ଜାଣନ୍ତୁ କଣ ହୋଇଥାଏ ‘ରାଜଯୋଗ’ ଓ କାହିଁକି ମାନିଥାନ୍ତି ଏହାକୁ ସବୁଠୁ ଶୁଭ, ଜୀବନରେ କେବେ ହେଇନଥାଏ ଧନର କମି

ମନୁଷ୍ୟର ଜାତକକୁ ଦେଖି ତାହାର ଭବିଷ୍ୟତ ବିଷୟରେ ଅତି ସହଜରେ ଜାଣିହେବ । ଯେଉଁ ଲୋକମାନଙ୍କର ଜାତକରେ ଶୁଭ ଯୋଗ ଅଛି କିମ୍ବା ବିଶେଷ ଯୋଗ ହେଉଛି, ତାଙ୍କର ଜୀବନ ସୁଖମୟ ହୋଇଥାଏ । ଆମ ଶାସ୍ତ୍ରରେ ବହୁତ ଶୁଭ ଯୋଗ ଓ ବିଶେଷ ଯୋଗ ବିଷୟରେ କୁହାଯାଇଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ‘ରାଜଯୋଗ’ । ଜାତକରେ ରାଜଯୋଗ ଥିବା ଦ୍ଵାରା ମନୁଷ୍ୟର ଜୀବନ ସୁଖ ଓ ସମୃଦ୍ଧିରେ ଭରପୁର ରହିଥାଏ ।

କଣ ହୋଇଥାଏ ରାଜଯୋଗ

Image courtesy: Google

ରାଜଯୋଗ ସହ ଜନ୍ମ ହୋଇଥିବା ମନୁଷ୍ୟ ନିଜ ଜୀବନରେ ବହୁତ ଆରାମରେ ରହିଥାଏ । ଏହିଭଳି ଲୋକମାନେ ନିଜର ପୁରା ଜୀବନକାଳରେ କେବଳ ରାଜ ହିଁ କରନ୍ତି । ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ଜାତକରେ ଦଶମେଶ ଗୁରୁ ତ୍ରିକୋଣରେ ଥାଏ ତେବେ ରାଜଯୋଗ ହୋଇଥାଏ । ଜାତକରେ ରାଜଯୋଗ ହେବା ଦ୍ଵାରା ଧନ, ଯଶ ଓ ସୁଖ ସବୁବେଳେ ମଣିଷର ଜୀବନରେ ରହିଥାଏ । ରାଜଯୋଗ ଯେଉଁ ବ୍ୟକ୍ତିମାନଙ୍କର ଜାତକରେ ଥାଏ ସେମାନେ ନିଜ ଜୀବନରେ ବିନା କଷ୍ଟ କରି ସଫଳ ହୋଇଯାଆନ୍ତି ।

୩୨ ପ୍ରକାରର ହୋଇଥାଏ ରାଜଯୋଗ

ଆମ ଶାସ୍ତ୍ରରେ ୩୨ ପ୍ରକାର ରାଜଯୋଗ ବିଷୟରେ କୁହାଯାଇଛି । ଅନ୍ୟ ପଟେ କିଛି ଲୋକମାନଙ୍କ ଜାତକରେ ଗୋଟିଏରୁ ଅଧିକ ରାଜଯୋଗ ଥାଏ । କହିବାକୁ ଗଲେ ବହୁତ କମ ଲୋକ ହୋଇଥାନ୍ତି ଯେଉଁମାନଙ୍କର ଜାତକରେ ୩୨ ଟି ଯୋଗ ଏକ ସହିତ ଥାଏ । ଯଦି କୌଣସି ବ୍ୟକ୍ତିର ଜାତକରେ ୩୨ ଟି ରାଜଯୋଗ ଏକ ସହିତ ଅଛି ତେବେ ବ୍ୟକ୍ତି ବିଶ୍ଵ ବିଜୟୀ ହୋଇଥାଏ । ଏହିଭଳି ବ୍ୟକ୍ତିମାନେ ପୁରା ଦୁନିଆରେ ରାଜ କରନ୍ତି । ଏହି ୩୨ଟି ରାଜଯୋଗ ମଧ୍ୟରେ କିଛି ପ୍ରମୁଖ ରାଜଯୋଗର ନାମ ଏହି ପ୍ରକାରର ଅଟେ –

ରାଜଯୋଗର ନାମ –

ଗଜକେଶରୀ ଯୋଗ

Image courtesy: Google

ଗଜକେଶରୀ ଯୋଗ ବହୁତ ଶୁଭ ଯୋଗ ଅଟେ । ଏହି ଯୋଗରେ ମନୁଷ୍ୟ ବହୁତ ବିଦ୍ଵାନ ହୋଇଥାନ୍ତି ଓ ତାହାର ସମ୍ମାନ ସମସ୍ତେ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଗୁରୁ ଓ ଚନ୍ଦ୍ରମା ଗ୍ରହ ଏକା ସହିତ କେନ୍ଦ୍ରସ୍ଥ ହୋଇଥାନ୍ତି ତେବେ ଏହି ବିଶେଷ ଯୋଗ ଜାତକରେ ହୋଇଥାଏ ।

ବୁଧାଦିତ୍ୟ ଯୋଗ

Image courtesy: Google

ଯେତେବେଳେ ଜାତକରେ ସୂର୍ଯ୍ୟ ଓ ବୁଧ ଗ୍ରହ ଏକା ସହିତ ହୋଇଥାନ୍ତି, ସେତେବେଳେ ଜାତକରେ ଏହି ଶୁଭ ଯୋଗ ହୋଇଥାଏ । ଏହି ବିଶେଷ ଯୋଗରେ ଜନ୍ମ ନେଇଥିବା ଲୋକମାନଙ୍କର ଭାଗ୍ୟ ସୂର୍ଯ୍ୟଙ୍କ ଭଳି ଉଜ୍ୱଳ ହୋଇଥାଏ ଓ ଏହି ଯୋଗରେ ଜନ୍ମ ନେଇଥିବା ଲୋକମାନେ ରାଜନୀତିରେ ବହୁତ ସଫଳ ହୋଇଥାନ୍ତି ।

ଲକ୍ଷ୍ମୀ ଯୋଗ

Image courtesy: Google

ଲକ୍ଷ୍ମୀ ଯୋଗରେ ଜନ୍ମ ନେଇଥିବା ଲୋକମାନଙ୍କ ଜୀବନରେ କେବେ ବି ଧନର ସମସ୍ଯା ଆସେ ନାହିଁ । ଏହି ଯୋଗରେ ଜନ୍ମିତ ଲୋକମାନେ ଅରବପତି ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ବ୍ୟକ୍ତିଙ୍କର ଜାତକରେ କୌଣସି ସ୍ଥାନରେ ଚନ୍ଦ୍ର – ମଙ୍ଗଳ ଏକ ସହିତ ରହିଥାନ୍ତି ତେବ ଏହି ଯୋଗ ହୋଇଥାଏ ।

କୁବେର ଯୋଗ

Image courtesy: Google

କୁବେର ଯୋଗ ହେବା ଦ୍ଵାରା ମନୁଷ୍ୟର ଜୀବନରେ ଯଶ ବନି ରହିଥାଏ ଓ ମନୁଷ୍ୟ ଜନ୍ମରୁ ହିଁ ଧନୀ ହୋଇଥାଏ । କୁବେର ଯୋଗ ଯେଉଁ ଲୋକମାନଙ୍କର ଜାତକରେ ଥାଏ ସେମାନେ ସର୍ବଦା ସୁଖୀ ହୋଇଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।