କଣ ଖାଇବାକୁ ଭଲ ପାଆନ୍ତି ମହାମହିମ Draupadi Murmu ? ଦେଖନ୍ତୁ ତାଙ୍କ ବିଷୟରେ କଣ କହିଲେ Draupadi ଙ୍କ ନିଜ ଭାଉଜ

ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାତ୍ରାକୁ ସଫଳ ରୂପାୟନ କରିଛନ୍ତି ମ୍ୟାଡାମ ଦ୍ରୌପଦୀ ମୁର୍ମୁ । ସେ ବନି ସାରିଛନ୍ତି ଦେଶର ନୂତନ ମହାମହିମ ରାଷ୍ଟ୍ରପତି । ସେଇ ଖୁସିରେ ସମଗ୍ର ରାଇରଙ୍ଗପୁର ତଥା ସମଗ୍ର ଓଡିଶା ଉତ୍ସବ ମୁଖର ହୋଇପଡିଛି । ଦ୍ରୌପଦୀ ମୁର୍ମୁ ଅତି ସରଳ ଓ ନିଷ୍କପଟ ସ୍ଵଭାବର ଅଟନ୍ତି । ସେଥିପାଇଁ ସେ ସମସ୍ତଙ୍କ ହୃଦୟରେ ରହିଯାନ୍ତି । ସେ ଯେମିତି ସରଳ ତାଙ୍କର ଜୀବନଯାପନ ପ୍ରଣାଳୀ ମଧ୍ୟ ଠିକ ସେମିତି ସାଧାରଣ । ତାଙ୍କ ପରିବାର ସଦସ୍ୟ ମଧ୍ୟ ସମସ୍ତେ ଖୁବ ସାଧାରଣ ଜୀବନଜଯାପନ କରନ୍ତି ।

ଏନେଇ ଦ୍ରୌପଦୀ ମୁର୍ମୁଙ୍କ ନିଜ ଭାଉଜ ତାଙ୍କ ବିଷୟରେ ଅନେକ କଥା ଜଣାଇଛନ୍ତି । ଆଜିର ଦିନରେ ମହିଳାମାନେ ଟିକେ ଟିକେ କଥାରେ ଭାଙ୍ଗି ପଡ଼ୁଛନ୍ତି ଓ ଜୀବନ ହାରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଦ୍ରୌପଦୀ ତାଙ୍କ ଜୀବନରେ ଅନେକ କିଛି ହରେଇ ଓ ବଡ ବଡ ଝଡର ସାମ୍ନା କରି ମଧ୍ୟ ସବୁବେଳେ ହସ ହସ ମୁହଁରେ ରୁହନ୍ତି । ସେ ଜୀବନରେ କେବେବି ହାରିବାକୁ ପସନ୍ଦ କରନ୍ତିନି । ଦ୍ରୌପଦୀ ତାଙ୍କର ଦୁଇ ପୁଅ ଓ ସ୍ଵାମୀଙ୍କୁ ହରାଇ ଦେଇଛନ୍ତି ।

ତାଙ୍କ ସମୟରେ ସେ ପ୍ରେମ ବିବାହ କରିଥିଲେ । ସେତେବେଳେ ତାଙ୍କ ବାପା ପ୍ରେମ ବିବାହ ପାଇଁ ସିଧାସଳଖ ମନା କରି ଦେଇଥିଲେ । ହେଲେ ଦ୍ରୌପଦୀ ଧୈର୍ଯ୍ୟ ଧରିଥିଲେ ଓ ଶେଷରେ ତାଙ୍କ ବାପା ରାଜି ହୋଇଥିଲେ ଏବଂ ସମସ୍ତଙ୍କ ସହମତିରେ ସେ ବିବାହ କରିଥିଲେ । ଦ୍ରୌପଦୀଙ୍କ ଭାଉଜ କହିଛନ୍ତି କି, ଦ୍ରୌପଦୀ ଏତେ ସରଳ ଓ ସଚ୍ଚା ମଣିଷ ଯେ ତାଙ୍କ ବିଷୟରେ କେତେ ଲେଖିଲେ ବି ସରିବନି ।

ଯଦି ପର୍ବତକୁ କଲମ ଓ ସମୁଦ୍ରକୁ ସ୍ୟାହି ବନାଯାଏ ତେବେବି ତାଙ୍କ ଗୌରବର ଗାଥା ଶେଷ ହେବନାହିଁ ବୋଲି ସେ କହିଛନ୍ତି । ସେ ସାଧାରଣ ହେଲେ ମଧ୍ୟ ଅସାଧାରଣ । ତାଙ୍କର ଇଚ୍ଛାଶକ୍ତି ଓ ମନୋବଳ ଖୁବ ବେଶୀ । ସେ ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ତାହା ନିଶ୍ଚିତ ଭାବେ ଶେଷ କରନ୍ତି । ତେବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରିୟ ଖାଦ୍ଯ କଣ ଏନେଇ ତାଙ୍କ ଭାଉଜକଙ୍କୁ ପଚରା ଯିବାରୁ ସେ କହିଥିଲେ କି, ଦ୍ରୌପଦୀ ନିରାମିଷ ଖାଦ୍ୟ ଖାଇବାକୁ ବେଶ ପାଆନ୍ତି ।

ଅଧିକ ଲୁଣ, ତେଲ, ମସଲା ମଧ୍ୟ ସେ ପସନ୍ଦ କରନ୍ତି । ଯାହାବି ତିଆରି ହୁଏ ସେ ଘରେ ଖୁସି ମନରେ ଖାଆନ୍ତି । ଦ୍ରୌପଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କ ଭାଇ ଓ ଭାଉଜ ଦିଲ୍ଲୀ ଯିବେ । ଏଥିପାଇଁ ସେମାନେ ଖୁବ ଖୁସି ଥିବା କହିଛନ୍ତି ତାଙ୍କ ଭାଉଜ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ ।