ଜାଣନ୍ତୁ କଣ ପାଇଁ ଆପଣଙ୍କର ଏୟାରକଣ୍ଡିଶନର ତାପମାତ୍ରା ୨୪ଡିଗ୍ରୀରେ ରଖିବା ହିଁ ଭଲ ହୋଇଥାଏ

ଗରମର ପ୍ରଭାବ ତାର ଶିଖରରେ ଅଛି । ଅନେକ ସ୍ଥାନରେ ପାରଦ ୪୨ ରୁ ୪୪ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି । ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏୟାରକଣ୍ଡିସନର ବ୍ୟବହାର କରୁଛନ୍ତି । ଏସିର ତାପମାତ୍ରାକୁ ନେଇ ଗତବର୍ଷ ବହୁତ ବିତର୍କ ହୋଇଥିଲା । ଗତବର୍ଷ ଶକ୍ତି ମନ୍ତ୍ରାଳୟ ଏୟାରକଣ୍ଡିସନର ତାପମାତ୍ରା ୨୪ଡିଗ୍ରୀରେ ରଖିବା ପାଇଁ ପରାମର୍ଶ ଦେଇ ଥିଲେ । କିନ୍ତୁ ପ୍ରଶ୍ନ ଏହା କି ଏମିତି କରିବା ଦ୍ଵାରା କଣ ହେବ ? କଣ ବିଦ୍ୟୁତ ବ୍ୟବହାର ଦ୍ଵାରା ଏସିର ତାପମାତ୍ରା ପ୍ରକୃତରେ ନିର୍ଣ୍ଣୟ କରାଯାଇ ଥାଏ ? ଏବଂ ଭାରତରେ ଏୟାରକଣ୍ଡିସନର ଚାହିଦା କଣ ଅଟେ ?

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ କେବଳ ପରାମର୍ଶ ଦେଇଥିଲେ କି ଏସିର ଡିଫଲ୍ଟ ସେଟିଙ୍ଗକୁ ୨୪ଡିଗ୍ରୀ ସେଲସିୟସରେ ରଖନ୍ତୁ । ଲୋକଙ୍କୁ ଶକ୍ତି ସଞ୍ଚୟ ପାଇଁ ପ୍ରୋତ୍ସାହିତ କରିବା ଏହାର ଉଦେଶ୍ୟ ଥିଲା । ଏଥିପାଇଁ ସରକାର ଚାହୁଁଛନ୍ତି କି ସଚେତନତା ମିଶନ ଚଳାଯାଉ ଏବଂ ଲୋକଙ୍କୁ ଏହାର ଲାଭ ବିଷୟରେ କୁହାଯାଉ । ୨୦୧୬ ମସିହା ତାଜା ଆକଳନ ଅନୁସାରେ ଦୁନିଆରେ ସମୁଦାୟ ୧୬ ଅରବ ଏୟାରକଣ୍ଡିସନର ୟୁନିଟ ଅଛି । ଏହି ୟୁନିଟ ଅଧିକାଂଶ ଆମେରିକା, ଚୀନ ଏବଂ ଜାପାନ /ଦକ୍ଷିଣ କୋରିୟାରେ ଉପସ୍ଥିତ ଅଛି । ଯଥାକ୍ରମେ ୩୭.୪ କୋଟି, ୫୬.୯ କୋଟି ଏବଂ ୨୦.୭କୋଟି ୟୁନିଟ ଅଛି ।

ଭାରତରେ ହେବ ସବୁଠାରୁ ଅଧିକ ଏସିର ଚାହିଦା

ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିଙ୍କ ରିପୋର୍ଟ ଅନୁସାରେ ୨୦୫୦ ମସିହାରେ ଦୁନିଆରେ ଏସିର ସବୁଠାରୁ ଅଧିକ ଚାହିଦା ଭାରତରେ ହେବ । ରିପୋର୍ଟ ଅନୁସାରେ ଏସିର କ୍ରୟରେ ୪୨୦୬% ବୃଦ୍ଧି ହେବ । ଦ୍ଵିତୀୟରେ ଇଣ୍ଡୋନେସିୟା ଆସୁଛି ଯେଉଁଠାରେ ୧୮୪୫% ଦରରେ ବୃଦ୍ଧି ହେବ । ଯେତବେଳେ ଦୁନିଆରେ ଏସିର ଚାହିଦା ବଢିବ ସେତବେଳେ ବିଦ୍ୟୁତ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ ।

