କ’ଣ ସଲମାନ ଖାନଙ୍କର ହୋଇ ସାରିଛି ବାହାଘର ! ଅଦାଲତରେ ଦିଆଯିଅଥିବା ଏହି ଫଟୋ ଦେଖି ତ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

ବଲୀଉଡର ଅଭିନେତା ସଲମାନ ଖାନଙ୍କର ବିବାହ କେବେ ହେବ ? ଏହି ପ୍ରଶ୍ନ ପ୍ରାୟତଃ ତାଙ୍କର ଫ୍ୟାନମାନେ ତାଙ୍କୁ ପଚାରିଥାନ୍ତି । କିନ୍ତୁ ଏହାର ଜବାବ ବର୍ତ୍ତମାନ ପର୍ଯ୍ୟନ୍ତ ବି କାହାକୁ ମିଳି ନାହିଁ, କିନ୍ତୁ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋରେ ସଲମାନ ଖାନଙ୍କୁ ବିବାହିତ ବୋଲି କୁହାଯାଉଛି । ଯାହାକୁ ଛତିଶଗଢ଼ ବିଲାସପୁରରେ ଏକ ଅଦାଲତରେ ପେଶ କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ମାମଲା ଏହା ଅଟେ କି ବିଲାସପୁର ଜିଲ୍ଲାରେ ବୈକୁଂଠପୁର ର ପଂଡୋପାରା କାଲରୀରେ ରହୁଥିବା ବସନ୍ତଲାଲର ବିବାହ ଦେବରା ଭୈୟାଥାନ ସୂରଜପୁରରେ ରହୁଥିବା ରାନୀ ସହିତ ହୋଇଥିଲା । ବସନ୍ତଲାଲ ଏସଈସୀଏଲରେ କାମ କରୁଥିଲା, କିନ୍ତୁ ୨୫ ଜୁଲାଇ ୨୦୧୩ରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିନେଲା । ଏହା ପରେ ବସନ୍ତଲାଲ ର ଘର ଲୋକମାନେ ତାହାର ସ୍ତ୍ରୀକୁ ଘରୁ ବାହାର କରିଦେଲେ ଓ କହିଲେ କି ସେ ତାକୁ ବସନ୍ତଲାଲର ସ୍ତ୍ରୀ ବୋଲି ମାନନ୍ତି ନାହିଁ ।

ଏହା ପରେ ଏହି ମାମଲା ବୈକୁଂଠପୁର ର କୁଟୁମ୍ବ ନ୍ୟାୟାଳୟରେ ପହଞ୍ଚିଲା । କହିବାକୁ ଗଲେ ରାନୀର ଶଶୁରଘରର ଲୋକମାନେ ଚାହୁଁ ନ ଥିଲେ କି ବସନ୍ତର ଚାକିରି ତା’ର ସ୍ତ୍ରୀକୁ ମିଳୁ, ସେଥିପାଇଁ ସେମାନେ ରାନୀକୁ ବସନ୍ତର ସ୍ତ୍ରୀ ବୋଲି ମାନିଲେ ନାହିଁ । ଏହା ମଧ୍ୟରେ ସେମାନେ ଅଦାଲତରେ ରାନୀର ମିଥ୍ୟା ବିବାହର ଏକ ଫଟୋ ପେଶ କରିଲେ, ଯାହାକୁ ଦେଖି ଓକିଲ ଓ ଜଜ ବି ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଫଟୋରେ ଦେଖା ଯାଇଛି କି ରାନୀର ବିବାହ ସଲମାନ ଖାନଙ୍କ ସହ ହୋଇଛି ।

ରାନୀର ଶଶୁରଘର ଲୋକମାନେ ଅଦାଲତରେ କହିଲେ କି ତାଙ୍କର ପୁଅ ବସନ୍ତଲାଲ ର ରାନୀ ସହିତ କେବେ ବି କୌଣସି ସମ୍ପର୍କ ନ ଥିଲା ଓ ତାହାର ସମ୍ପର୍କ କୌଣସି ଅନ୍ୟ ବ୍ୟକ୍ତି ସହ ଥିଲା । କିନ୍ତୁ ଫଟୋକୁ ଦେଖି ଲାଗୁଥିଲା କି ତାକୁ ଫଟୋସପ କରାଯାଇଛି, କିନ୍ତୁ ଅଦାଲତରେ ଏହି ଫଟୋକୁ ମିଥ୍ୟା ବୋଲି କୁହାଗଲା ଓ ନିଷ୍ପତି ରାନୀର ସପକ୍ଷରେ ହିଁ ଦିଆଗଲା ।

କିନ୍ତୁ ରାନୀର ଶଶୁରଘର ଲୋକମାନେ ବୈକୁଂଠପୁର କୁଟୁମ୍ବ ନ୍ୟାୟାଳୟର ନିଷ୍ପତି ବିରୁଦ୍ଧରେ ହାଇକୋର୍ଟରେ ବି ଅପିଲ କରିଛନ୍ତି ଓ ବର୍ତ୍ତମାନ ଏହି ମାମଲା କୋର୍ଟରେ ଚାଲିଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।