କଣ କରିଥାନ୍ତି ବିଜୟ ମାଲ୍ୟାଙ୍କର ତିନି ଜଣ ସ୍ତ୍ରୀ ଓ କଣ ଅଟେ ସେମାନଙ୍କର ଆୟର ଜରିଆ !

ଗତ କିଛି ବର୍ଷ ହେବ ଉଦ୍ୟୋଗପତି ବିଜୟ ମାଲ୍ୟା ଭାରତରୁ ଫରାର ହୋଇ ଲଣ୍ଡନରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଲଣ୍ଡନର ଅଦାଲତରେ ବିଜୟ ମାଲ୍ୟା ଅପିଲ କରିଛନ୍ତି କି ସେ ଆର୍ଥିକ ଅସୁବିଧାରେ ଅଛନ୍ତି । ପରିବାର ଲୋକମାନେ ତାଙ୍କୁ ଆର୍ଥିକ ସାହାର୍ଯ୍ୟ ଦ୍ଵାରା ବଞ୍ଚାଇଛନ୍ତି । ଯେଉଁଥିରେ ମାଲ୍ୟା ନିଜର ଝିଅ ଓ ପତ୍ନୀର ନାମ ବି ନେଇଛନ୍ତି ।

କିନ୍ତୁ ଏହା ପୂର୍ବରୁ ବିଜୟ ମାଲ୍ୟା କେବେ ବି ନିଜର ପରିବାର ନାମ ନେଇ ନ ଥିଲେ । କଣ କରନ୍ତି ବିଜୟ ମାଲ୍ୟାଙ୍କର ତିନି ଜଣ ସ୍ତ୍ରୀ, ତାଙ୍କର ପରିବାରରେ ତାଙ୍କର ପତ୍ନୀମାନଙ୍କର ଟଙ୍କା ଆୟ କରିବାର ରାସ୍ତା କଣ ଅଟେ ?

କଣ କରନ୍ତି ବିଜୟ ମାଲ୍ୟାଙ୍କର ତିନି ପତ୍ନୀମାନେ

ବିଜୟ ମାଲ୍ୟାଙ୍କର ପିତା ବିଟ୍ଠଲ ମାଲ୍ୟା କର୍ନାଟକର ଏକ ଛୋଟ ବିଜନେସମ୍ୟାନ ଥିଲେ । ସେ ବହୁତ ବିଜନେସ କରିଛନ୍ତି ଓ ସେଥିରେ ସଫଳତା ବି ହାସଲ କରିଛନ୍ତି । ଏହା ପରେ ସେ ୟୁନାଇଟେଡ ବ୍ରେବରୀଜରେ ପାର୍ଟନରଶିପ ହେଲେ । କିଛି ବର୍ଷ ମଧ୍ୟରେ ସେ ଏହି କମ୍ପାନୀରେ ପ୍ରଥମେ ଭାରତୀୟ ନିର୍ଦେଶକ ହେଲେ ଓ ଆସନ୍ତା ବର୍ଷରେ ବିଟ୍ଠଲ ମାଲ୍ୟା ଏହି କମ୍ପାନୀର କଂଟ୍ରୋଲିଂଗ ଶେୟାରକୁ ନିଜ ନାମରେ କରିଦେଲେ ।

ଏହା ପରେ ବିଜୟ ମାଲ୍ୟା ନିଜ ପିତାଙ୍କ ଠାରୁ ଏହି ବିଜନେସକୁ ନିଜ ହାତରେ ନେବା ପରେ ହିଁ ସେ ଦିନରାତି କଷ୍ଟ କରି କମ୍ପାନୀର କାରୋବରକୁ ଆହୁରି ବଢାଇ ଦେଲେ ।

