Sonu ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ଆୟକର ବିଭାଗ, 20 କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି ଅଭିନେତା

ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି ଅଭିନେତା ସୋନୁ ସୁଦ । ସୋନୁ ସୁଦଙ୍କ ମୁମ୍ବାଇ ବାସଭବନରେ ଲଗାତାର ଚଢଉ ପରେ ଆଜି ଆୟକର ବିଭାଗ ପକ୍ଷରୁ ଏନେଇ ଏକ ବିବୃତିରେ ସୂଚନା ଦିଆଯାଇଛି । ସୋନୁ ସୁଦଙ୍କ ଅଣ ଲାଭଜଣକ ପାଣ୍ଠି ପରିମାଣ ମଧ୍ୟ ୨ କୋଟି ୧୦ ଟଙ୍କା ବଢିଛି । ବିଦେଶୀ ଦାତାଙ୍କ ଠାରୁ କ୍ରାଉଡ ଫଣ୍ଡି॰ ଜରିଆରେ ସୋନୁ ସୁଦ ଏହି ପାଣ୍ଠି ସଂଗ୍ରହ କରିଥିବା ବେଳେ ଏହା ବିଦେଶୀ ଅନୁଦାନ ନିୟମର ଉ-ଲ୍ଲଂ-ଘ-ନ ବୋଲି ଆୟକର ବିଭାଗ ଦର୍ଶାଇଛି ।

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଗରେ ଥିବା ବିଭିନ୍ନ ସ୍ଥାନରେ ତିନି ଦିନ ଧରି ରେ-ଡ୍ କରୁଥିଲା ଆୟକର ଟିମ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଏହାର କିଛି ହିସାବ ମିଳୁ ନଥିବା ଆୟକର ବିଭାଗ କହିଛନ୍ତି । ବେନାମୀ ଲୋନ ଜରିଆରେ ଆସିଥିବା ଅର୍ଥକୁ ସେ ସମ୍ପତ୍ତି କିଣା ଏବଂ ନିବେଶରେ ବ୍ୟବହାର କରିଛନ୍ତି ।

ଏହି ସବୁ କାରବାରରେ ପ୍ରାୟ ୨୦ କୋଟି ରୁ ଅଧିକ ଟ୍ୟାକ୍ସ ଫାଙ୍କି ଅ-ଭି-ଯୋ-ଗ ହୋଇଛି । ସେହିପରି ଛାନଭିନ୍ ବେଳେ ସୋନୁଙ୍କ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କାର ନଗଦ କ୍ୟାଶ ମିଳିଛି ବୋଲି ଆୟକର ବିଭାଗ ସୂଚନା ଦେଇଛି । ତିନି ଦିନ ପର୍ଯ୍ୟନ୍ତ ଲଗାତାର ଚ-ଢ-ଉ କରିବା ପରେ ଆୟକର ବିଭାଗର ଏପରି ବିବୃତି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ସୋନୁ ସୁଦ କରୋନା କାଳରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ । ଅନେକ ଲୋକ ତାଙ୍କୁ ଆଜି ମଶିହା ବୋଲି ମାନନ୍ତି ।

କୁହାଯାଏ ସୋନୁ ସୁଦ କେବଳ ୫୦୦୦ ହଜାର ଟଙ୍କା ଧରି ମୁମ୍ବାଇ ଆସିଥିଲେ ନିଜ ସ୍ଵପ୍ନ ପୁରା କରିବାକୁ । ଆଉ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ସେ ଆଜି କୋଟି କୋଟି ଟଙ୍କାର ଉତ୍ତରାଧିକାରୀ ଅଟନ୍ତି । ତେବେ ସୋନୁଙ୍କ ନାମରେ ଲାଗିଥିବା ଏହି ସଙ୍ଗୀନ ଅ-ଭି-ଯୋ-ଗ ଉପରେ ଏବେ ଯାଏ ସେ କିମ୍ବା ତାଙ୍କ ଲିଗାଲ ଟିମ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଆଗକୁ ସେ ପଦକ୍ଷେପ ନେଉଛନ୍ତି ଦେଖିବାକୁ ଅପେକ୍ଷା ରହିଲା । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।