କାନ୍ଦି ପକାଇଲେ ସାଂସଦ Anubhav Mohanty ! ମିଡିଆ ସାମ୍ନାରେ ଭାବବିହ୍ଵଳ ହେବା ପରେ ଏବେ ଭାଇରାଲ ହେଉଛି video

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାର ନାଁ ନେଉନାହିଁ । ଗତକାଲି ମିଡିଆ ଆଗରେ ଅନୁଭବ କାନ୍ଦି ପକାଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ଷାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ଅନୁଭବ, ବର୍ଷା କିନ୍ତୁ ସ୍ବାମୀଙ୍କ ସହ ରହିବାର ଜିଦ୍ ଧରିଥିଲେ । ଯେଉଁଥି ପାଇଁ ତାଙ୍କୁ ଅନୁଭବଙ୍କ ଘରେ ରହିବାର ଅନୁମତି ମିଳିଥିଲା । ଅନୁଭବଙ୍କ ପରିବାର କିନ୍ତୁ ଗତ ଦେଢ ବର୍ଷ ଧରି ବାହାରେ ଘରଭଡା ନେଇ ରହୁଛନ୍ତି ।

ଆଉ ଘରକୁ ଫେରିବାକୁ ଚାହୁଁଥିବା ବେଳେ ସେମାନେ ଫେରି ପାରୁ ନଥିଲେ । ବାପାମା’ ବୃଦ୍ଧ ହେଲେଣି ଓ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନି ତେଣୁ ଘରକୁ ଫେରିବାକୁ ଚାହୁଁଛନ୍ତି ଓ ସେମାନଙ୍କ କଷ୍ଟ ଦେଖିପାରୁ ନାହାନ୍ତି ବୋଲି ଅନେକ ଥର କହିଛନ୍ତି ଅନୁଭବ । ଏନେଇ ଅନୁଭବ ଏକ ପିଟିସନ ଦାୟର କରିଥିଲେ ।

ଯାହାର ଶୁଣାଣି ଗତକାଲି ଆସିଥିଲା । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ପାଇଁ ଘର ଦେଖିବାକୁ ଅର୍ଡର ଦେଇଛନ୍ତି କୋର୍ଟ । ଶାଶୁଘର ଛାଡିବା ପାଇଁ ପତ୍ନୀ ବର୍ଷାଙ୍କୁ ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଖୁସିରେ ଅନୁଭବ କାନ୍ଦି ପକାଇଥିଲେ । ବାପାମା’ ପୁଣି ଥରେ ନିଜ ଘରକୁ ଫେରିବା ବାଟ ଫିଟିଥିବା ଦେଖି ଅନୁଭବ କାନ୍ଦି ପକାଇଥିଲେ ।

ଦୀର୍ଘଦିନ ଧରି ସାଂସଦ ଅନୁଭବ ମହାନ୍ତି ସଂଘର୍ଷ କରୁଥିଲେ ଓ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ନିଜ ଓକିଲଙ୍କୁ କୁଣ୍ଢାଇ ଧରି କାନ୍ଦିଥିଲେ ଅନୁଭବ । କୋର୍ଟ ବର୍ଷାଙ୍କୁ ଘର ଛାଡିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ପାଇଁ ରହିବା ଘର ଦେଖିବାକୁ ପାଇଁ କହିଛନ୍ତି କୋର୍ଟ । ପ୍ରତି ମାସ ୧୦ ତାରିଖ ସୁଦ୍ଧା ଅନୁଭବ ବର୍ଷାଙ୍କୁ ଭରଣପୋଷଣ ବାବଦକୁ ୩୦ ହଜାର ଟଙ୍କା ଦେବେ ଓ ପ୍ରଥମ ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଘର ଛାଡିବାକୁ କହିଛନ୍ତି କୋର୍ଟ ।

ତେବେ ବର୍ଷାଙ୍କୁ ଯେଉଁ ଆଧାରରେ କୋର୍ଟ ଅନୁଭବଙ୍କ ଘର ଛାଡିବାକୁ କହିଛନ୍ତି ତାହା ହେଉଛି, ବର୍ଷା ରହୁଥିବା ଘର ହେଉଛି ଅନୁଭବଙ୍କ ପୈତୃକ ଘର । ତେଣୁ ସେହି ଘରେ ଅନୁଭବଙ୍କ ସମେତ ଘରର ଅନ୍ୟ ସଦସ୍ୟ ମାନଙ୍କର ମଧ୍ୟ ସମାନ ଅଧିକାର ରହିଛି । ଯଦି ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପଡୁନାହିଁ ତେବେ ପୁରା ପରିବାର ଏହି ଅଧିକାରରୁ ବଞ୍ଚିତ ହେବା ଉଚିତ ନୁହେଁ । ଏହି କାରଣରୁ ଶାଶୁଘର ଉପରେ ବର୍ଷା ସଂପୂର୍ଣ୍ଣ ଅଧିକାର ଜାହିର କରିପାରିବେ ନାହିଁ ।

ସ୍ତ୍ରୀର ଭରଣପୋଷଣ ପାଇଁ ସ୍ଵାମୀ ବ୍ୟବସ୍ଥା କରିବେ ଓ ଟଙ୍କା ଦେବେ କିନ୍ତୁ ସ୍ବାମୀଙ୍କ ପୈତୃକ ସମ୍ପତ୍ତି ଉପରେ ସ୍ତ୍ରୀ ସଂପୂର୍ଣ୍ଣ ଅଧିକାର ଜାହିର କରିପାରିବେ ନାହିଁ ବୋଲି ଏହି ଶୁଣାଣି ବାବଦରେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି କୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।