ବିଜୟ ମାଲ୍ୟାଙ୍କର ମା ଲଳିତା ରମୈୟା ଲଣ୍ଡନରେ ହିଁ ରୁହନ୍ତି ଓ କୁହାଯାଏ କି ଲଳିତାଙ୍କର ଭାରତରେ ବହୁତ ସମ୍ପତି ଅଛି ଓ ଲଣ୍ଡନର ବ୍ୟାଙ୍କରେ ତାଙ୍କର ବହୁତ ଟଙ୍କା ବି ଅଛି । ଯଦି ବିଜୟ ମାଲ୍ୟାଙ୍କର ପତ୍ନୀ ବିଷୟରେ କୁହାଯାଏ ତେବେ ତାଙ୍କର ପ୍ରଥମ ପତ୍ନୀ ସମୀରା ତୈଯ୍ଯବଜୀ ଏୟାର ଇଣ୍ଡିଆରେ ଏୟାର ହୋସ୍ଟେସ ଥିଲେ । ଥରେ ବିଜୟ ମାଲ୍ୟା ଏୟାରଇଣ୍ଡିଆରେ ବସି ଆମେରିକା ଯାଉଥିଲେ ସେହି ସମୟରେ ତାଙ୍କର ସମୀରା ସହ ଦେଖା ହୋଇଥିଲା ଓ ପ୍ରଥମ ଦେଖାରେ ହିଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଏହା ପରେ ସେମାନେ ୧୯୮୬ରେ ବିବାହ କରିନେଲେ ।

କିନ୍ତୁ ଏକ ବର୍ଷ ପରେ ସେମାନଙ୍କର ତଲାକ ହୋଇଗଲା । କିନ୍ତୁ ସେମାନଙ୍କର ଏକ ପୁଅ ସିଦ୍ଧାର୍ଥ ମାଲ୍ଯା ଯିଏକି ବର୍ତ୍ତମାନ ତାଙ୍କର କାରୋବାର ଦେଖୁଛି । ଆପଣଙ୍କୁ କହିଦେଛୁ ଯେ ସମୀରା ତଲାକ ପରେ ବିବାହ କରିଲେ ନାହିଁ ଓ ସେ ଭାରତରେ ରହୁଛନ୍ତି । ଏହା ପରେ ବିଜୟ ମାଲ୍ୟା ନିଜର ସ୍କୁଲ ବନ୍ଧୁ ଓ ଗୋଟିଏ ପିଲାର ମା ରେଖାକୁ ବିବାହ କରିଲେ ଓ ତାଙ୍କର ପିଲାମାନଙ୍କୁ ଆଡପ୍ଟ କରିନେଲେ ।

ପରେ ବିଜୟ ଓ ରେଖାଙ୍କର ଦୁଇ ଝିଅ ବି ହୋଇଥିଲା । ବର୍ତ୍ତମାନ ମାଲ୍ୟାଙ୍କର ସାହାର୍ଯ୍ୟ ଏହି ଝିଅମାନେ ହିଁ କରୁଛନ୍ତି । କିନ୍ତୁ ରେଖାଙ୍କ ସହିତ ବି ବିଜୟଙ୍କର ତଲାକ ହୋଇଯାଇଛି ।

ବର୍ତ୍ତମାନ ସମୟରେ ବିଜୟ ମାଲ୍ୟାଙ୍କର ଜୀବନରେ ପିଙ୍କି ଲାଲବାନୀ ଅଛନ୍ତି । କେବେ ପିଙ୍କି କିଙ୍ଗଫିଶର ଏୟାରଲାଇନ୍ସରେ ଏୟାର ହୋସ୍ଟେସ ହୋଇ ଆସିଥିଲେ କିନ୍ତୁ ବର୍ତ୍ତମାନ ସେ ମାଲ୍ୟାଙ୍କ ସହିତ ଲଣ୍ଡନରେ ରହୁଛନ୍ତି । ମାଲ୍ୟାଙ୍କର କେତେକ କମ୍ପାନୀର ଶେୟାର ହୋଲଡର୍ଶ ବି ଅଟନ୍ତି । ଆପଣଙ୍କୁ କହଦେଛୁ ଯେ ପିଙ୍କିଙ୍କର ବର୍ଷକୁ ଆୟ ୧.୩୫ କୋଟି ଟଙ୍କାରୁ ବି ଅଧିକ ଅଟେ । କହିବାକୁ ଗଲେ ବିଜୟ ମାଲ୍ୟା ଲଣ୍ଡନରେ ନିଜର ପୂର୍ବ ପତ୍ନୀ, ବର୍ତ୍ତମାନର ପତ୍ନୀ, ମା, ତିନି ଝିଅ ଓ ପୁଅ ସହ ରହୁଛନ୍ତି ।