କଞ୍ଚା ପିଆଜ ଖାଉଥିଲେ ନିଶ୍ଚୟ ଥରେ ପଢନ୍ତୁ ଏହାକୁ …

ପିଆଜ କାଟୁଥିବା ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସିଥାଏ । କିନ୍ତୁ ଏହାର ସେବନ କରିବା ଦ୍ଵାରା ଶରୀରକୁ ବହୁତ ଲାଭ ବି ମିଳିଥାଏ । କଞ୍ଚା ହେଉ କିମ୍ବା ରୋଷେଇ ହୋଇଥିବା ପିଆଜ ଦୁଇ ପ୍ରକାରରେ ପିଆଜ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କଞ୍ଚା ପିଆଜ ଖାଇବା ଅଧିକ ଲାଭଦାୟକ ଅଟେ । କେବଳ କଞ୍ଚା ପିଆଜ ଖାଇବା ଦ୍ଵାରା ଆପଣ କେଉଁ କେଉଁ ରୋଗରୁ ବଞ୍ଚି ପାରିବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ହଜମ କରିବାରେ ସାହାର୍ଯ୍ୟ କରିଥାଏ

କଞ୍ଚା ପିଆଜରେ ଫାଇବରର ମାତ୍ରା ଅଧିକ ଥାଏ ଯାହା ଦ୍ଵାରା ଆପଣଙ୍କ ପେଟ ଭିତରେ ଥିବା ଖାଦ୍ୟ ପୂରାପୂରି ହଜମ ହୋଇଯାଏ । ଏହା ସହିତ କଞ୍ଚା ପିଆଜ ଖାଇବା ଦ୍ଵାରା ପେଟ ପୂରାପୂରି ସଫା ହୋଇଥାଏ । ଯେଉଁ ଲୋକମାନଙ୍କର ସକାଳେ ପେଟ ସଫା ହେଉ ନାହିଁ ସେମାନେ ରାତିରେ ଖାଇବା ସହିତ କଞ୍ଚା ପିଆଜ ଖାଆନ୍ତୁ ।

ରକ୍ତ ବାହାରିବାର ସମସ୍ୟା

ପ୍ରାୟତଃ ଲୋକମାନଙ୍କୁ ଗରମ ଦିନରେ ଗରମ ପବନ ମାନେ ଲୁ ର ସାମ୍ନା କରିବାକୁ ପଡିଥାଏ ଓ ଏହି କାରଣରୁ କିଛି ଲୋକଙ୍କ ନାକରୁ ବି ବେଳେ ବେଳେ ରକ୍ତ ବାହାରିଥାଏ । ସେଥିପାଇଁ ଖାସକରି ଗରମ ଦିନରେ ଆପଣ ସବୁଦିନ କଞ୍ଚା ପିଆଜ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କୁ କିଛି ବି ସମସ୍ୟା ହେବ ନାହିଁ । ଏହା ଛଡା ଯଦି ଆପଣଙ୍କ ଦାନ୍ତରୁ ରକ୍ତ ବାହାରୁଛି ତେବେ ଆପଣ କଞ୍ଚା ପିଆଜକୁ ଗରମ କରି ନିଜ ଦାନ୍ତ ମଧ୍ୟରେ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

ଥଣ୍ଡା, କାଶ, ଜ୍ଵରରେ ସାହାର୍ଯ୍ୟ କରେ

ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା, ଜ୍ଵର କିମ୍ବା କାଶ ଲାଗି ରହୁଛି ତେବେ ଆପଣ ପ୍ରଥମେ କଞ୍ଚା ପିଆଜର ରସ ବାହାର କରନ୍ତୁ ଏହା ପରେ ଏଥିରେ ମହୁ ମିଶାଇ ଦିନକୁ ଦୁଇ ଥର ସେବନ କରନ୍ତୁ ଓ ଏହାର ସେବନ ଲଗାତାର ୧ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ କାଶ, ଥଣ୍ଡା, ଜ୍ଵର ହେବ ନାହିଁ ।

କ୍ୟାନ୍ସର ସେଲ୍ସକୁ ଅଟକାଇ ଥାଏ

କଞ୍ଚା ପିଆଜରେ ସଲଫରର ମାତ୍ରା ବହୁତ ଅଧିକ ହୋଇଥାଏ । ଏହା କ୍ୟାନ୍ସରର ସେଲ୍ସକୁ ବଢିବାକୁ ଦେଇ ନ ଥାଏ । କ୍ୟାନ୍ସର ରୋଗୀ ପିଆଜ ଖାଇବା ଦ୍ଵାରା ତାଙ୍କର ଚିକିତ୍ସାରେ ବହୁତ ଲାଭ ମିଳିଥାଏ । ଯଦି ଆପଣ ଆରମ୍ଭରୁ ହିଁ କଞ୍ଚା ପିଆଜ ଖାଉଛନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାରର କ୍ୟାନ୍ସର ଡର ରହିବ ନାହିଁ । ୟୁରିନ ସହ ଜଡିତ ରୋଗ ବି କଞ୍ଚା ପିଆଜ ଖାଇବା ଦ୍ଵାରା ଭଲ ହୋଇଯାଏ ।

ହାର୍ଟ ପାଇଁ ଲାଭଦାୟକ

କଞ୍ଚା ପିଆଜ ଆପଣଙ୍କ ହାର୍ଟ ପାଇଁ ବହୁତ ହିଁ ଲାଭଦାୟକ ଅଟେ । ହାଇ ବ୍ଲଡ ପ୍ରେସର କନ୍ଟ୍ରୋଲ କରିବାରେ କଞ୍ଚା ପିଆଜ ସାହାର୍ଯ୍ୟ କରିଥାଏ । ଏହା ବନ୍ଦ ଥିବା ରକ୍ତ ଧମନୀକୁ ଖୋଲିବାରେ ସାହାର୍ଯ୍ୟ କରିଥାଏ । ଯାହା ଦ୍ଵାରା ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ରୋଗ ବହୁତ କମ ହୋଇଯାଏ ।