କଣ ହୋଇଥାଏ X, Y, Z ଓ Z ପ୍ଲସ ସୁରକ୍ଷାର କ୍ୟାଟେଗୋରୀ ? କେମିତି ସାମିଲ ହୋଇଥାନ୍ତି ଏଥିରେ ଯବାନ, ଜାଣନ୍ତୁ

କୌଣସି ବଡ ସେଲିବ୍ରିଟୀ କିମ୍ବା ଯଦି କାହାର ଜୀବନ ପ୍ରତି ଡର ଅଛି ତେବେ ସେହି ବ୍ୟକ୍ତିକୁ ଭାରତ ସରକାରର ସୁରକ୍ଷା ବିଭାଗ ତରଫରୁ ଏକ ଖାସ ସୁରକ୍ଷା ପ୍ରଦାନ ଦିଆଯାଇଥାଏ । ଆପଣମାନେ ପ୍ରାୟତଃ ଦେଖିଥିବେ କି କୌଣସି ବଡ ନେତା କିମ୍ବା କୌଣସି ଖାସ ବ୍ୟକ୍ତିଙ୍କ ପଛରେ କଳା କପଡାର ବନ୍ଧୁକ ଧରିଥିବା ସୁରକ୍ଷା କର୍ମୀ ଥାନ୍ତି ଓ ଏହି ସୁରକ୍ଷା ଦଳ କିଛି ଏହିଭଳି କ୍ୟାଟେଗୋରିରେ ଆସିଥାନ୍ତି ଯେମିତି କି X, Y, Z ଓ Z ପ୍ଲସ ସୁରକ୍ଷା କର୍ମୀ । ଆଜି ଆମେ ଏହି ସୁରକ୍ଷା ଦଳ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ।

କଣ ହୋଇଥାଏ X, Y, Z ଓ Z ପ୍ଲସ ସୁରକ୍ଷା କ୍ୟାଟେଗୋରି?

ଗତ ବର୍ଷ ଏକ ଆରଟୀଆଈର ଜବାବରେ କେନ୍ଦ୍ର ସରକାର କହିଲେ କି ୩୦୪ ଲୋକମାନଙ୍କୁ ଏହି ସମସ୍ତ କ୍ୟାଟେଗୋରିରେ ସୁରକ୍ଷା ପ୍ରଦାନ କରାଯାଉଛି । ଆରଟୀଆଈରେ କାର୍ଯ୍ୟକର୍ତ୍ତା ନୂତନ ଠାକୁରଙ୍କୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରାଳୟ କହିଲେ କି ପାଖାପାଖି ୨୪ ଜଣ ଲୋକମାନଙ୍କୁ Z ପ୍ଲସ ସୁରକ୍ଷା,  ୫୯ ଲୋକଙ୍କୁ Z ଲେବୁଲ ସୁରକ୍ଷା, ୧୪୩ ଜଣ ଲୋକଙ୍କୁ Y ଓ ୮୨ ଜଣ ଲୋକଙ୍କୁ X କ୍ୟାଟେଗୋରି ସୁରକ୍ଷା ଦିଆଯାଉଛି । କିନ୍ତୁ ମନ୍ତ୍ରଣାଳୟ ସୁରକ୍ଷା ଦେଉଥିବା ଲୋକମାନଙ୍କର ନାମ କହିବାକୁ ମନା କରିଦେଲେ ।

X ସ୍ତରର ସୁରକ୍ଷା ବ୍ୟବସ୍ଥା

X ସ୍ତରର ସୁରକ୍ଷା ବ୍ୟବସ୍ଥାରେ କେବଳ ୨ ଜଣ ସୁରକ୍ଷାକର୍ମୀ ହୋଇଥାନ୍ତି । ଯେଉଁଥିରେ କମାଣ୍ଡୋକୁ ସାମିଲ କରାଯାଏ ନାହିଁ । ଏହି ସୁରକ୍ଷା ଏକ ବେସିକ ପ୍ରୋଟେକ୍ସନ ବି ଅଟେ ଓ ଏଥିରେ ଏକ ପିଏସଓ (ପର୍ସନାଲ ସିକ୍ୟୁରିଟୀ ଅଫିସର) ଥାଏ । ଦେଶର ୬୫ରୁ ଅଧିକ ଲୋକମାନଙ୍କୁ X ସ୍ତରୀୟ ସୁରକ୍ଷା ମିଳିଥାଏ ।

