ACF Soumyaranjan ଡେଥ ମିଷ୍ଟ୍ରି: ହସ୍ଟେଲ ଆଟେଣ୍ଡାଣ୍ଟଙ୍କ ବଡ ଖୁଲାସା, କଣ ଅଟେ ପର୍ସନାଲ କାରର ରହସ୍ୟ ? ବିଦ୍ୟାଙ୍କ ସହ ସେଦିନ କିଏ ଥିଲା ସେହି କାରରେ ?

ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାର ଏବେ ଜୋରଦାର ତଦନ୍ତ ଚାଲିଛି ଓ ବର୍ତ୍ତମାନ ଯାଏ ପୋଲିସ ହାତରେ ଅନେକ ତଥ୍ୟ ଲାଗି ସାରିଛି । ସେ ସମସ୍ତ ଅନୁସନ୍ଧାନ ମଧ୍ୟରେ ବିଦ୍ୟାଭାରତୀ ବଲାଙ୍ଗୀରରେ ବ୍ୟାଚଲର ପାର୍ଟି କରିଥିବା ନେଇ ମଧ୍ୟ ଅନୁସନ୍ଧାନ କରୁଛି ପୋଲିସ ।

ତେବେ ବିଦ୍ୟାଭାରତୀ ବଲାଙ୍ଗିର କଣ ପାଇଁ ଆସିଥିଲେ, ସେଠାରେ ସେ କଣ ପାଠ ପଢନ୍ତି, କଣ ପାଇଁ ପାଇଁ ପାର୍ଟି କରିଥିଲେ ଓ ସେହି ପରତିରେ କିଏ କିଏ ସାମିଲ ଥିଲେ ସେ ବିଷୟରେ ଆମେ ଆପଣଙ୍କୁ ସଂପୂର୍ଣ୍ଣ ଭାବେ ଜଣାଇବୁ । ବିଦ୍ୟାଭାରତୀ ବଲାଙ୍ଗିରର ଲାଇଭଷ୍ଟକ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ପାଠ ପଢନ୍ତି । ସେ ଏବେ ମଧ୍ୟ ସେଠାକାର ଛାତ୍ରୀ ଅଟନ୍ତି । ତେବେ ଏ ନେଇ ସେହି ଟ୍ରେନିଂ ସେଣ୍ଟରର ମୁଖ୍ୟ ଡା.ହେମନ୍ତ ପ୍ରଧାନ ତଥ୍ୟ ଦେଇଛନ୍ତି ।

ନିଜ ବୟାନରେ ସେ କହିଛନ୍ତି କି, କରୋନା ଯୋଗୁଁ ୨୦୨୦ ମସିହା ମାର୍ଚ୍ଚ ୧୮ରେ ତାଙ୍କ ଟ୍ରେନିଂ ସେଣ୍ଟର ବନ୍ଦ କରି ଦିଆଯାଇ ଥିଲା ଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା । ତାଙ୍କ ସେହି ଟ୍ରେନିଂ ସେଣ୍ଟରରେ ବିଦ୍ୟାଙ୍କ ସହ ସମୁଦାୟ ୮୯ ଜଣ ପଢନ୍ତି ଓ ବିଦ୍ୟାଙ୍କ ରୋଲ ନଂ ହେଉଛି ୫୦ । ବିଦ୍ୟା ସେଠାକାର ହଷ୍ଟେଲର ରୁମ ନଂ-୧ ରେ ରୁହନ୍ତି । ତେବେ ୨୦୨୧ ଅପ୍ରିଲ ମାସ ୫ ତାରିଖରୁ ୧୩ ତାରିଖ ଯାଏ ତାଙ୍କର ପରୀକ୍ଷା ଥିବାରୁ ବିଦ୍ୟା ଏପ୍ରିଲ ୩ ତାରିଖ ଦିନ ଯାଇ ହଷ୍ଟେଲରେ ପହଞ୍ଚି ଥିଲେ ।

ପରବର୍ତ୍ତୀ ୭ଟି ଯାକ ପେପରର ପରୀକ୍ଷା ମଧ୍ୟ ଦେଇଥିଲେ ବିଦ୍ୟା । ସେ ଯେଉଁ ଦିନ ହଷ୍ଟେଲ ଯାଇଥିଲେ ସେ ଏକ କାରରୁ ଓହ୍ଲାଇ ହଷ୍ଟେଲ ଭିତରକୁ ଯାଇଥିଲେ ଓ ତାଙ୍କ ସହ ଆଉ କେହି ମଧ୍ୟ କାର ଭିତରୁ ବାହାରି ନ ଥିଲେ । ବିଦ୍ୟାଙ୍କୁ ତାଙ୍କ ସହ କେହି ଆସି ନାହାନ୍ତି କଣ ପାଇଁ ବୋଲି ତାଙ୍କ ହଷ୍ଟେଲ ମୁଖ୍ୟ ହେମନ୍ତ ପ୍ରଧାନ ପଚାରିଥିଲେ । କିନ୍ତୁ ତାଙ୍କ ନିଜ ଗାଡିରେ ତାଙ୍କ ଷ୍ଟାଫ ତାଙ୍କୁ ଛାଡିବାକୁ ଆସିଛନ୍ତି ବୋଲି ସେ ଉତ୍ତର ଦେଇଥିଲେ ।

ତେବେ ବିଦ୍ୟା ୨୦୨୦ ଡିସେମ୍ବର ମାସରେ ଲକଡାଉନ ଭିତରେ ବାହା ହୋଇ ଯାଇ ଥିବାରୁ ନିଜ ସାଙ୍ଗ ସାଥୀଙ୍କୁ ବାହାଘରରେ ଡାକି ପାରି ନ ଥିଲେ । ସେଥିପାଇଁ ସେ ହଷ୍ଟେଲ ମୁକ୍ଷଙ୍କ ଅନୁମତିରେ ମେସରେ ଗୋଟିଏ ଦିନର ଲଞ୍ଚ ସ୍ପନସର କରିଥିଲେ, ଯାହାକୁ ବ୍ୟାଚଲର ପାର୍ଟି ବୋଲି କୁହା ଯାଉଛି । ତେବେ ନିଜ ସାଙ୍ଗ ମାନଙ୍କୁ ବାହାଘର ପାଇଁ ଏହି ଭୋଜି ଦେଇଥିଲେ ବିଦ୍ୟା ।

ଏହି ଭୋଜିରେ ସେ ପ୍ରାୟ ୧୨୦୦୦ ରୁ ୧୩୦୦୦ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ବିଷୟରେ ବିଦ୍ୟାଙ୍କ ହଷ୍ଟେଲ ମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ପରୀକ୍ଷା ଶେଷ ହେବା ଦିନ ବା ଏପ୍ରିଲ ୧୩ ତାରିଖ ବିଦ୍ୟାଙ୍କ ମାଆ ବାପା ଦୁହେଁ ତାଙ୍କୁ ନେବାକୁ ଆସିଥିଲେ ଓ ସେ ସେମାନଙ୍କ ସହ ହଷ୍ଟେଲ ଛାଡି ଆସିଥିଲେ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