସେତେବେଳେ ସେ ଶଶୁର ସାମନାରେ ହାତ ଯୋଡି କହିଲେ କି ମୁଁ ଏହି ଥାଳି ନେଇ ପାରିବି ନାହିଁ । କାରଣ ଆମର ଏଠି ଯୌତୁକ ନେବା ଏବଂ ଦେବା ପାପ ଅଟେ । କିନ୍ତୁ ଟୀକାର ପରମ୍ପରାକୁ ରକ୍ଷା କରିବା ପାଇଁ ସେ ଏକ ଟଙ୍କା ଉଠାଇଲେ ଏବଂ ବାକି ଟଙ୍କାକୁ ଫେରାଇ ଦେଲେ ।

ବରର କଥା ଶୁଣି କନ୍ୟାର ପିତାଙ୍କର ଆଖିରେ ଆସିଲା ଲୁହ

ବରର କଥା ଶୁଣି କନ୍ୟାଙ୍କର ପିତାର ଆଖିରେ ଲୁହ ଆସିଗଲା । ଏତିକି ନୁହେଁ ହରେନ୍ଦ୍ରଙ୍କର ବାପା ବି କହିଲେ କି ଆଜି ମୋତେ ମୋ ପୁଅ ଉପରେ ଗର୍ବ ହେଉଛି କି ସେ ଏତେ ଭଲ ନିଷ୍ପତି ନେଇଛି । ଏହା ପରେ କନ୍ୟାର ପିତା କହିଲେ କି ଆଜି ମୁଁ ବି ବହୁତ ଖୁସି ଅଛି କାରଣ ମୋତେ ଏତେ ଭଲ ଜ୍ଵାଇଁ ଏବଂ ସମୁଦି ମିଳିଯାଇଛନ୍ତି । ମୋର ଜୀବନ ସଫଳ ହୋଇଗଲା । ମୋତେ ବର୍ତ୍ତମାନ ମୋ ଝିଅର ଚିନ୍ତା ନାହିଁ ।

ସମସ୍ତ ବରଙ୍କୁ ଯୌତୁକ ବିପକ୍ଷରେ ସ୍ଵର ଉଠାଇବା ନିହାତି ଦରକାର

ହରେନ୍ଦ୍ର ସିଂହ ଭଳି ସବୁ ଯୁବକମନଙ୍କୁ ଯୌତୁକ ବିରୁଦ୍ଧରେ କହିବା ଉଚିତ । କହିବାକୁ ଗଲେ ସବୁ ମାତା ପିତା ନିଜର ଝିଅକୁ ପଢାଇ ଲେଖାଇ ବଡ କରିଥାନ୍ତି, କିନ୍ତୁ ଯେତେବେଳେ ବାହାଘରର କଥା ଆସିଥାଏ ତେବେ ତାଙ୍କୁ ଚିନ୍ତା ହେବାକୁ ଲାଗିଥାଏ, ଏମିତିରେ ସବୁ ଯୁବକଙ୍କୁ ହରେନ୍ଦ୍ର ସିଂହରୁ କିଛି ଶିଖିବାକୁ ପଡିବ । ଯାହାଦ୍ୱାରା କୌଣସି ବି ପିତା ନିଜର ଝିଅର ଯୌତୁକ ପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ । ଏବଂ ଏହା ଦ୍ଵାରା ଆମ ସମାଜ ଯୌତୁକ ମୁକ୍ତ ହୋଇ ପାରିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।