କାନରେ ପୋକ ପଶିଗଲେ କରନ୍ତୁ ଏହି ଉପାୟ, ତୁରନ୍ତ ବାହାରିଯିବ ପୋକ

ସାଧାରଣତଃ ବର୍ଷା ଦିନ ଆସିଲେ କୀଟ ପତଙ୍ଗ ନିଜ ବସାରୁ ବାହାରି ଯାଇଥାନ୍ତି । ପୋକ ମାନେ ଛୋଟ ଓ ବଡ ଆକୃତିର ହୋଇଥାନ୍ତି । ଯାହାଦ୍ୱାରା ସେମାନେ ଯେକୌଣସି ସ୍ଥାନରେ ସହଜରେ ପଶିଯାନ୍ତି । ଏମାନେ ଆମର ମୁହଁ, କାନ ଓ ନାକରେ ମଧ୍ୟ ପଶି ପାରନ୍ତି । ମୁହଁ ଓ ନାକରୁ ସହଜରେ ପୋକକୁ ବାହାର କରାଯାଇପାରିବ, ହେଲେ ଯଦି ପୋକ କାନରେ ପଶିଯିବ ତେବେ ଏହାକୁ ବାହାର କରିବା ବହୁତ କଷ୍ଟକର ହୋଇଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ସଜରେ ନିଜ କାନରୁ ପୋକକୁ ବାହାର କରିପାରିବେ । ପୋକ ଯେତେବେଳେ କାନରେ ପଶି ଯାଇଥାଏ ତେବେ ଆମକୁ ବହୁତ କଷ୍ଟ ଓ କାନ ସଲସଲ ଅନୁଭବ ହୋଇଥାଏ । ଯାହାଫଳରେ ଆମ୍ଭେମାନେ ଚିନ୍ତିତ ହୋଇପଡୁ । ଏହାକୁ କାନରୁ ବାହାର କରିବା ପାଇଁ ବହୁତ ଅସୁବିଧା ହୋଇଥାଏ ।

ସାଧାରଣତଃ ଅଧିକାଂଶ ସମୟରେ କାନ ମଧ୍ୟରେ କିଛି ଅସୁବିଧା ହେଲେ ଆମେ ଭାବିଥାଉ କି କାନରେ କିଛି ପୋକ ପସିଯାଇଛି କି, ହେଲେ ଏହା କାନର ମଳି ପାଇଁ ମଧ୍ୟ ଅନୁଭବ ହୋଇପାରେ । କାରଣ ଯଦି କୌଣସି ପୋକ କାନରେ ପଶିଯିବ ତେବେ ବହୁତ ଶୀଘ୍ର ସେ କାନ ଭିତରେ ମରିଯିବ । ତେଣୁ ଯଦି ପୋକ ବଞ୍ଚିଥିବ ତେବେ କିଛିଟା ଉପାୟ ମାଧ୍ୟମରେ ତାକୁ ବାହାର କରାଯାଇପାରିବ ।

୧. ଯଦି ଆପଣଙ୍କ କାନରେ କୌଣସି ପୋକ ପଶି ଯାଇଛି ତେବେ ପାଣିରେ ଅଳ୍ପ ସେନ୍ଧା ଲୁଣ ମିଶାଇ ବୁନ୍ଦା ବୁନ୍ଦା କରି କାନରେ ପକାନ୍ତୁ ଏହା ଦ୍ଵାରା ପୋକ ବାହାରକୁ ଆସିଯିବ ।

୨. ଯଦି କାନରେ ପୋକ ପସିଯାଇଛି ସେ ବଞ୍ଚିଥାଉ କିମ୍ବା ମରିଥାଉ ଆପଣ ତେଲ ମାଧ୍ୟମରେ ତାକୁ ବାହାର କରିପାରିବେ । କାନରେ ବୁନ୍ଦା ବୁନ୍ଦା କରି ସୋରିଷ ତେଲ ପକାଇଲେ ସେ ବାହାରି ଯିବ ।

୩. ଯଦି କାନରେ ପୋକ ପଶିଯାଇଛି ତେବେ ଆପଣ କାନକୁ ଉପର ଆଡକୁ ରଖନ୍ତୁ ଏହା ଦ୍ଵାରା ସେ ବାହାରିଯିବ । ସାଧାରଣତଃ ପୋକମାନେ କାନର ଅଧିକ ଗଭୀରତାକୁ ଯାଇପାରନ୍ତି ନାହିଁ, କାରଣ ଆମ କାନରେ ଥିବା ଏୟାରଡ୍ରୋମ୍ସ ତାଙ୍କୁ ରୋକିଥାଏ ।

୪ କାନରେ ପଶିଯାଇଥିବା ପୋକମାନଙ୍କୁ କାଠି ବା ତୁଳା ମାଧ୍ୟମରେ ମାରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହାଦ୍ଵାରା ପୋକକୁ କାନରୁ ବାହାର କରିବା ବହୁତ କଷ୍ଟକର ହୋଇଥାଏ ।

ତେଣୁ ଉପରେ ଦିଆଯାଇଥିବା ଉପାୟକୁ ବ୍ୟବହାର କରି ଆପଣ ପୋକକୁ ବହୁତ ସହଜରେ ବାହାର କରିପାରିବେ । ଯଦି ଅଧିକ କଷ୍ଟ ହେଉଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶରେ ପୋକକୁ ବାହାର କରିପାରିବେ । ସାଧାରଣତଃ ବେଡ଼ ରୁମ, ବାଥରୁମ ଓ କିଚେନ ଆଦିକୁ ସଫା ସୁତୁରା ରଖନ୍ତୁ, ଏହା ଦ୍ଵାର ପୋକ ଘରେ ପ୍ରବେଶ କରିପାରିବ ନାହିଁ । ଏହି ସବୁ କୀଟ ପତଙ୍ଗ ମାନଙ୍କ ଠାରୁ ସତର୍କ ରୁହନ୍ତୁ ।