କନ୍ୟା ମଣ୍ଡପରେ ବରକୁ କରେଇଲେ ବହୁତ ଅପେକ୍ଷା, ଯାହା ପରେ ବର କନ୍ୟା ସହିତ କଲା ଏମିତି ବ୍ୟବହାର

ଗୋଟିଏ ବର ଏବଂ ତାହାର ସମ୍ପର୍କୀୟଙ୍କୁ ତାହାର ପତ୍ନୀ ବହୁତ ସମୟ ପର୍ଯ୍ୟନ୍ତ ବିବାହ ମଣ୍ଡପରେ ଅପେକ୍ଷା କରାଇଥିଲେ । କିନ୍ତୁ ଯେତେବେଳେ କନ୍ୟା ମଣ୍ଡପକୁ ଡେରି କରି ଆସିଲେ ସେତେବେଳେ ବର ଏବଂ ତାହାର ପରିବାର ଲୋକମାନେ କନ୍ୟାକୁ କିଛି କହିବା ଜାଗାରେ ତାହାର ସ୍ଵାଗତ କରିଲେ । ବାହାଘର ସମୟରେ ହୋଇଥିବା ଏହିଭଳି ଅଦ୍ଭୁତ ଘଟଣା ହେଲା ମହାରଷ୍ଟ୍ରର ଔରଂଗାବାଦର ଅଟେ ।

କୁହାଯାଉଛି କି ଯେଉଁ ଦିନ କନ୍ୟା ରେଣୁକା ପବାରଙ୍କର ବାହାଘର ଥିଲା ସେହି ଦିନ ରେଣୁକାଙ୍କର ପରୀକ୍ଷା ବି ଥିଲା । ଯେଉଁ କାରଣରୁ ରେଣୁକା ନିଜ ବିବାହ ସମାରୋହରେ ଡେରିରେ ପହଞ୍ଚିଥିଲେ ।

ବାହାଘର ଦିନ ହିଁ ଥିଲା ପରୀକ୍ଷା

ରେଣୁକାଙ୍କର ବାହାଘର ଶଙ୍କର ନାମକ ପୁଅ ସହିତ ଠିକ ହୋଇଥିଲା । ଏହି ଦୁଇ ଜଣଙ୍କର ବାହାଘରର ତାରିଖ ମାର୍ଚ ମାସରେ ବାହାରି ଥିଲା । ଏବଂ ରେଣୁକାଙ୍କୁ ଜଣା ଥିଲା କି ତାଙ୍କର ବୋର୍ଡ ପେପର ବି ଏହି ମାସରେ ଆସି ପାରେ । ସେଥିପାଇଁ ରେଣୁକା ପୁଅ ଘର ଲୋକମାନଙ୍କୁ ଆଗରୁ ହିଁ କହିଦେଇ ଥିଲେ କି ଯଦି ତାହାର ବାହାଘର ଦିନ ତାଙ୍କର ବୋର୍ଡ ପରୀକ୍ଷା ଆସିଲେ, ତେବେ ସେ ପ୍ରଥମେ ନିଜର ପରୀକ୍ଷାକୁ ପ୍ରାଥମିକତା ଦେବ ।

ବାହାଘର ଦିନ ଥିଲା ଇକୋନମିକ୍ସ ପେପର

ରେଣୁକାଙ୍କର ବାହାଘର ଦିନ ହିଁ ଇକୋନମିକ୍ସର ପରୀକ୍ଷା ପଡି ଗଲା । ଏହା ପରେ ରେଣୁକା ବାହାଘର ଦିନ ହିଁ ସକାଳେ ନିଜର ପେପର ଦେଲେ ଏବଂ ପୁଣି ଯାଇ ଦ୍ଵିପହର ପାଖାପାଖି ୨:୧୫ ସମୟରେ ନିଜ ବାହାଘର ସମାରୋହରେ ପହଞ୍ଚି ବିବାହ କରିଲେ ।

ଶଙ୍କରଙ୍କର ପରିବାର ଲୋକମାନେ ଦେଲେ ରେଣୁକାକୁ ପ୍ରୋତ୍ସାହନ

ଶଙ୍କରର ଘରର ଲୋକମାନେ ନିଜର ବୋହୁର ଏହି କାମ ପାଇଁ ତାହାକୁ ପ୍ରୋତ୍ସାହିତ କରିଲେ । କୁହାଯାଉଛି କି ରେଣୁକାର ବାହାଘର ଯେଉଁ ଘରେ ହେଉଥିଲା ସେହି ଜାଗାରେ ଆହୁରି ତିନୋଟି ବାହାଘର ବି ହେଉଥିଲା ଏବଂ ଏହି ତିନୋଟି ବାହାଘରରେ ଆସିଥିବା ସମସ୍ତ ଅତିଥି ତାଳି ମାରି ରେଣୁକାର ସ୍ଵାଗତ କରିଲେ ।

ବହୁତ ଗରିବ ପରିବାରର ଅଟନ୍ତି ରେଣୁକା

ହରସୁଲ ଗ୍ରାମର ରେଣୁକା ବହୁତ ଗରିବ ପରିବାର ଥିଲା । ଏବଂ ରେଣୁକାର ପିତାଙ୍କର ମୁର୍ତ୍ୟୁ ପରେ ତାଙ୍କର ପରିବାରକୁ ଟଙ୍କାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା । ରେଣୁକାର ଅନୁସାରେ ଶିକ୍ଷା ତା ପାଇଁ ବହୁତ ଜରୁରୀ ଅଟେ । ଏବଂ ସେ କୌଣସି ବି ପରିସ୍ଥିତିରେ ନିଜର ଶିକ୍ଷା ସହ ବୁଝାମଣା କରିବ ନାହିଁ  ବୋଲି ଆଗରୁ ଜଣାଇ ଦେଇଥିଲା । ରେଣୁକାର ଏହି ପଦକ୍ଷେପ ନିଶ୍ଚୟ ସମସ୍ତଙ୍କୁ ପ୍ରେରିତ କରିବ । ରେଣୁକା ପାଇଁ ଗୋଟେ ସେଆର ନିଶ୍ଚୟ କରିବେ ଓ ଆଗକୁ ଏମିତି ନୂଆ ନୂଆ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।