Y ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Y ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଦେଶର ସେହି ଭିଆଇପି ଲୋକମାନେ ଆସିଥାନ୍ତି ଯେଉଁମାନଙ୍କୁ ଏହି ସୁରକ୍ଷା ଅନୁସାରେ ୧୧ ଜଣ ସୁରକ୍ଷାକର୍ମୀ ମିଳିଥାଏ । ଏଥିରେ ୧ କିମ୍ବା ୨ କମାଣ୍ଡୋ ଓ ୨ ପିଏସଓ ବି ସାମିଲ ହୋଇଥାନ୍ତି ।

Z କ୍ୟାଟେଗୋରି ସୁରକ୍ଷା

Z ସ୍ତରର ସୁରକ୍ଷାରେ ୨୨ ଜଣ ସୁରକ୍ଷାକର୍ମୀ ସାମିଲ ହୋଇଥାନ୍ତି । ଯେଉଁଥିରେ ନ୍ୟାସନାଲ ସିକ୍ୟୁରିଟୀ ଗାର୍ଡ (ଏନଏସଜୀ) ର ୪ କିମ୍ବା ୫ ଜଣ କମାଣ୍ଡର ବି ଥାଆନ୍ତି । ଏହା ଛଡା ଏହି ସୁରକ୍ଷା ଦିଲ୍ଲୀ ପୋଲିସ କିମ୍ବା ସିଆରପିଏଫ ଦ୍ଵାରା ଦିଆଯାଇଥାଏ । ଏହି ସୁରକ୍ଷାରେ ଏକ ଏସ୍କର୍ଟ କାର ବି ସାମିଲ ହୋଇଥାଏ । କମାଣ୍ଡୋ ସମସ୍ତ ମେସିନଗନ ଓ ଆଧୁନିକ ସଂଚାର ସାଧନ ଦ୍ଵାରା ଟ୍ରେନିଂ ପାଇଥାନ୍ତି । ଏମାନଙ୍କୁ ମାର୍ଶଲ ଆର୍ଟ ଦ୍ଵାରା ପ୍ରଶିକ୍ଷିତ କରାଯାଇଥାଏ । ଏମାନଙ୍କୁ ବିନା ହତିଆରରେ ବି ଲଢିବାର କଳା ଆସିଥାଏ ।

Z + ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Z + ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ଦୁଇ ଜଣ ନୁହେଁ ୩୬ ଜଣ ସୁରକ୍ଷାକର୍ମୀ ହୋଇଥାନ୍ତି । ଯେଉଁଥିରେ ଏନଏସଜିର ୧୦ ଜଣ କମାଣ୍ଡୋ ବି ସାମିଲ ହୋଇଥାନ୍ତି । ଏହି ସୁରକ୍ଷା ବ୍ୟବସ୍ଥାକୁ ଦ୍ଵିତୀୟ ଏସପିଜି କ୍ୟାଟେଗୋରି ବି କୁହାଯାଏ । ସୁରକ୍ଷାର ପ୍ରଥମ ଘେରରେ ଦାୟିତ୍ଵ ଏନଏସଜିର ଥାଏ, ଏହା ପରେ ଦ୍ଵିତୀୟ ସ୍ତରରେ ଏସପିଜିର ଅଧିକାରୀ ହୋଇଥାନ୍ତି । ଏହା ସହିତ ଆଈଟିବିପି ଓ ସିଆରପିଏଫର ଯବାନ ତାଙ୍କର ସୁରକ୍ଷାରେ ଲାଗିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।