କଣ ଆପଣ ଜାଣନ୍ତି କି ଏକ ଲିଟର ରେ କେତେ କିଲୋମିଟର ଉଡିଥାଏ ଉଡାଜାହାଜ, ଆସନ୍ତୁ ଜାଣିବା

ଆପଣମାନେ ଦେଖିଥିବେ ସାଧାରଣତଃ ଲୋକମାନେ ଗାଡିର ମାଇଲେଜ ଦେଖି ଗାଡି କିଣିଥାନ୍ତି । ଏହା ଜାଣିବା ଆବଶ୍ୟକ ଅଟେ କି ୧ ଲିଟର ଇନ୍ଧନରେ ଆପଣଙ୍କ ଗାଡି କେତେ କିଲୋମିଟର ଗତି କରୁଛି । କେତେକ ଲୋକ ଗାଡି କିଣି ସାରିବା ପରେ ମଧ୍ୟ ଗାଡିର ମାଇଲେଜ ଚେକ କରନ୍ତି । ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ଉଡ଼ା ଜାହାଜ ପାଇଁ ମଧ୍ୟ ଆସିଥିବ କି ଉଡ଼ା ଜାହାଜର ମାଇଲେଜ କେତେ ଅଟେ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଉଡ଼ା ଜାହାଜର ମାଇଲେଜ ବିଷୟରେ ।


ମିଡିଆ ରିପୋର୍ଟ ଅନୁସାରେ ଉଡ଼ା ଜାହାଜ ପାଇଁ ପ୍ରତି ସେକେଣ୍ଡରେ ଚାରି ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ । ଯଦି ଆମେ ବୋଇଙ୍ଗ ୭୪୭ ବିଷୟରେ କହିବୁ ତେବେ ଏଥିରେ ୧ ମିନିଟର ଯାତ୍ରାରେ ୨୪୦ ଲିଟର ତେଲ ଖର୍ଚ୍ଚ ହୋଇଥାଏ । ବୋଇଙ୍ଗର ୱେବସାଇଡରୁ ଜଣାପଡିଛି, ବୋଇଙ୍ଗ ୭୪୭ ବିମାନ ୧୦ ଘଣ୍ଟା ଆକାଶରେ ଉଡିଲେ ପ୍ରାୟ ୩୬,୦୦୦ ଗ୍ୟାଲନ ତଥା ୧,୫୦,୦୦୦ ଲିଟର ଇନ୍ଧନର ବ୍ୟବହାର ହୋଇଥାଏ । ଏହି ବିମାନଟି ପ୍ରତି ମାଇଲ ରେ ପାଖା ପାଖି ପାଞ୍ଚ ଗ୍ୟାଲନ ଇନ୍ଧନ ବ୍ୟବହାର କରିଥାଏ ।


ଯଦି ବୋଇଙ୍ଗ ୭୪୭ ଏକ କିଲୋମିଟରରେ ୧୨ ଲିଟର ଇନ୍ଧନ ଖର୍ଚ କରିଥାଏ, ତେବେ ଏହାର ଅର୍ଥ ଏହି ବିମାନଟି ୫୦୦ ଯାତ୍ରୀଙ୍କୁ ୧୨ ଲିଟର ଇନ୍ଧନରେ ଏକ କିଲୋମିଟର ର ଯାତ୍ରା କରାଇଥାଏ । ତେବେ ଏହି ବିମାନଟି ଏକ କିଲୋମିଟରରେ ପ୍ରତି ବ୍ୟକ୍ତି ପାଇଁ କେବଳ ୦.୦24 ଲିଟରର ଇନ୍ଧନ ଖର୍ଚ ହୋଇଥାଏ ।


ରିପୋର୍ଟ ଅନୁସାରେ ବୋଇଙ୍ଗ ୭୪୭  ଭଳି ବିମାନ ଏକ ଲିଟରରେ ୦.8 କିଲୋମିଟର ଚାଲିଥାଏ, ଯାହା ଶୁଣିବାକୁ ବହୁତ କମ ଲାଗିଥାଏ । ଏହି ବିମାନ ୧୨ ଘଣ୍ଟାର ଯାତ୍ରାରେ ପାଖା ପାଖି ୧୭୨,୮୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ ।