‘ପୁଅମାନେ କଂଗନା ରନୌତଙ୍କୁ ନୃଶଂସ ଭାବରେ ପିଟିଥିଲେ’… ଭଉଣୀ ଖୋଲିଲା ହୃଦୟ ଥରେଇଦେଲା ଭଳି ରହସ୍ୟ

କଂଗନା ରନୌତ ଓ ତାଙ୍କର ଭଉଣୀ ରଂଗୋଲୀ ଚଂଦେଲ ପ୍ରାୟତଃ ନିଜର ବେବାକ ଅନ୍ଦାଜ ପାଇଁ ଜଣା ଯାଆନ୍ତି । ଦୁଇ ଭଉଣୀ ପ୍ରାୟତଃ ନିଜର କମେନ୍ଟକୁ ନେଇ ଚର୍ଚାରେ ରୁହନ୍ତି । କିନ୍ତୁ ଏଥର ନିଜର ଟ୍ୱୀଟ୍ସ କାରଣରୁ ପ୍ରାୟତଃ ବିବାଦରେ ରହୁଥିବା ରଂଗୋଲୀ କିଛି ଏମିତି କହିଦେଲେ କି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କହିବାକୁ ଗଲେ, ରଂଗୋଲୀ ପୁଣି କିଛି ଟ୍ୱୀଟ୍ସ କରିଲେ ଯାହା ଆପଣଙ୍କୁ ସମ୍ବେଦନା ପୂର୍ଣ ଲାଗିବ ।

ରଂଗୋଲୀ କହିଲେ କି କେମିତି ତାଙ୍କ ଉପରେ ଏକ ପୁଅର ପ୍ରୋପୋଜଲକୁ ମନା କରିବା କାରଣରୁ ଏସିଡ ଢଳା ଯାଇଥିଲା ଓ କଂଗନାଙ୍କୁ ମାରି ମାରି ଦରମରା କରି ଦେଇଥିଲେ ।

ରଂଗୋଲୀ କହିଲେ ହୃଦୟ ଥରେଇଦେଲା ଭଳି କଥା

କହିବାକୁ ଗଲେ ରଂଗୋଲୀ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ଏହା ମଧ୍ୟରେ ରଂଗୋଲୀ ନିଜର କଲେଜ ଦିନକୁ ମନେ ପକାଇ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଗୋଟିଏ ଗୋଟିଏ କରି ୫ ଟି ଟ୍ୱୀଟ କରିଛନ୍ତି ଯାହାକୁ ଦେଖି ସମସ୍ତେ ଭାବୁକ ହୋଇ ଯାଇଛନ୍ତି ।

https://twitter.com/Rangoli_A/status/1179034421594218496

ଟ୍ୱୀଟରରେ ନିଜର କିଛି ଫଟୋ ଶେୟାର କରି ରଂଗୋଲୀ ନିଜର ବ୍ୟଥା ବିଷୟରେ କହିଲେ ଯାହା ତାଙ୍କୁ ଏସିଡ ଆଟାକ କାରଣରୁ ମିଳିଥିଲା । ଆପଣ ଯଦି ଜାଣି ନ ଥିବେ ତେବେ ଆମେ ଆପଣଙ୍କୁ କହିଦେଉଛୁ ଯେ ରଂଗୋଲୀଙ୍କ ଚେହେରାରେ ଗୋଟିଏ ଲିଟର ଏସିଡ ଢାଳି ଦିଆ ଯାଇ ଥିଲା, ଯେଉଁ କାରଣରୁ ତାଙ୍କର ବାମ ପଟ କାନ ଓ ଚେହେରା ପୁରା ଜଳି ଯାଇଥିଲା ।

କଣ ଲେଖିଲେ ଟ୍ୱୀଟରେ

ଗୋଟିଏ ଟ୍ୱୀଟରେ ରଂଗୋଲୀ ଲେଖିଲେ କି – “କାରଣ ଆମର ମାତା ପିତା ସୁନ୍ଦର, ବୁଦ୍ଧିମାନ, ଆତ୍ମବିଶ୍ୱାସରେ ଭରପୁର ଝିଅମାନଙ୍କୁ ଜନ୍ମ ଦେଇଥିଲା । ଦୁନିଆ ଝିଅମାନଙ୍କ ପାଇଁ ଦୟା କରି ନ ଥାଏ । ଏହା ହିଁ ସମୟ ଅଟେ ସମସ୍ତ ପ୍ରକାରର ସାମାଜିକ ପରିସ୍ଥିତି ସହ ଲଢିବାର ଅଛି । ଏହା ଆମ ପିଲାମାନଙ୍କ ପାଇଁ ସୁରକ୍ଷିତ ଅଟେ ।‘

https://twitter.com/Rangoli_A/status/1179218367074508800

ଅନ୍ୟ ଏକ ଟ୍ୱୀଟରେ ସେ ନିଜର ଘାର ଫଟୋ ପୋସ୍ଟ କରି ଲେଖିଲେ କି – କେତେକ ଲୋକମାନେ ନିଜର ସୁନ୍ଦରତାକୁ ହରାଇ ଦୁଖୀ ହୋଇଥାନ୍ତି । କିନ୍ତୁ ମୋ ଆଖି ସାମନାରେ ହିଁ ମୋର ଚେହେରା ଜଳୁ ଥିଲା ଓ ୫ ବର୍ଷ ପର୍ଯ୍ୟନ୍ତ ୫୪ ସର୍ଜରୀ ପରେ ବି ଡାକ୍ତରମାନେ ମୋର କାନକୁ ପୁଣି ଥରେ ଠିକ କରି ପାରିଲେ ନାହିଁ ।

https://twitter.com/Rangoli_A/status/1179220649149161472

ଏହା ପରେ ଅନ୍ୟ ଏକ ଟ୍ୱୀଟରେ ଲେଖିଲେ, ‘ମୁଁ ଗୋଟିଏ ଆଖି ହରାଇ ଦେଲି । ଡାକ୍ତରମାନେ ମୋର ବ୍ରେସ୍ଟକୁ ବି ପୁଣି ଥରେ ପ୍ରସ୍ତୁତ କରିଲେ, ଯାହାକି ବହୁତ ଖରାପ ହୋଇଯାଇଥିଲା । ଯେଉଁ ପୁଅର ପ୍ରପୋଜଲକୁ ମନା କରିଥିଲି, ସେ ମୋର ଚେହେରା ଉପରେ ଗୋଟିଏ ଲିଟର ଏସିଡ ଫୋପାଡି ଥିଲା । ଏହା ପରେ ମୋର ଭଉଣୀ କଂଗନାଙ୍କୁ ଏତେ ମାରିଲେ କି ସେ ମୁର୍ତ୍ୟୁ ମୁଖକୁ ପହଞ୍ଚି ଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।