ରିପୋର୍ଟ ଅନୁସାରେ ଯଦି ଶକ୍ତିର ଧାର୍ଯ୍ୟ ଚାହିଦାକୁ ବିଚାର କରାଯାଏ ତାହେଲେ ୨୦୫୦ ପର୍ଯ୍ୟନ୍ତ ଏହା ୧୯୯୭ ରୁ ବଢି ୬୨୦୫ ଟେରାୱାଟ / ଘଣ୍ଟା ହୋଇଯିବ । ଶକ୍ତି ଏଜେନ୍ସି ରିପୋର୍ଟ ଅନୁସାରେ ୨୦୧୬ ପର୍ଯ୍ୟନ୍ତ ଦୁନିଆରେ ୧୬.୨୨ଅରବ ଏୟାରକଣ୍ଡିସନର ଥିଲା କିନ୍ତୁ ୨୦୫୦ମସିହା ପର୍ଯ୍ୟନ୍ତ ଏହା ୪୦ଅରବକୁ ବୃଦ୍ଧି ପାଇବ । ରିପୋର୍ଟରେ କୁହାଯାଇଛି କି ଯଦି ଏସିକୁ ନେଇ କୌଣସି ସୁଧାର ହେବ ନାହିଁ ତାହେଲେ ପରିସ୍ଥିତି ଏମିତି ହିଁ ହେବ ।

ଅଲଗା ଅଲଗା ଦେଶରେ ଏସିର ସର୍ବନିମ୍ନ ତାପମାତ୍ରା କଣ

ଦୁନିଆରା ଅନ୍ୟ ଦେଶରେ ଏସିର ତାପମାତ୍ରାକୁ ନେଇ ସଚେତନତା ଅଭିଯାନ କରାଯାଉଛି । ଜାପାନ ମଧ୍ୟ ଏଥିରେ ସାମିଲ ଅଛି । ସେଠାରେ ୨୦୦୫ରୁ କମ୍ପାନୀ ଏବଂ ଘର ଗୁଡିକରେ ତାପମାତ୍ରା ୨୮ଡିଗ୍ରୀ ସେଲସିୟସ ରଖିବାକୁ ନେଇ ଗୁରୁତ୍ଵ ଦିଆଯାଉଛି । ଆମେରିକାର କାଲିଫର୍ଣ୍ଣିଆରେ ଗରମ ସମୟରେ ୨୫.୬ଡିଗ୍ରୀ ସେଲସିୟସରୁ କମ ରଖିପାରିବେ ନାହିଁ । ବିଭିନ୍ନ ୟୁନିଭର୍ସିଟିର ନିଜସ୍ଵ ମତ ରହିଛି ।

ହାୱାର୍ଡ ଅନୁସାରେ ୨୩.୩ ଏବଂ ୨୫.୬ଡିଗ୍ରୀ ସେଲସିୟସ ଏବଂ ଲଣ୍ଡନ ସ୍କୁଲ ଇକୋନୋମିକ୍ସ ଅନୁସାରେ ତାପମାତ୍ରା ୨୪ଡିଗ୍ରୀ ରହିବା ଦରକାର । କୌଣସି କୋଠରି କିମ୍ବା ଜାଗାର ତାପମାତ୍ରା ୧୮ଡିଗ୍ରୀ କରିବା ପାଇଁ ଏସିକୁ ଲଗାତାର ବହୁତ ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡିଥାଏ । ଏହାଦ୍ଵାରା ଏୟାରକଣ୍ଡିସନର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହିତ ଅଧିକ ବିଦ୍ୟୁତ ମଧ୍ୟ ଖର୍ଚ ହୋଇଥାଏ । ଏହା ଦ୍ୱାରା ମଧ୍ୟ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖି ପ୍ରାକୃତିକ ତନ୍ତ୍ରକୁ ବି ପ୍ରଭାବିତ କରିଥାଏ ।

ଆପଣଙ୍କର ଏସି କମ୍ପ୍ରେସର ସହିତ ୨୪ଡିଗ୍ରୀ ତାପମାତ୍ରାର ମଧ୍ୟ ସମ୍ପର୍କ ଅଛି

ଏସି ଆପଣଙ୍କର କୋଠରିକୁ ୨୫ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରିଥାଏ କିନ୍ତୁ ଯେତବେଳେ କୋଠରୀର ତାପମାତ୍ରା ୨୫ଡିଗ୍ରୀ ହୋଇଯାଇଥାଏ ସେତବେଳେ ଏସିର କମ୍ପ୍ରେସର ଚାଲିବା ବନ୍ଦ ହୋଇଯାଏ । ଯେତବେଳେ ତାପମାତ୍ରା ବଢିଯାଇ ଥାଏ ସେତବେଳେ ଏସି ପୁଣି ଥରେ ଥଣ୍ଡା କରିଥାଏ । ଶକ୍ତି ମନ୍ତ୍ରାଳୟର ପରାମର୍ଶ ଥିଲା କି ଏସିରେ ୧ଡିଗ୍ରୀ ତାପମାତ୍ରା ବୃଦ୍ଧି କରିବାରେ ୬% ଶକ୍ତି ବଞ୍ଚିଥାଏ । ସର୍ବନିମ୍ନ ତାପମାତ୍ରାକୁ ୨୧ଡିଗ୍ରୀ ବଦଳରେ ୨୪ଡିଗ୍ରୀ ସେଟ କରିବା ଦ୍ଵାରା ୧୮% ଶକ୍ତି ବଞ୍ଚିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।